ETV Bharat / bharat

ଦେଶର ପ୍ରଥମ ନିମୋନିଆ ଟିକା ବିକଶିତ

author img

By

Published : Dec 29, 2020, 8:20 AM IST

ପୁନେର ସେରୋମ ଇନଷ୍ଟିଟ୍ୟୁଟ ଦ୍ବାରା ଦେଶର ପ୍ରଥମ ନିମୋନିଆ ଟିକା ପ୍ରସ୍ତୁତ । ଏହା ଅନ୍ୟ ଦୁଇ ବିଦେଶୀ ଟିକା ତୁଳନାରେ ବହୁତ ଶସ୍ତା ଏବଂ ଆସନ୍ତା ସପ୍ତାହରେ ଦେଶରେ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

Serum Institute in Pune
ଦେଶର ପ୍ରଥମ ନିମୋନିଆ ଟିକା ପୁଣେର ସେରୋମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ

ମୁମ୍ବାଇ: ଦେଶର ପ୍ରଥମ ନିମୋନିଆ ଟିକା ପ୍ରସ୍ତୁତ । ଏହି ଟିକାକୁ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଉନ୍ମୋଚନ କରିଛନ୍ତି। ପ୍ରଥମ ଭାରତୀୟ ନିମୋନିଆ ଟିକା ଅନ୍ୟ ଦୁଇ ବିଦେଶୀ ଟିକା ତୁଳନାରେ ବହୁତ ଶସ୍ତା ଏବଂ ଆସନ୍ତା ସପ୍ତାହରେ ଦେଶରେ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ଭର୍ଚୁଆଲ୍ ମିଟ ମାଧ୍ୟମରେ ଉନ୍ମୋଚନ କରିଥିଲେ। ଏହି ଅବସରରେ ହର୍ଷବର୍ଦ୍ଧନ ସେରମ୍ ପ୍ରତିଷ୍ଠାନକୁ ପ୍ରଶଂସା କରି କହିଛନ୍ତି ଯେ ଦେଶ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସମଗ୍ର ଭାରତ ପାଇଁ ସେରମ୍ ପ୍ରତିଷ୍ଠାନ ନିମୋନିଆ ଟିକା ବିକଶିତ କରିଥିବାରୁ ଏହା ଗର୍ବର ବିଷୟ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ୟୁନିସେଫ୍ ଅନୁୟାୟୀ ନିମୋନିଆ ରୋଗରେ ପଡି ପ୍ରତିବର୍ଷ ଭାରତରେ ପାଞ୍ଚ ବର୍ଷରୁ କମ୍ ଏକ ଲକ୍ଷ ପିଲା ମୃ୍ତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଭାରତରେ ନିର୍ମିତ ଏହି ଟିକା ଦେଶ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି । ଏହା କେବଳ ଦେଶରେ ନୁହେଁ ବିଶ୍ବର ବିକାଶଶୀଳ ତଥା ବିକଶିତ ଦେଶକୁ ମଧ୍ୟ ଔଷଧ ଯୋଗାଇବାରେ ସେରମ୍ ପ୍ରତିଷ୍ଠାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଜି ସେରମ୍ ଦ୍ବାରା ମିଳିଥିବା ଏହି ସଫଳତା କେବଳ ସେରମ୍ ପ୍ରତିଷ୍ଠାନର ସଫଳତା ନୁହେଁ ବରଂ ଦେଶର ସମସ୍ତ ବୈଜ୍ଞାନିକଙ୍କ ସଫଳତା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଭାରତୀୟ ଗବେଷଣା ଅନୁଷ୍ଠାନଗୁଡିକ ଯେକୌଣସି ଜୀବାଣୁ ସହ ଲଢିବାର କ୍ଷମତା ରଖିଛନ୍ତି। ଭାରତ 2020 ପ୍ରମାଣ କରିଛି ଯେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସମ୍ଭବ ହୋଇପାରିଛି । ଦେଶର ଛୋଟ ପିଲାମାନେ ନିମୋନିଆରେ ପଡି ମୃତ୍ୟୁମୁଖରେ ପଡୁଛନ୍ତି। ବର୍ତ୍ତମାନ ଆମେ ଏହି ଟିକା ଦ୍ବାରା ସେମାନଙ୍କୁ ବଞ୍ଚାଇ ପାରିବା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.