ETV Bharat / bharat

ପିପିଇ କିଟ ପିନ୍ଧି ପରୀକ୍ଷା ଦେଲେ କୋଭିଡ ଆକ୍ରାନ୍ତ ଛାତ୍ରୀ

author img

By

Published : Nov 7, 2020, 4:50 PM IST

ମହୀଶୂର ବିଶ୍ବବିଦ୍ୟାଳୟରେ ପିପିଇ କିଟ ପିନ୍ଧି ପରୀକ୍ଷା ଦେଲେ ଛାତ୍ରୀ । ପଢନ୍ତୁ ଅଧିକ....

ମହୀଶୂର ବିଶ୍ବବିଦ୍ୟାଳୟରେ ପିପିଇ କିଟ ପିନ୍ଧି ପରୀକ୍ଷା ଦେଲେ ଛାତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ କୋଭିଡ ଆକ୍ରାନ୍ତ ଛାତ୍ରୀ ପିପିଇ କିଟ ପିନ୍ଧି ପରୀକ୍ଷା ଦେଇଛନ୍ତି । ମହୀଶୂର ବିଶ୍ବବିଦ୍ୟାଳୟର ସ୍ନାତକତ୍ତ୍ବୋର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଉଥିବା ଜଣା ପଡିଛି । ଅବଶ୍ୟ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ତାଙ୍କୁ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଗୋଟିଏ ପ୍ରକୋଷ୍ଠରେ ନ ବସାଯାଇ ପୃଥକ ଭାବେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ଆକ୍ରାନ୍ତ ଜଣଙ୍କ ଛାତ୍ରୀ ହୋଇଥିବା ବେଳେ ସେ ଜୀବ ବିଜ୍ଞାନରେ ପରୀକ୍ଷା ଦେଇଥିବା ସୂଚନା ରହିଛି । ମାନସ ଗଙ୍ଗୋତ୍ରୀ ସଂସ୍କୃତ ବିଭାଗରେ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବିଭାଗରେ ତାଙ୍କ ବସିବା ସହ ପରୀକ୍ଷା ପରିଚାଳନା ପାଇଁ ଜଣେ ଅତିରିକ୍ତ ନିରୀକ୍ଷିକ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା ସମୟରେ ସଂକ୍ରମଣର ଭୟ ଯେମିତି ନରହେ ତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.