ETV Bharat / bharat

ଦେଶ ବିଶ୍ବାସରେ ନୁହେଁ, କାନୁନ ଓ ସମ୍ବିଧାନରେ ଚାଲେ: ଟିକାୟତ - ରାକେଶ ଟିକାୟତଙ୍କ ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀଙ୍କ ଏମଏସପି ବିବୃତ୍ତି ପରେ ଭିନ୍ନ ଢଙ୍ଗରେ ତାଙ୍କୁ ଟାର୍ଗେଟ କରିଛନ୍ତି ଚାଷୀ ନେତା ତଥା ଭାରତୀୟ କିସାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ । ଅଧିକ ପଢନ୍ତୁ..

ଦେଶ ବିଶ୍ବାସରେ ନୁହେଁ, କାନୁନ ଓ ସମ୍ବିଧାନରେ ଚାଲେ : ଟିକାୟତ

author img

By

Published : Feb 8, 2021, 9:02 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଏମଏସପି ବିବୃତ୍ତି ପରେ ଭିନ୍ନ ଢଙ୍ଗରେ ତାଙ୍କୁ ଟାର୍ଗେଟ କରିଛନ୍ତି ଚାଷୀ ନେତା ତଥା ଭାରତୀୟ କିସାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ । ଟିକାୟତ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ଏମଏସପି ରହିବ ବୋଲି ବିଶ୍ବାସ ଦେଖାଇଛନ୍ତି କିନ୍ତୁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଉପରେ ଆଇନ ପ୍ରଣୟନ କରାଯିବ ବୋଲି ସ୍ପଷ୍ଟ କାହିଁକି କରୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଦେଶ ବିଶ୍ବାସରେ ନୁହେଁ, କାନୁନ ଓ ସମ୍ବିଧାନରେ ଚାଲେ : ଟିକାୟତ

ସେହିପରି ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦେଶ ବିଶ୍ବାସ ଉପରେ ଚାଲୁନାହିଁ ବରଂ ଦେଶ ସମ୍ବିଧାନ ଏବଂ ଆଇନ ସହିତ ଚାଲିଥାଏ । ତେଣୁ ଦେଶ ଚାଲିବା ପାଇଁ ବିଶ୍ବାସ ସହ ଆଇନର ଆବଶ୍ୟକତା ମଧ୍ୟ ରହିଛି । ସୋମବାର ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ସମ୍ପର୍କରେ ରାଜ୍ୟସଭାରେ ନିଜ ବିବୃତ୍ତି ରଖିଥିଲେ ।

ଉକ୍ତ ବିବୃତିରେ ସମସ୍ୟା କିମ୍ବା ସମାଧାନର ରାସ୍ତା ବାଛିବାକୁ ପଡ଼ିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ । ଏମଏସପି ବାବଦରେ ପ୍ରଧାନମନ୍ତ୍ରୀ କହିଥିଲେ ଏମଏସପି ଥିଲା, ଏମଏସପି ଅଛି ଏବଂ ରହିବ । କୃଷକମାନେ ଏହି ଆନ୍ଦୋଳନରୁ ଓହରିଯିବା ଆବଶ୍ୟକ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ବିଶ୍ବାସ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛନ୍ତି ଟିକାୟତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.