ହାଇଦ୍ରାବାଦ: ଜୋଡା ମୁଣ୍ଡ ଯାଆଁଳା ଝିଅ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ । ଇଣ୍ଟର ଫଳାଫଳ ଅନୁଯାୟୀ ଦୁହେଁ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଆନ୍ଧ୍ରପ୍ରଦେଶର ଏହି ଯୋଡା ମୁଣ୍ଡ ଦୁଇ ଝିଅ ହେଉଛନ୍ତି ବୀଣା ଏବଂ ଭାନି(20 ବର୍ଷ) । ହାଇଦ୍ରାବାଦର ଭେଙ୍ଗାଲ ରାଓ ନାଗର ସ୍ଥିତ ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟାଳୟରେ ରହିଆସୁଛନ୍ତି ।
ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ସଚିବ ଦିବ୍ୟା ଦେବରାଜନ୍ କହିଛନ୍ତି ଯେ, ଇଣ୍ଟର ଦ୍ୱିତୀୟ ବର୍ଷ ପରୀକ୍ଷାରେ ଉଭୟ ପ୍ରଥମ ଶ୍ରେଣୀ ପାସ୍ କରିଛନ୍ତି । Inter-CEC ଗ୍ରୁପ ପରୀକ୍ଷାରେ ବୀଣା 712 ଏବଂ ଭାନି 707 ନମ୍ବର ରଖିଛନ୍ତି ।
ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସତ୍ୟବତୀ ରାଥୋଡ ବୀଣା-ଭାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ କ୍ଷେତ୍ରରେ ସେମାନଙ୍କ ନିକଟରେ ଠିଆ ହୋଇଥିବା ଅଧିକାରୀମାନଙ୍କୁ ମଧ୍ୟ ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ବୀଣା-ଭାନିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଜୁବଲି ହିଲ୍ସ ବିଧାୟକ ମଗନ୍ତୀ ଗୋପୀନାଥ ମଧ୍ୟ ବୀଣା-ଭାନିଙ୍କୁ ପ୍ରଶଂସା କରିଛନ୍ତି । ସେ ଶିଶୁ କଲ୍ୟାଣ ବିଭାଗର କାର୍ଯ୍ୟାଳୟକୁ ଯାଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ । ବିଧାୟକଙ୍କ ସହ ସ୍ଥାନୀୟ ଡିଭିଜନ୍ କର୍ପୋରେଟର ଦେଦୀପ୍ୟ ରାଓ, ଡିଭିଜନ୍ ସଭାପତି କୋନେରୁ ଅଜୟ, ସଚିବ ଭେନୁ, ବିଜୟ ମୁଦିରାଜ, ସତ୍ୟନାରାୟଣ, ଏବଂ ପୱନ ଉପସ୍ଥିତ ଥିଲେ ।
ତେବେ ବୀଣା ଏବଂ ଭାନିଙ୍କ ଘର ମହାବୁବାବଦ୍ ଜିଲ୍ଲାର ଦନ୍ତାଲପଲ୍ଲୀ ମଣ୍ଡଳର ବିରିଶେଟୀ ଗୁଦେମ ଗାଁର । ଜନ୍ମ ସମୟରେ ଏମାନେ ଯୋଡା ମୁଣ୍ଡ ହୋଇ ଜନ୍ମ ଗ୍ରହଣ କରିଥିଲେ । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ବେ ଏମାନଙ୍କ ମୁଣ୍ଡକୁ ଅଲଗା କରାଯାଇ ପାରିନଥିଲା ।