ETV Bharat / bharat

ପଶ୍ଚିମବଙ୍ଗରେ ବହୁମତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିବନି ବିଜେପି

author img

By

Published : Jan 20, 2021, 5:24 PM IST

Updated : Jan 20, 2021, 7:27 PM IST

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇ ସାରିବା ପରେ ବିଜେପି ତାର ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିବ । ଅଧିକ ପଢନ୍ତୁ .....

ପଶ୍ଚିମବଙ୍ଗରେ ବହୁମତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିବ ନାହିଁ ବିଜେପି

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇ ସାରିବା ପରେ ଦଳ ତାର ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିବ । ନିର୍ବାଚନ ଫଳାଫଳ ନଆସିବା ଯାଏ ଦଳ ତାର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ତାହା ଘୋଷଣା କରିବ ନାହିଁ । ଏପରି ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟ ବର୍ଗିୟ ।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନିର୍ବାଚନ ସମୟରେ ଦଳର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ତାହା ଘୋଷଣା କରାଯିବ ନାହିଁ । ଦଳ ବହୁମତ ହାସଲ କରିସାରିବା ପରେ ଦଳର କେନ୍ଦ୍ରୀୟ ନେତୃତ୍ବ ଓ ରାଜ୍ୟର ନିର୍ବାଚିତ ବିଧାୟକ ମାନେ ଏହା ବାବଦରେ ନିଷ୍ପତ୍ତି ନେବ ।

ବର୍ତ୍ତମାନ ବିଜେପି କେବଳ ଦଳୀୟ ଆଧାରରେ ନିର୍ବାଚନ ଲଢିବା ନେଇ ପ୍ରସ୍ତୁତ ହୋଇଛି । ରାଜ୍ୟରେ ଶାସନରେ ଥିବା ଟିଏମସିକୁ କ୍ଷମତାରୁ ହଟାଇ ସରକାରକୁ ଆସିବା ପାଇଁ ରଣନୀତି ଚାଲିଥିବା କଥା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳର କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି ସେ ମଧ୍ୟ ସ୍ପଷ୍ଟ କରିଛନ୍ତି । ତେବେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବା ନେଇ ସେ ଦମ୍ଭ ମଧ୍ୟ ଦେଖାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 20, 2021, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.