ETV Bharat / bharat

ହୃଦୟବାନ ପଶୁ, ମୃତଦେହ ପାଖରେ ବସି କାନ୍ଦିଲା ମାଙ୍କଡ - monkey

ପଶୁଙ୍କର ବି ମନ ଅଛି । କଥା ସିନା କହିପାରନ୍ତି ନାହିଁ ହେଲେ ସେମାନେ ବି କାନ୍ଦି ଜାଣନ୍ତି । ନିକଟରେ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳୁଛି ଯେଉଁଠି ମୃତ ବ୍ୟକ୍ତିଙ୍କ ପାଖରେ ବସି କାନ୍ଦିଲା ମାଙ୍କଡ । ଅଧିକ ପଢନ୍ତୁ...

The Ape Sat And Cried For Hours On The Death Of A Laborer In Giridih
ପଶୁ ଭିତରେ ବଞ୍ଚିଛି ମଣିଷ ପଣିଆ: ମୃତଦେହ ପାଖରେ ବସି କାନ୍ଦିଲା ମାଙ୍କଡ
author img

By

Published : Jan 10, 2021, 8:31 PM IST

ରାଞ୍ଚି : ସମାଜରେ ଧିରେ ଧିରେ ମଣିଷ ପଣିଆ କମିବାରେ ଲାଗିଛି । ମୋବାଇଲ ଯୁଗରେ ଲୋକେ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନକୁ ଇଧିକ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ପଶୁଙ୍କ ଭିତରେ ମଣିଷ ପଣିଆର ଝଲକ ସର୍ବଦା ଦେଖିବାକୁ ମିଳେ । ଆଜି ଆମେ ସେହିପରି ଦୃଶ୍ୟ ଦେଖାଇବୁ । ଯେଇଁଠି ସାମାନ୍ୟ ମାଙ୍କଡଟିଏ ବିନା ପରିଚୟରେ ଜଣେ ଅସହାୟ ପ୍ରତି କିପରି ସମ୍ବେଦନଶୀଳ ହୋଇପାରୁଛି । ମଣିଷର ମୃତ୍ୟୁ ପରେ ମାଙ୍କଡର ଝରୁଛି ଲୁହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାଡଖଣ୍ତର ଗିରିଧିର ଜିଲ୍ଲାର ବେଙ୍ଗବାଦ ଅଞ୍ଚଳରେ ।

ପଶୁ ଭିତରେ ବଞ୍ଚିଛି ମଣିଷ ପଣିଆ: ମୃତଦେହ ପାଖରେ ବସି କାନ୍ଦିଲା ମାଙ୍କଡ

ଜଣେ ଦିନ ମଜୁରିଆ ଗଛ କାଟୁଥିବା ସମୟରେ ହଠାତ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ରଖା ଯାଇଥିଲା । ହେଲେ ହଠାତ କେଉଁ ଆଡୁ ଏକ ମାଙ୍କଡ ଚାଲି ଆସିଥିଲା ଆଉ ମୃତଦେହ ପାଖରେ ବସି କାନ୍ଦିଥିଲା । ଏପରିକି ମୃତଦେହରେ ଘୋଡା ଯାଇଥିବା କପଡାକୁ କାଢି ମାଙ୍କଡ ତା ହାତରେ ମୃତ ବ୍ୟକ୍ତିଙ୍କୁ ଆଉଁସିବାରେ ଲାଗିଥିଲା । ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ନିଜ ପରିବାର ଲୋକ ପରି ମୃତଦେହକୁ ଜଗି ରହିଥିଲା । ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ମାଙ୍କଡଟି ଜଗି ରହିଥିଲା । ଏପରିକି ମୃତଦେହକୁ ଆମ୍ବୁଲାନ୍ସରେ ରଖାଯିବା ପରେ ଆମ୍ବୁଲାନ୍ସ ସହିତ ଚାଲି ଚାଲି ଯାଇଥିଲା ।

ତେବେ, ମୃତକ ହେଉଛନ୍ତି ଲାଟେହାରର ରାଧେଶ୍ୟାମ ସିଂ । ତାଙ୍କ ଘର ଲେଟାହାର ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି । ରାଧେଶ୍ବାମ ଗଛ କାଟିବା ପାଇଁ ନିଜ ସାଥିଙ୍କ ସହିତ ବେଙ୍ଗବାଦ ଅଞ୍ଚଳକୁ ଆସିଥିଲେ । ମୃତକଙ୍କ 2ଟି ସନ୍ତାନ ଥିବା ଜଣାପଡିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.