ETV Bharat / bharat

ଥାବର ଚନ୍ଦ୍ର ଗେହଲଟଙ୍କୁ ରାଜ୍ୟପାଳ; ଗୋଟିଏ ନିଷ୍ପତିରେ ଅନେକ ରଣନୀତି

author img

By

Published : Jul 6, 2021, 3:56 PM IST

ରାଜସ୍ଥାନର ଥାବର ଚନ୍ଦ୍ର ଗେହଲଟ ବିଜେପିର ଅନ୍ୟତମ ଦଳିତ ପ୍ରଭାବୀ ନେତା । ଜଣେ ପ୍ରଭାବୀ ଓ ଦଳିତ ନେତାଙ୍କୁ ହଠାତ କାହିଁକି ମୋଦି କ୍ୟାବିନେଟରୁ ହଟାଇ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ଥଇଥାନ କଲେ ? ଅଧିକ ପଢନ୍ତୁ:

Thawarchand gehlot
Thawarchand gehlot

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି ଭିତରେ ପ୍ରଥମ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟ ସହଯୋଗୀ ଥାବର ଚନ୍ଦ୍ର ଗେହଲଟଙ୍କୁ ସରକାରରୁ ବାହାର କରି ସାମ୍ବିଧାନିକ ପଦବୀରେ ଥଇଥାନ କରିଛନ୍ତି । ଏହି ଅଭିଜ୍ଞ ରାଜନେତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ସାମାଜିକ ନ୍ୟାୟ ଓ ସଶକ୍ତ ମନ୍ତ୍ରୀ ଥିବା ଥାବର ଚନ୍ଦ୍ରଙ୍କ ନୂଆ ନିଯୁକ୍ତି ପରେ ଏହା ସ୍ପଷ୍ଟ ହୋଇଛି ଯେ ଥାବର ପ୍ରତ୍ୟକ୍ଷ ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଭୟ ପାଳିରେ କ୍ୟାବିନେଟ ମନ୍ତ୍ରୀ ଥିବା ଥାବର ଚନ୍ଦ୍ର ଗେହଲଟ ଏବେ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳନେତା ମଧ୍ୟ ଅଛନ୍ତି ।

ରାଜସ୍ଥାନରୁ ଆସୁଥିବା ଥାବର ଚନ୍ଦ୍ର ଗେହଲଟ ବିଜେପିର ଅନ୍ୟତମ ଦଳିତ ପ୍ରଭାବୀ ନେତା । ଜଣେ ପ୍ରଭାବୀ ଓ ଦଳିତ ନେତାଙ୍କୁ ହଠାତ କାହିଁକି ମୋଦି କ୍ୟାବିନେଟରୁ ହଟାଇ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ଥଇଥାନ କଲେ ? ଏହାର ବଡ କାରଣ ହେଉଛି 1948 ମସିହାରେ ଜନ୍ମ ଗ୍ରହଣ କରିଥିବା ଗେହଲଟଙ୍କୁ ଏବେ 73 ବର୍ଷ ହୋଇଯାଇଛି । ବିଜେପିର ସମ୍ବିଧାନ ଅନୁସାରେ 75 ବର୍ଷରୁ ଉର୍ଦ୍ଧ୍ବ ନେତାଙ୍କୁ ପ୍ରତ୍ୟେକ୍ଷ ରାଜନୀତିରୁ ଅବସର ନେବାକୁ ହେବ । ଯଦିଓ ଗେହଲଟଙ୍କୁ 75 ବର୍ଷ ହୋଇନାହିଁ ତଥାପି ବିଜେପି ନେତୃତ୍ବ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତି ନେଇଛନ୍ତି ।

ଅର୍ଥାତ ଗୋଟିଏ ନିଷ୍ପତିରେ ଅନେକ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେପି ନେତୃତ୍ବ । ପ୍ରଥମତଃ ଥାବରଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ମନ୍ତ୍ରୀ ଦଳ କରିବ । ସେହିପରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ରାଜ୍ୟସଭାକୁ ଆଣିବ । ସେହିପରି ଯୁବେନେତାଙ୍କୁ ଦଳ ମୈଦାନକୁ ଆଣିବ । ଏହାବାଦ ଗେହଲଟଙ୍କ ନିଷ୍ଠା, ପରିଶ୍ରମ ଓ ଦଳପ୍ରତି ଥିବା ସମର୍ପଣର ପୁରସ୍କାର ସ୍ବରୂପ ତାଙ୍କୁ ରାଜ୍ୟପାଳ ପଦରେ ଦଳ ବସାଇଛି । ତେବେ ବିଜେପିର ଏହି ରଣନୀତି କେତେ ସଫଳ ହେଉଛି ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.