ETV Bharat / bharat

ଟ୍ୟୁସନ ସାରଙ୍କ ମାଡ଼ରେ ଶ୍ରବଣ ଶକ୍ତି ହରାଇଲେ ଛାତ୍ର - ଶ୍ରବଣ ଶକ୍ତି

ମହଙ୍ଗା ପଡ଼ିଲା ଶିକ୍ଷକଙ୍କ ଦଣ୍ଡ ପ୍ରହାର । ଟ୍ୟୁସନ ସାରଙ୍କ ମାଡ଼ରେ ଶ୍ରବଣ ଶକ୍ତି ହରାଇଲେ ଛାତ୍ର । ଅଧିକ ପଢନ୍ତୁ

Thane student loses hearing
Thane student loses hearing
author img

By

Published : Apr 7, 2023, 6:27 PM IST

ମୁମ୍ବାଇ: ମହଙ୍ଗା ପଡ଼ିଲା ଶିକ୍ଷକଙ୍କ ଦଣ୍ଡ ପ୍ରହାର । ଟ୍ୟୁସନ ସାରଙ୍କ ମାଡ଼ରେ ଶ୍ରବଣ ଶକ୍ତି ହରାଇଲେ ମାତ୍ର ୧୨ ବର୍ଷର ଛାତ୍ର । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଦେଖିବାକୁ ମିଳିଛି । ଛାତ୍ର ଜଣକ ହୋମୱାର୍କ ନ କରିଥିବାରୁ ତାଙ୍କୁ ଦଣ୍ଡ ଦେବା ଲାଗି ମାଡ଼ ମାରିଥିଲେ ଟ୍ୟୁସନ ସାର । ଏହାପରେ ଛାତ୍ରଙ୍କ କାନ ଫୁଲିଯାଇଥିବା ବେଳେ ସେ ଶ୍ରବଣ ଶକ୍ତି ହରାଇଛନ୍ତି । ତେବେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଗତ ମାର୍ଚ୍ଚ ୩୧ ତାରିଖରେ ଘଟିଛି ଏଭଳି ବିରଳ ଘଟଣା । ଯେତେବେଳେ ଟ୍ୟୁସନ ସାର ଜାଣିବାକୁ ପାଇଥିଲେ ଯେ ଛାତ୍ର ଜଣକ ହୋମୱାର୍କ ସମ୍ପୂର୍ଣ୍ଣ କରିନାହାନ୍ତି ଏହାପରେ ତାଙ୍କୁ ଜୋରରେ ମାଡ଼ ମାରିଥିଲେ । ଏହାପରେ ଛାତ୍ର ଜଣକ କାନ୍ଦି କାନ୍ଦି ଘରକୁ ଆସିବା ପରେ ପରିବାରକୁ ଜଣାଇଥିଲେ । ଛାତ୍ରଟି ପ୍ରାଥମିକ ଅବସ୍ଥାରେ କାନ ଦରଜ ଥିବା ନେଇ କହିଥିଲା । ଏହାପରେ ଧୀରେଧୀରେ ତାର ଶ୍ରବଣ ଶକ୍ତି ହ୍ରାସ ପାଇଥିଲା । ଶେଷରେ ଏବେ ସେ ବଧିର ହୋଇଯାଇଥିବା ବେଳେ କାନର ଭିତର ପାର୍ଶ୍ବ ଫୁଲି ଯାଇଛି । ଏହାପରେ ଆହତ ଛାତ୍ରର ପିତାମାତା ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ

ଆଇପିସି ଧାରା ୩୨୩ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ ଭୟାନ୍ଦର ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି । ହେଲେ ଏଯାବତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇନଥିବା ସୂଚନା ମିଳିଛି । ସୂଚନା ଥାଉ କି ଗତ ମାସ ବିହାରର ସହର୍ସଠାରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏଠାରେ ଜଣେ ୭ବର୍ଷର ଛାତ୍ରର ମୃତ୍ୟୁ ଘଟିଥିଲା । ଛାତ୍ର ଜଣକ ସ୍କୁଲରେ ନିୟମ ନ ମାନୁଥିବାରୁ ଶିକ୍ଷକ ତାକୁ ମାଡ଼ ମାରିଥିଲେ । ଏହାପରେ ଛାତ୍ରଟି ଚେତାଶୂନ୍ୟ ହୋଇପଡ଼ିଥିଲା । ଏହି ଛାତ୍ରକୁ ଏକ ବାଡ଼ିରେ ମାଡ଼ ମାରିଥିଲେ ଅଭିଯୁକ୍ତ ଶିକ୍ଷକ ।

ଛାତ୍ରଟି ଚେତାଶୂନ୍ୟ ହୋଇପଡ଼ିବା ପରେ ତାକୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହାପରେ ଅଭିଯୁକ୍ତ ଶିକ୍ଷକ ଜଣକ ଫେରାର ହୋଇଯାଇଥିବା ବେଳେ ମୃତ ଛାତ୍ରର ପରିବାର ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । କୁନିକୁନି ପିଲାଙ୍କୁ ଦଣ୍ଡ ଦେଇ ଶାସନ କରିବା ଠିକ । ମାତ୍ର ଏପରି ଦଣ୍ଡକୁ ଅଭିଭାବକ ମହଲରେ ନିନ୍ଦା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.