ETV Bharat / bharat

Gadkari On Tesla Cars: ମସ୍କଙ୍କୁ ସଫାସଫା ଶୁଣାଇଲେ ଗଡକରୀ, ଭାରତରେ ତିଆରିଲେ ଆମେ କିଣିବୁ

author img

By

Published : Apr 26, 2022, 5:07 PM IST

Teslaକୁ ଭାରତରେ ଉତ୍ପାଦନ କରିବାକୁ ସ୍ବାଗତ କିନ୍ତୁ ଚୀନରୁ ଆମଦାନୀ କରି ଭାରତରେ ବିକ୍ରି କରିପାରିବନି କହିଲେ ପରିବହନ ମନ୍ତ୍ରୀ । ଅଧିକ ପଢନ୍ତୁ

Tesla ଭାରତରେ ଉତ୍ପାଦନ କରୁ, ଚୀନରୁ ଆମଦାନୀ କରି ବିକ୍ରି ନୁହେଁ: ଗଡକରୀ

ନୂଆଦିଲ୍ଲୀ: ଆମେରିକୀୟ ବୈଦ୍ୟୁତିକ କାର ନିର୍ମାତା କମ୍ପାନୀ ଟେଲସା (Tesla) ଭାରତରେ ତାର ଉତ୍ପାଦନ ଆରମ୍ଭ କରିପାରିବ । ଭାରତରେ ଉତ୍ପାଦିତ ଯାନ ବିଦେଶକୁ ରପ୍ତାନୀ ମଧ୍ୟ କରି ପାରିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଚୀନରେ ନିର୍ମିତ ଉତ୍ପାଦ ଆମଦାନୀ କରି ଭାରତୀୟ ବଜାରରେ ବିକ୍ରି କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ।

  • #WATCH If Elon Musk is ready to manufacture in India, we've all competencies & technology. Our request to him is to manufacture in India. But suppose he wants to manufacture in China & sell in India, it cannot be a good proposition: Union Min Nitin Gadkari at a pvt event, today pic.twitter.com/t4UkjkOJio

    — ANI (@ANI) April 26, 2022 " class="align-text-top noRightClick twitterSection" data=" ">

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, ଚୀନରେ ନିର୍ମାଣ ଓ ଭାରତରେ ବିକ୍ରି ଆଦୌ ଗ୍ରହଣୀୟ ନୁହେଁ । କମ୍ପାନୀ ଭାରତରେ ତାର ବୈଦ୍ୟୁତିକ ଯାନ ଆମଦାନୀ ତଥା ବିକ୍ରୟ କରିବାକୁ ଆମଦାନୀ ଶୁଳ୍କ ହ୍ରାସ କରିବା ପାଇଁ ନୂଆଦିଲ୍ଲୀରେ ଅଧିକାରୀଙ୍କ ସହ ବର୍ଷାଧିକ କାଳ ଆଲୋଚନା ମଧ୍ୟ କରିଥିଲା । ଭାରତରେ ଆମଦାନୀ ଶୁଳ୍କ ବିଶ୍ୱରେ ସର୍ବାଧିକ ବୋଲି କହିଥିଲେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲୋନ୍ ମସ୍କ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଭାରତରେ "ମେକ୍ ଇନ୍ ଇଣ୍ଡିଆ" ମିଶନ ଜରିଆରେ ସ୍ଥାନୀୟ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ନିଯୁକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ Tesla ପକ୍ଷରୁ ସେପରି କିଛି ନିଶ୍ଚିତ ନିବେଶ ପ୍ରସ୍ତାବ ମଧ୍ୟ ଭାରତ ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇ ନାହିଁ । ଯଦି କମ୍ପାନୀ ଭାରତରେ ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରେ ତେବେ ସ୍ବାଗତ କରାଯିବା ନେଇ ଗଡକରୀ ସ୍ପଷ୍ଟ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.