ETV Bharat / bharat

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ - କାଶ୍ମୀରରେ ଅଣସ୍ଥାନୀୟଙ୍କୁ ଆକ୍ରମଣ

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ । ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ (Terrorists fired upon 2 migrant labourers in jk)। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଘଟଣାସ୍ଥଳରେ ପହଞ୍ଚିଲେ ସୁରକ୍ଷା ବଳ । ଅଧିକ ପଢନ୍ତୁ

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ

author img

By

Published : Nov 3, 2022, 8:15 PM IST

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ । ଆଜି ସଂଧ୍ୟାରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ଗୁଳିମାଡ କରିଛନ୍ତି (Terrorists fired upon 2 migrant labourers in jk)। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଦୁହିଁଙ୍କ ମଧ୍ୟରୁ ଜଣେ ଶ୍ରମିକ ବିହାରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ନେପାଳର ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଉଭୟ ବୋନ୍ଦିଲଗମରେ ଏକ ଘରୋଇ ସ୍କୁଲରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ସଂଧ୍ୟାରେ ଉଭୟ ସ୍କୁଲ ନିକଟବର୍ତ୍ତୀ ସ୍ଥାନରେ ଥିବା ବେଳେ ଆତଙ୍କବାଦୀ ସେମାନଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

  • J&K | Terrorists fired upon 2 migrant labourers (1 from Bihar & second from Nepal), who were working at a private school at Bondialgam in Anantnag district. Both of them have been shifted to hospital. Details awaited. pic.twitter.com/7mXY6GEeff

    — ANI (@ANI) November 3, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:- ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ସଫା

ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମଧ୍ୟ ଅଧିକ ସୂଚନା ମିଳି ପାରିନାହିଁ । ଖବର ପାଇଁ ସ୍ଥାନୀୟ ପୋଲିସ ଟିମ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି । ଘାଟିରେ ସୁରକ୍ଷାବଳର ନିରନ୍ତର ଆତଙ୍କୀ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସାଧାରଣ ଲୋକ ତଥା ଅଣସ୍ଥାନୀୟଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.