ETV Bharat / bharat

କୁଲଗାମ ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ, ଅପରେସନ ଜାରି

author img

By

Published : Sep 27, 2022, 10:10 PM IST

କୁଲଗାମ୍‌ ଜିଲ୍ଲାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

terrorist neutralized in kulgam encounter by security forces
କୁଲଗାମ ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ, ଅପରେସନ ଜାରି

ଶ୍ରୀନଗର: ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ । ଜାମ୍ମୁ ଓ କାଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମଙ୍ଗଳବାର ସନ୍ଧ୍ୟା ୭ଟା ବେଳେ ବାଟପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

କୌଣସି ସୂତ୍ରରୁ ଖବର ପାଇ ବାଟପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ କାଶ୍ମୀର ପୋଲିସ ମିଳିତ ଭାବରେ ଅପରେସନ ଆରମ୍ଭ କରିଥିଲେ । ଏଠାରେ ଦୁଇ ଆତଙ୍କୀ ଲୁଚି ରହିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ଦୁଇ ଆତଙ୍କୀଙ୍କୁ ନିଜ ଜାଲରେ ଫସାଇବାକୁ ସକ୍ଷମ ହୋଇଥିଲେ ସୁରକ୍ଷା କର୍ମୀ । କର୍ଡନ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଏହାପରେ ସୁରକ୍ଷା କର୍ମୀ ପାଲଟା ଗୁଳିଚଳନା କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ଦେଇଛି କାଶ୍ମୀର ଜୋନ୍‌ ପୋଲିସ ।

ଏହା ବି ପଢ଼ନ୍ତୁ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ପ୍ରୟାସ, ୩ ଆତଙ୍କୀ ସଫା

କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି ଯେ, "କୁଲଗାମ୍‌ରେ ଚାଲିଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ବର୍ତ୍ତମାନ ଅପରେସନ ଜାରି ରହିଛି । ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣା ପଡ଼ିଛି । ଉଭୟ ଜୈଶ-ଏ-ମହମ୍ମଦ ସହ ଜଡ଼ିତ । ଉଭୟ ଅନେକ ହିଂସାକାଣ୍ଡରେ ଜଡ଼ିତ ।"

ବର୍ତ୍ତମାନ ବି ଅପରେସନ ଜାରି ରହିଥିବା ବେଳେ ଜଣେ ଆତଙ୍କୀ ଏବେ ଲୁଚି ରହିଥିବା ଜଣା ପଡ଼ିଛି । ଗତ ସୋମବାର ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳ ନିପାତ ହୋଇଥିଲେ ତିନି ଆତଙ୍କୀ । ସେହି କୁଲଗାମ ଜିଲ୍ଲାର ବାଟପୋରା ଅଞ୍ଚଳରେ ଏହି ଆତଙ୍କବାଦୀମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ଏନେଇ କୌଣସିମତେ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ୩ ଆତଙ୍କୀଙ୍କୁ ଗୁଳିକରି ଟଳାଇଥିଲେ ସୁରକ୍ଷାକର୍ମୀ ।

ସୁରକ୍ଷା କର୍ମୀଙ୍କ ଗୁଳି ଜବାବରେ ଆତଙ୍କବାଦୀ ପାଲଟା ଗୁଳିଚାଳନା କରିଥିଲେ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ସୁରକ୍ଷାକର୍ମୀ ଓ କାଶ୍ମୀର ଜୋନ ପୋଲିସ୍‌ର ମିଳିତ ଅପରେସନ ବଳରେ ଆତଙ୍କବାଦୀଙ୍କୁ ରୋକିବା ସହ ତାଙ୍କୁ ନିପାତ କରାଯାଇଥିଲା । ସେପଟେ ଏହି ଗୁଳି ବିନିମୟରେ ଜଣେ ଯବାନ ଓ ଦୁଇ ଜଣ ସାଧାରଣ ଜନତା ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.