ନୂଆଦିଲ୍ଲୀ: ଟେରର ଫଣ୍ଡିଂ ମାମଲା । ଜମ୍ମୁକାଶ୍ମୀର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(SIA) ଆଜି ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ କରିଛି । ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ସହିତ ଜଡ଼ିତ ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି (SIA) ଗଠନ କରାଯାଇଛି ।
ଯେଉଁଠାରେ ଆତଙ୍କୀ ସଂଗଠନର ସୁରାକ ପାଇଛି ସେହି ସ୍ଥାନ ଗୁଡିକରେ ଏସଆଇଏ(SIA) ରେଡ କରିଥିଲା । ଜୈସ-ଏ-ମହମ୍ମହ ଆତଙ୍କୀ ସଂଗଠନର ଓଭର ଗ୍ରାଉଣ୍ତ ଓ୍ବାର୍କର୍ସ Over Ground Workers (OGWs) ଓ ଅନ୍ୟ ଆତଙ୍କୀ ସମର୍ଥକଙ୍କ ଗତିବିଧି ଲକ୍ଷ କରି ଏସଆଇଏ ଚଢାଉ କରୁଛି ।
ଜାତୀୟ ରାଜଧାନୀରେ ଦିଲ୍ଲୀରେ ଜୈସ-ଏ-ମହମ୍ମହ ଆତଙ୍କୀ ସଂଗଠନର ଓଭର ଗ୍ରାଉଣ୍ତ ଓ୍ବାର୍କର(OGW) ମାନଙ୍କ ଗତିବିଧି ବିରୁଦ୍ଧରେ ସୁରାକ ପାଇଥିଲା । ପରେ ସେଠାରେ ଛାପା ମାରିଥିଲା SIA । ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଏବଂ କେନ୍ଦ୍ରୀୟ କାଶ୍ମୀରରେ ରେଡ ସମୟରେ ଏସଆଇଏ (SIA) ଜୈସ-ଏ-ମହମ୍ମହ ଆତଙ୍କୀ ସଂଗଠନର 10 ଜଣ ଗ୍ରାଉଣ୍ତ ଓ୍ବାର୍କରଙ୍କୁ ଗିରଫ କରିଥିଲା ।
@ANI