ETV Bharat / bharat

Terrorist attack alert: ନୂଆବର୍ଷରେ ହୋଇପାରେ ଆତଙ୍କୀ ହମଲା, ପଞ୍ଜାବରେ ଆଲର୍ଟ - ଗୁପ୍ତଚର ସଂସ୍ଥା

ପଞ୍ଜାବରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ (Terrorist attack alert in Punjab) । ଏ ନେଇ ଆତଙ୍କବାଦୀ ଗୋଷ୍ଠୀ ଧମକ ଦେଉଥିବା ବେଳେ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ନେଇ ଗୁଇନ୍ଦା ସଂସ୍ଥା ସତର୍କ କରାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 29, 2022, 11:01 PM IST

ଚଣ୍ଡିଗଡ଼: ନୂଆବର୍ଷରେ ପଞ୍ଜାବରେ ଆତଙ୍କବାଦ ହମଲା (Terrorist attack alert in Punjab) ନେଇ ପୁଣି ସତର୍କ କରାଇଲା ଗୁପ୍ତଚର ସଂସ୍ଥା । ସୀମାରେ ଜଗି ବସିଥିବା ଶତ୍ରୁ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ RPG ଆକ୍ରମଣ ନେଇ ଯୋଜନା କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଏ ନେଇ ଲୁଧିଆନାର ଗୁପ୍ତଚର ସଂସ୍ଥା ସ୍ପଷ୍ଟ ସୂଚନା ପାଇବା ପରେ ଏଭଳି ଧମକ ଆସୁଥିବା କହିଛି ଏଜେନ୍ସି (IG of Ludhiana range) । ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପୂର୍ବରୁ ଏଭଳି ଆଲର୍ଟ ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ବେଳେ ପୁଣି ସତର୍କ କରାଯାଇଛି । ଚେତାବନୀରେ କୁହାଯାଇଛି ଯେ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ପଞ୍ଜାବର ପୋଲିସ ଷ୍ଟେସନକୁ ଟାର୍ଗେଟ କରିପାରନ୍ତି । ଆତଙ୍କବାଦୀ ଗୋଷ୍ଠୀ ପୂର୍ବରୁ ପୋଲିସକୁ ଟାର୍ଗେଟ କରି ପଞ୍ଜାବ ପୋଲିସ ଉପରେ ୨ଟି ଆରପିଜି ଆକ୍ରମଣ କରିଛନ୍ତି । ଅନ୍ୟପକ୍ଷରେ ସତର୍କତାକୁ ନିଶ୍ଚିତ କରିବାବେଳେ ଲୁଧିଆନା ରେଞ୍ଜର ଆଇଜି କହିଛନ୍ତି ଯେ ବ୍ୟକ୍ତିଗତ ତଥା ପଞ୍ଜାବ ରେଞ୍ଜରେ ଆକ୍ରମଣ ସହ ଜଡିତ ଧମକ ମଧ୍ୟ ମିଳୁଛି । ଗତ କିଛି ଦିନ ତଳେ ଲୁଧିଆନାର ଏକ କେନାଲରୁ ବିସ୍ଫୋରକ ଭଳି କିଛି ସାମଗ୍ରୀ ମଧ୍ୟ ମିଳିଥିଲା । ଏହାପରେ ଗୁପ୍ତଚର ସଂସ୍ଥା ହମଲା ନେଇ ସନ୍ଦେହ କରିବା ପରେ ସତର୍କ କରାଇଥିଲା ।

ଏହା ବି ପଢନ୍ତୁ- ଖଡଗେ ନୁହନ୍ତି ରାହୁଲ ଗାନ୍ଧୀ ଆମର ମୁଖ୍ୟ ନେତା: ସଲମାନ ଖୁର୍ସିଦ୍ଦ

ଅନ୍ୟପଟେ ମଣ୍ଡ ଅଞ୍ଚଳର RPG ଲୋଡ୍‌ ଥିବା ବିସ୍ଫୋରକ ସାମଗ୍ରୀକୁ ଗତକାଲି ଉଦ୍ଧାର କରିବା ପରେ ନିଷ୍କ୍ରିୟ କରାଯାଇଛି । ସରହଲି ପୋଲିସ ଷ୍ଟେସନ ଉପରେ ଆରପିଜି ଲଞ୍ଚର ଆଟାକ ହେବା ପରେ ୩ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏହାପରେ ପୋଲିସ କିଛି ବ୍ୟବହୃତ ହୋଇନଥିବା ଆରପିଜି ପକେଟକୁ ଜବତ କରିଛି । ଆକ୍ରମଣକୁ ନେଇ ଗୁପ୍ତଚର ସଂସ୍ଥାର ଆଇଜି ଡକ୍ଟର କୌସ୍ତୁବ ଶର୍ମା କହିଛନ୍ତି ଯେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯଦି କିଛି ସନ୍ଦିଗ୍ଧ ବ୍ୟକ୍ତି ବା ପଦାର୍ଥକୁ କେହି ଦେଖନ୍ତି ତେବେ ହେଲ୍‌ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.