ETV Bharat / bharat

ଚାଷୀଙ୍କ ସହ ସରକାରଙ୍କ ଦଶମ ପର୍ଯ୍ୟାୟ ବୈଠକ, ବାହାରିବ କି ନିଷ୍କର୍ସ ? - ଚାଷୀ ଆନ୍ଦୋଳନ

ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଦଶମ ପର୍ଯ୍ୟାୟ ବୈଠକ । 9 ରାଉଣ୍ଡ ବୈଠକରେ ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ସରକାର । ଅଧିକ ପଢନ୍ତୁ...

ଆନ୍ଦୋଳନରତ ଚାଷୀଙ୍କ ସହ ସରକାରଙ୍କ ଦଶମ ପର୍ଯ୍ୟାୟ ବୈଠକ, ବାହାରିବ କି ନିଷ୍କର୍ଷ ?

author img

By

Published : Jan 20, 2021, 4:10 PM IST

ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଦଶମ ପର୍ଯ୍ୟାୟ ବୈଠକ । ରାଜଧାନୀ ଦିଲ୍ଲୀର ବିଜ୍ଞାନଭବନରେ ଜାରି ରହିଛି ଏହି ବୈଠକ । ଏହା ପୂର୍ବରୁ ହୋଇଥିବା 9 ରାଉଣ୍ଡ ବୈଠକରେ ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ସରକାର ।

ବିଜ୍ଞାନଭବନରେ ଚାଲିଥିବା ଏହି ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଉପସ୍ଥିତ ଅଛନ୍ତି । ଏହାରି ମଧ୍ୟରେ ଚାଷୀ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ କମିଟିର ଗଠନ କରାଯାଇସାରିଛି । ହେଲେ ଚାଷୀମାନେ ଏହି କମିଟିକୁ ପ୍ରତ୍ୟାକ୍ଷାନ କରିଛନ୍ତି ।

ସେପଟେ ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ଯଦି ରଦ୍ଦ ନ କରନ୍ତି ତେବେ ଏହି ଆନ୍ଦୋଳନ ଆସନ୍ତା ମେ’ 2024 ପର୍ଯ୍ୟନ୍ତ ଚାଲିବ ବୋଲି ଚେତାବନୀ ଦେଇଥିଲେ ଭାରତ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ।

ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଚାଲିଛି । ଗଣତନ୍ତ୍ର ଦିବସକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଚାଷୀଙ୍କ ଏହି ଆନ୍ଦୋଳନ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଭିତରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ ଚାଷୀ ।

ସୁରକ୍ଷା ଦୃଷ୍ଟିରୁ ଏହି ଆନ୍ଦୋଳନ ନ କରିବା ପାଇଁ ଚାଷୀଙ୍କ ସହ ବାରମ୍ବାର ବୈଠକ କରୁଛି ପୋଲିସ ପ୍ରଶାସନ । ହେଲେ ଚାଷୀମାନେ ନିଜ ଦାବିରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ସହ ଜାରି ଦଶମ ପର୍ଯ୍ୟାୟ ଆଲୋଚନାରେ କିଛି ନିଷ୍କର୍ସ ବାହାରୁଛି ନା ପୂର୍ବ ଭଳି ଆଲୋଚନା ବିଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.