ETV Bharat / bharat

ଅଶାନ୍ତ ଅମଲ୍ଲାପୁରମ: ଜିଲ୍ଲା ନାଁ ପରିବର୍ତ୍ତନକୁ ନେଇ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

author img

By

Published : May 25, 2022, 11:04 AM IST

Updated : May 25, 2022, 1:07 PM IST

ଅଶାନ୍ତ ହୋଇଛି ଆନ୍ଧ୍ରପ୍ରଦେଶ ଅମଲ୍ଲାପୁରମ ସହର । ଆନ୍ଧ୍ର କୋନାସୀମା ଜିଲ୍ଲା ନାମ ପରିବର୍ତ୍ତନକୁ କେନ୍ଦ୍ର କରି ସହରରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଲୋକ ରାଜ୍ୟ ପରିବହନ ମନ୍ତ୍ରୀ ପି.ବିଶ୍ବରୂପ ଓ ବିଧାୟକ ପୋନ୍ନଦା ସତୀଶଙ୍କ ବାସଭବନ ଆଗରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ହୋ ହଲ୍ଲା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆଶାନ୍ତ ଅମଲ୍ଲାପୁରମ
ଆଶାନ୍ତ ଅମଲ୍ଲାପୁରମ

ଅମରାବତୀ: ଅଶାନ୍ତ ହୋଇଛି ଆନ୍ଧ୍ରପ୍ରଦେଶ ଅମଲ୍ଲାପୁରମ ସହର । ଆନ୍ଧ୍ର କୋନାସୀମା ଜିଲ୍ଲା ନାମ ପରିବର୍ତ୍ତନକୁ କେନ୍ଦ୍ର କରି ସହରରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଲୋକ ରାଜ୍ୟ ପରିବହନ ମନ୍ତ୍ରୀ ପି.ବିଶ୍ବରୂପ ଓ ବିଧାୟକ ପୋନ୍ନଦା ସତୀଶଙ୍କ ବାସଭବନ ଆଗରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ହୋ ହଲ୍ଲା କରିଥିବା ଦେଖିବାକୁ ମିଳିଛି । ଆଶାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ନିୟନ୍ତ୍ରଣ ହୋଇଛନ୍ତି । କେତେକ ବିକ୍ଷୋଭକାରୀଙ୍କୁ ପୋଲିସ ଟେକି ନେଉଥିବା ଦେଖିବାକୁ ମିଳିଛି ।

ଅଶାନ୍ତ ଅମଲ୍ଲାପୁରମ

ନୂଆ କରି ତିଆରି ହୋଇଥିବା କୋନାସୀମା ଜିଲ୍ଲାର ନାଁ ବିଆର ଆମ୍ବେଦକର କୋନାସୀମା କରିବାକୁ ହେଉଥିବା ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ । କ୍ଲକ ଟାୱାର ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବସ ଭାଙ୍ଗିବା ସହ ଯାନବାହନ ଜଳାପୋଡା କରିଥିବା ଦେଖିବାକୁ ମିଳିଛି । ସ୍ଥିତି ଆୟତ୍ତ ନହେବାରୁ ବିଗିଡ଼ିବାରୁ ପୋଲିସ୍‌ ବାଧ୍ୟ ହୋଇ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ କର୍ମୀଙ୍କ ଉପରକୁ ପଥର ମାଡ କରିଥିଲେ । ଅନେକ ଆହତ ମଧ୍ୟ ହୋଇଛନ୍ତି ।

ଏହା ପରେ କାମନାଗାରୁ ଯାଇ ରାଜ୍ୟ ପରିବହନ ମନ୍ତ୍ରୀ ବିଶ୍ବରୂପଙ୍କ ଘରକୁ ଟାର୍ଗେଟ କରିଥିଲେ । ମନ୍ତ୍ରୀ ଓ ତାଙ୍କ ପରିବାର ଲୋକ ଘରେ ଥିଲା ବେଳେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲେ । ଏହାପରେ ବିଧାୟକ ପୋନ୍ନଦାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ମନ୍ତ୍ରୀ ଓ ବିଧାୟକଙ୍କ ପରିବାରକୁ ସୁରକ୍ଷିତ ଉଦ୍ଧାର କରିଛି । କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରି ମାମଲା ରୁଜୁ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2022, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.