ETV Bharat / bharat

Prophet Remarks Row: ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରତିବାଦ, ତାରରେ ଟାଙ୍ଗିଲେ ନୁପୂରଙ୍କ କୁଶପୁତ୍ତଳିକା - ନୂପୁର ଶର୍ମାଙ୍କ ବିବାଦୀୟ ବୟାନ

ପ୍ରଫେଟ ମହମ୍ମଦଙ୍କୁ ନେଇ ପୂର୍ବତନ ବିଜେପି ନେତା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ବୟାନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନାର ମାହୋଲ ରହିଛି । ଅଧିକ ପଢ଼ନ୍ତୁ

Nupur Sharma Controversial Statement: ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନାର ମାହୋଲ

author img

By

Published : Jun 10, 2022, 5:26 PM IST

Updated : Jun 10, 2022, 6:56 PM IST

ହାଇଦ୍ରାବାଦ: ମହାପୁରୁଷ ମହମ୍ମଦଙ୍କୁ ନେଇ ନିଲମ୍ବିତ ବିଜେପି ନେତା ନୁପୂର ଶର୍ମା ଓ ଦଳରୁ ବହିଷ୍କୃତ ନବୀନ ଜିନ୍ଦଲଙ୍କ ବିବାଦୀୟ ବୟାନକୁ ନେଇ (ଶୁକ୍ରବାର) ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନାପୂର୍ଣ୍ଣ ଏବଂ ହିଂସାତ୍ମକ ମାହୋଲ ରହିଛି । ଦିଲ୍ଲୀର ଜାମା ମସ୍‌ଜିଦ୍‌ ନିକଟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୁସଲମାନ ସମ୍ପ୍ରଦାୟ । ସେହିଭଳି ଉତ୍ତର ପ୍ରଦେଶର ପ୍ରୟାଗରାଜ, ପଞ୍ଜାବର ଲୁଧିଆନା, ଝାଡ଼ଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ନୂପୁର ଶର୍ମାଙ୍କ କୁଶୁପୁତ୍ତଳିକା ଦାହ କରିଛନ୍ତି ମୁସଲମାନ ଧର୍ମାବଲମ୍ବୀ ।

ପ୍ରଫେଟ ମହମ୍ମଦଙ୍କୁ ନେଇ ନୁପୂରଙ୍କ ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଭାରତ ସହ ମଧ୍ୟପୂର୍ବ ମୁସଲିମ୍ ଦେଶଗୁଡ଼ିକରୁ ତାଙ୍କୁ ହତ୍ୟା ଧମକ ମିଳିବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ଜାମା ମସଜିଦ୍‌ରେ ନମାଜ ପାଠ ପରେ ଅଚାନକ ଲୋକଙ୍କ ଭିଡ଼ ଜମିଥିଲା । ଲୋକେ ନୂପୁର ଶର୍ମାଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରି ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ଭିଡ଼ ଭାଙ୍ଗିବା ସହ ସ୍ଥିତି ନିୟନ୍ତ୍ରାଣଧିନ କରିଥିଲା ।

ଏହାକୁ ନେଇ ଜାମା ମସଜିଦର ମୁଖପାତ୍ର ଶାହୀ ଇମାମ୍‌ କହିଛନ୍ତି ଯେ, "ମସଜିଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡାକରା ଦିଆଯାଇନଥିଲା । ଯେଉଁମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ତାଙ୍କ ସହ ମସଜିଦର କୌଣସି ସମ୍ପର୍କ ନାହିଁ । ସେମାନେ AIMIMର ସଦସ୍ୟ ହୋଇପାରନ୍ତି । ଆମେ ତାଙ୍କୁ କହିଥିଲୁ ଯଦି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ତେବେ ଆମେ ତାଙ୍କୁ ସମର୍ଥନ କରିବୁ ନାହିଁ ।"

ଝାଡ଼ଖଣ୍ଡର କେତେକ ମସଜିଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଲୋକେ । ସ୍ଥିତି ଅଣାୟତ୍ତ ହେବାରୁ ରାଞ୍ଚି କର୍ଫ୍ୟୁ ଜାରି କରିଛି ପ୍ରଶାସନ । ଉତ୍ତର ପ୍ରଦେଶର ପ୍ରୟାଗରାଜ ଓ ଲକ୍ଷ୍ନୌରେ ନାରାବାଜି ସହ ଲୋକେ ପୋଲିସ ବାରିକେଡ ଭାଙ୍ଗିବାକୁ ପଛାଇ ନଥିଲେ । ତେବେ ହିଂସାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ ସରକାର ପକ୍ଷରୁ କୁହାଯାଇଛି । ପଞ୍ଜାବର ଜଳନ୍ଧରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେଇ କେତେକ ସ୍ଥିତି ନିୟନ୍ତ୍ରଣ କରିଛି ।

Last Updated : Jun 10, 2022, 6:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.