ETV Bharat / bharat

ଭୋଟ ଗଣତି କେନ୍ଦ୍ରରେ ହାତାହାତି ହେଲେ ଦୁଇ ଦଳର କର୍ମୀ

author img

By

Published : May 2, 2021, 11:24 AM IST

ସାତ୍ତୁର ଭୋଟ ଗଣତି କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ କର୍ମୀର ଏଏମଏମକେ ଓ ଏଆଇଡିଏମକେ ସଦସ୍ୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଅଧିକ ପଢ଼ନ୍ତୁ...

ଭୋଟ ଗଣତି କେନ୍ଦ୍ରରେ ହାତାହାତୀ ହେଲେ ରାଜନୈତିକ ଦଳ କର୍ମୀ

ଚେନ୍ନାଇ: ତାମିଲନାଡ଼ୁ ଭୋଟ ଗଣତି କେନ୍ଦ୍ରରେ ହିଂସାକାଣ୍ଡ । ରାଜ୍ୟର ସାତ୍ତୁର ଭୋଟ ଗଣତି କେନ୍ଦ୍ରରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ କର୍ମୀର ଏଏମଏମକେ ଓ ଏଆଇଡିଏମକେ ସଦସ୍ୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଅରୁପକୋଟ୍ଟାଇର ଏଆଇଡିଏମକେ ବିଧାନସଭା ପ୍ରାର୍ଥୀ ଅରୁପକୋଟ୍ଟାଇ ଏହି ଭୋଟ ଗଣତି କେନ୍ଦ୍ରକୁ ଅଚାନକ ପଶି ଆସିଥିଲେ। ଏହାପରେ ଦୁଇ ଦଳୀୟକର୍ମୀଙ୍କ ମଧ୍ୟରେ ହୋଇଥିବା ତୁମୁଳ କାଣ୍ଡ ।

ଅରୁପକୋଟ୍ଟାଇ ଭୋଟ ଗଣତି କେନ୍ଦ୍ରକୁ ଯିବା ପରେ ଏଏମଏମକେ ଦଳ ସଦସ୍ୟ ଏହାକୁ ବିରୋଧ କରିଥିଲେ । ଭୋଟ ଗଣତି କେନ୍ଦ୍ରରେ ଦୁଇ ଦଳ ହାତାହାତୀ ହେବାକୁ ପଛାଇ ନଥିଲେ । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ସୁଦ୍ଧା ଏଭଳି ଏକ ଘଟଣା ରୋକିବାରେ ଅସଫଳ ହୋଇଥିଲା । ଏହି ସଂଘର୍ଷରେ ଏଏମଏମକେର ଥିରୁମାଲାଇରଞ୍ଜନଙ୍କ ସାର୍ଟକୁ ଚିରି ପକାଇଥିଲେ ଏଆଇଡିଏମକେ ସଦସ୍ୟ।

ବର୍ତ୍ତମାନ ଭୋଟ ଗଣତି କେନ୍ଦ୍ରରେ ଚାପା ଉତ୍ତେଜନା ଲାଗି ରହିଛି । ଏହାଦ୍ବାରା ଭୋଟ ଗଣତିରେ ବାଧା ଉତ୍ପନ୍ନ ହୋଇଛି । ତାମିଲନାଡ଼ୁରେ ଡିଏମକେ ଦଳ 135ଟି ବିଧାନସଭା ଆସନରେ ଆଗୁଆ ରହିଛି । ତା ପଛକୁ ଶାସକ ଏଆଇଡିଏମକେ ଦଳ 88 ବିଧାନସଭା ଆସନରେ ଆଗୁଆ ରହିଛି । ଭୋଟ ଗଣତି ଆରମ୍ଭ ହେବାପରେ ତାମିଲନୁାଡ଼ୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ସାଲେମ ଜିଲ୍ଲାର ଏଡାପାଦୀ ବିଧାନସଭା ଆସନରେ ଆଗୁଆ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.