ETV Bharat / bharat

କ୍ଷେତକୁ ଯାଇଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

author img

By

Published : Dec 18, 2022, 10:57 AM IST

ବାପା ସହ କ୍ଷେତକୁ ଯାଇଥିବା ବେଳେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ । ରାଜସ୍ଥାନ ଅଲଓ୍ବାର ଜିଲ୍ଲାର କିଶାନଗଡ ବସରୁ ଆସିଛି ଏହି ଲଜ୍ଜାଜନକ ଖବର । ଅଧିକ ପଢନ୍ତୁ

gangraped in rajasthan
gangraped in rajasthan

ଜୟପୁର: ରାଜସ୍ଥାନରେ ଲଜ୍ଜା । ବାପା ସହ କ୍ଷେତକୁ ଯାଇଥିବା ବେଳେ ୧୦ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ପାଶବିକତାର ଖବର ସାମ୍ନାକୁ ଆସିଛି ରାଜସ୍ଥାନ ଅଲଓ୍ବାର ଜିଲ୍ଲାର କିଶାନଗଡ ବସରୁ । ଶନିବାର ଦିନ ପୋଲିସ ୨ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ଶନିବାର ଦିନ ଅଲଓ୍ବାର ଜିଲ୍ଲାର କିଶାନଗଡ ବସରେ ଜଣେ ୧୦ ବର୍ଷର ନାବାଳିକା ନିଜ ବାପାଙ୍କ ସହ କ୍ଷେତକୁ ଯାଇଥିଲା । ଏହି ସମୟରେ ଅଭିଯୁକ୍ତମାନେ ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ଏହାସହ ଯଦି ଏହି ବିଷୟରେ କାହାକୁ କହିବ ତାହାଲେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଏହାସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ ନେଇ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: FIFA World Cup: 24ବର୍ଷ ପରେ ତୃତୀୟ ସ୍ଥାନ ଅଧିକାର କଲା କ୍ରୋଏସିଆ

ଏନେଇ ରାଜସ୍ଥାନ ଡେପୁଟି ପୋଲିସ ଅଧୀକ୍ଷକ ଜୟପ୍ରକାଶ ବେନିୱାଲ କହିଛନ୍ତି, " କିଶାନଗଡ ବସ୍ ପୋଲିସ୍ ଦାୟିତ୍ୱରେ ଥିବା ଅମିତ ଚୌଧୁରୀଙ୍କ ତତ୍ତ୍ବାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ପୀଡିତାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.