ETV Bharat / bharat

ଆଶ୍ଚର୍ଯ୍ୟ ! 10 ମାସର ଶିଶୁକନ୍ୟା ପାଇଲା ରେଲୱେ ଚାକିରି - 10 ମାସର ଶିଶୁକନ୍ୟା ପାଇଲେ ରେଲୱେ ଚାକିରି

ଛତିଶଗଡରେ ଅନୁକମ୍ପା ନିଯୁକ୍ତି ପ୍ରସଙ୍ଗରେ ରେଳ ବିଭାଗ ଇତିହାସ ସୃଷ୍ଟି କରିଛି । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଲୱେ ବିଭାଗ ଜଣେ 10 ମାସର ଶିଶୁକନ୍ୟାଙ୍କୁ ଅନୁକମ୍ପା ନିଯୁକ୍ତିର ପ୍ରତିଶୃତି ଦେଇଛନ୍ତି । ଝିଅଟିର ନାମ ରାଧିକା ଯାଦବ । ରାଧିକାଙ୍କୁ 18 ବର୍ଷ ହେବ, ସେ ଭାରତୀୟ ରେଳବାଇରେ ଜଣେ କର୍ମଚାରୀ ଭାବରେ ନିଯୁକ୍ତ ହେବେ । ଅଧିକ ପଢନ୍ତୁ

10 ମାସର ଶିଶୁକନ୍ୟା ପାଇଲା ରେଲୱେ ଚାକିରି
10 ମାସର ଶିଶୁକନ୍ୟା ପାଇଲା ରେଲୱେ ଚାକିରି
author img

By

Published : Jul 7, 2022, 12:05 PM IST

Updated : Jul 7, 2022, 12:39 PM IST

ରାୟପୁର: 10 ମାସର ଶିଶୁ ପାଇଲା ରେଲୱେ ଚାକିରି । ଛତିଶଗଡ ଦକ୍ଷିଣ ପୂର୍ବ ରେଲୱେ ରାୟପୁର ମଣ୍ଡଳ ଅନୁକମ୍ପା ନିଯୁକ୍ତି କ୍ଷେତ୍ରରେ ଇତିହାସ ରଚିଛି । ଜଣେ 10 ମାସର ଶିଶୁ ରାଧିକା ଯାଦବଙ୍କୁ ରେଲୱେରେ ଅନୁକମ୍ପା ନଯୁକ୍ତି ପାଇଁ ନାମ ପଞ୍ଜିକରଣ କରାଯାଇଛି । ରେଲୱେ ଅଧିକାରୀଙ୍କ ଅନୁସାରେ ଛତିଶଗଡ ରେଲୱେ ଇତିହାସରେ ଏହା ପ୍ରଥମ ମାମଲା । ଯେଉଁଠି ମାତ୍ର 10 ମାସର ଝିଅକୁ ଅନୁକମ୍ପା ନିଯୁକ୍ତି ଦିଆଯାଇଛି । 18 ବର୍ଷ ହେବାପରେ ଭାରତୀୟ ରେଳବାଇରେ ଜଣେ କର୍ମଚାରୀ ଭାବରେ ନିଯୁକ୍ତ ହେବେ ।

ଦକ୍ଷିଣ-ପୂର୍ବ ରେଲୱେ ଇତିହାସରେ ପ୍ରଥମ ଘଟଣା...

ରାୟପୁର ଦକ୍ଷିଣ-ପୂର୍ବ ରେଲୱେ ମଣ୍ଡଳ ଇତିହାସରେ ପ୍ରଥମ ଥର ପାଇଁ ଏହି ଘଟଣା ଘଟିଛି । ଜଣେ 10 ମାସ ଝିଅର ରେଲୱେରେ ଚାକିରି ନିଶ୍ଚିନ୍ତ ହୋଇଛି । ଶିଶୁକନ୍ୟା ରାଧିକା ଯାଦବଙ୍କ ନାମ ପଞ୍ଜିକରଣ ହୋଇଯାଇଛି । ତାଙ୍କୁ 18 ବର୍ଷ ହେଲେ ସେ ଭାରତୀୟ ରେଲୱେର ଜଣେ କର୍ମଚାରୀ ଭାବେ ନିଯୁକ୍ତ ହେବେ । ରାଧିକାଙ୍କ ସମ୍ପର୍କୀୟ ତାଙ୍କୁ ଆଣି ରାୟପୁର ରେଲୱେ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କ ପଞ୍ଜିକରଣ ପାଇଁ ଟିପଚିହ୍ନ ରଖାଯାଇଛି ।

କଣ ସମ୍ପୂର୍ଣ୍ଣ ଘଟଣା...

ରେଲୱେ ଅଧିକାରୀଙ୍କ କହିବା ଅନୁସାରେ, ରାଧିକାଙ୍କ ବାପା ରାଜେନ୍ଦ୍ର କୁମାର ଯାଦବ ଜଣେ ରେଲୱେ କର୍ମଚାରୀ ଥିଲେ । ଜୁନମାସରେ ଏକ ସଡକ ଦୁର୍ଘଟଣାରେ ରାଜେନ୍ଦ୍ର ପ୍ରସାଦ ଓ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା । ରାଧିକା ମଧ୍ୟ ତାଙ୍କ ସହ ଥିଲା ମାତ୍ର ଭଗବାନଙ୍କ କୃପାରୁ ସୁରକ୍ଷିତ ଥିଲେ। 10 ମାସରେ ଶିଶୁ ଦୁନିଆରେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିଲା । ଘଟଣା ପରେ ସେ ତାଙ୍କ ଜେଜେବାପା ଓ ଜେଜେମାଆଙ୍କ ପାଖରେ ରହୁଛନ୍ତି । ରେଲୱେ ପଲିସି ଅନୁସାରେ ବିଭାଗ ଅନୁକମ୍ପା ସ୍ତରରେ ତାଙ୍କ ଝିଅକୁ ଏହି ଚାକିରି ପ୍ରଦାନ କରିଛନ୍ତି । ରାଧିକାଙ୍କୁ 18 ବର୍ଷ ହେବାପରେ ସେ ଜଣେ ରେଲୱେ କର୍ମଚାରୀ ଭାବେ ନିଯୁକ୍ତି ପତ୍ର ପାଇବେ ।

ଏପରି ଦୁର୍ଘଟଣା ଘଟିଲେ ନିୟମ ଅନୁଯାୟୀ ରେଲୱେ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥାଏ । ଏପରିକି ମୃତ ସମ୍ପର୍କୀୟଙ୍କୁ ଚାକିରି ପ୍ରଦାନ କରାଯାଇଥାଏ । ଯାହା ରାଧିକାଙ୍କ କ୍ଷେତ୍ରରେ ଘଟିଛି । ରେଲୱେ ଅଧିକାରୀ ରାଜେନ୍ଦ୍ରଙ୍କ ପରିବାରକୁ ଭେଟିଥିଲେ । ଜୁଲାଇ 3ରେ ରାଧିକାଙ୍କୁ ତାଙ୍କ ପରିବାର ରେଲୱେ କାର୍ଯ୍ୟାଳୟ ଆଣିଥିଲେ । ନିଯୁକ୍ତିର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା ।

ବରିଷ୍ଠ ବିଭାଗୀୟ ଅଧିକାରୀ ଉଦୟ କୁମାର ଭାରତୀ କହିଛନ୍ତି ରାଧିକାଙ୍କ ଟିପଚିହ୍ନ ନେବା ସମୟରେ ସେ କାନ୍ଦିଥିଲେ । ସେ 18 ବର୍ଷର ହେବା ପରେ ତାଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ରାଧିକାଙ୍କୁ ତାଙ୍କ ବାପାମାଆଙ୍କ ମୃତ୍ୟୁ ବିଷୟରେ ଜଣାନାହିଁ । ରେଲୱେରେ ତାଙ୍କ ଚାକିରି ପକ୍କା। ଏହା ସହିତ ତାଙ୍କୁ ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବରିଷ୍ଠ ବିଭାଗୀୟ ଅଧିକାରୀ। ଅନୁକମ୍ପା ସ୍ତରରେ ଜଣେ ଶିଶୁ ରେଲୱେରେ ଚାକିରି ପାଇବା ପ୍ରଥମ ଘଟଣା ବୋଲି କହିଛନ୍ତି ଅନ୍ୟଜଣେ ବରିଷ୍ଠ ବିଭାଗୀୟ ଅଧିକାରୀ ଶିବ ପ୍ରସାଦ ।

Last Updated : Jul 7, 2022, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.