ETV Bharat / bharat

'ଉଗାଡି' ଅବସରରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Apr 13, 2021, 10:55 AM IST

ତେଲେଙ୍ଗାନାର ନୂତନ ବର୍ଷ ତଥା 'ଉଗାଡି' ପର୍ବ ଅବସରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ଓ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ଉଗାଡି ଅବସରରେ ତେଲେଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତ...

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ହାଇଦ୍ରାବାଦ/ଅମରାବତୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ଓ ରାଜ୍ଯପାଳ ବିଶ୍ବ ଭୂଷଣ ହରିଚନ୍ଦନ ଉଗାଡି ଅବସରରେ ତେଲେଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଉଗାଡି କୃଷି ବର୍ଷର ଆରମ୍ଭ ଏବଂ ଏହା ମୁଖ୍ୟତ କୃଷକଙ୍କ ପର୍ବ ଭାବରେ ଜଣାଶୁଣା । ଏହି ପର୍ବ ବସନ୍ତ ଋତୁକୁ ସ୍ବାଗତ କରୁଛି । ଏହି ପର୍ବ ଏକ ପୁରୁଣା ପରମ୍ଫରାର ପର୍ବ । ଏହି ଦିନ ଲୋକମାନେ ଏକ ସ୍ବତନ୍ତ୍ର ପ୍ରସ୍ତୁତି କରିଥାନ୍ତି । ଏହି ଦିନ ତାଜା ନିମ ଫୁଲ, ତାମ୍ର, କଞ୍ଚା ଆମ୍ବ, ଆଖୁ ଏବଂ ଅନ୍ୟାନ୍ୟ ଉପାଦାନରୁ ତିଆରି ମିଠା ଠାରୁ ବିଭିନ୍ନ ସ୍ୱାଦ ଦୈନନ୍ଦିନ ଜୀବନର ପ୍ରତୀକ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।

ଏହା ସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଉଗାଡିର ଶୁଭେଚ୍ଛା ଜଣାଇବା ସହିତ କୃଷକମାନଙ୍କର ପ୍ରଚୁର ଶସ୍ୟ, ପ୍ରଚୁର ଫସଲ ଏବଂ ସମୃଦ୍ଧତା କାମନା କରିଛନ୍ତି । ଦକ୍ଷିଣ ରାଜ୍ୟର ତିନୋଟି ଅଞ୍ଚଳ ପ୍ରତି ଗାଁ, ସହର ଏବଂ ପ୍ରତ୍ୟେକ ଘର ଆନନ୍ଦ ଉଲ୍ଲାସରେ ଭରିଯାଉ ବୋଲି କାମନା କରିଛନ୍ତି ।

ଅନ୍ୟପଟେ ତାମିଲନାଡୁ ରାଜ୍ଯପାଳ ବିଶ୍ବ ଭୂଷଣ ହରିଚନ୍ଦନ ମଧ୍ୟ ଉଗାଡିର ଶୁଭେଚ୍ଛା ଜଣାଇଛନ୍ତି । ଏହି ଖୁସି, ଶୁଭ ଓ ତେଲେଙ୍ଗାନାର ନୂଆବର୍ଷ ଅବସରରେ ସମଗ୍ର ବିଶ୍ବରେ ରହୁଥିବା ଆନ୍ଧ୍ରପ୍ରଦେଶବାସୀ ଓ ତେଲେଙ୍ଗାନାବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ହରିଚନ୍ଦନ ।

ସେ ଆହୁରି କହିଛନ୍ତି ଉଗାଡି ଭଳି ଏହି ଖୁସିର ପର୍ବ ନୂତନ ବର୍ଷ ଲୋକଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ନୂତନ ଆଶା ଆଣୁ । ମୁଁ ଆଶା କରୁଛି 'ଶ୍ରୀ ପ୍ଲାଭା ନାମା ସମଭତ୍ସରା ଉଗାଡି' ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.