ETV Bharat / bharat

‘ତୁମ ମାଙ୍କୁ କହିଦିଅ ମୁଁ ଦିନେ ସିଏମ ହେବି’

author img

By

Published : May 11, 2021, 11:00 AM IST

ଦିନେ ନା ଦିନେ ମୁଖ୍ୟମନ୍ତ୍ରୀ ହେବେ ବୋଲି ହିମନ୍ତ ଶାଶୂ ମାଙ୍କୁ ଜଣାଇବା ପାଇଁ ନିଜ ପତ୍ନୀଙ୍କୁ କହିଥିଲେ । ଅଧିକ ପଢନ୍ତୁ...

ଦିନେ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଜ ପତ୍ନୀଙ୍କୁ କହିଥିଲେ ହିମନ୍ତ

ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ବ ଶର୍ମା ସୋମବାର ଶପଥ ପାଠ କରିଥିଲେ । ତେବେ ସେ ପୂର୍ବରୁ ଦିନେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶାଶୁଙ୍କୁ କହିବାକୁ ନିଜ ପତ୍ନୀଙ୍କୁ କହିଥିଲେ । ହିମନ୍ତ ଏହି ଉକ୍ତି କହିବା ସମୟରେ କଟନ କଲେଜରେ ପଢୁଥିଲେ ବୋଲି ତାଙ୍କ ପତ୍ନୀ ରିନୀକି ଭୂୟାଁ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଜ୍ୟର ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରଠାରେ ଶପଥ ପାଠ ସରିବା ପରେ ହିମନ୍ତଙ୍କ ପତ୍ନୀ ରିନୀକି ଏ ସମ୍ପର୍କରେ କହିଥିଲେ । ହିମନ୍ତ ଓ ରିନୀକିଙ୍କ ବିବାହ ଲାଗି ରିନୀକିଙ୍କ ମାଆ ଯଦି ପଚାରନ୍ତି ସେ କ'ଣ କରନ୍ତି ଏ ପ୍ରଶ୍ନରେ କ'ଣ ଉତ୍ତର ଦେବେ ବୋଲି ରିନୀକି ହିମନ୍ତଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ସେ ଦିନେ ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ମାଆଙ୍କୁ କହିବାକୁ ହିମନ୍ତ ରିନୀକିଙ୍କୁ କହିଥିଲେ । ସେତେବେଳେ ହିମନ୍ତଙ୍କୁ 22 ବର୍ଷ ହୋଇଥିବା ବେଳେ ରିନୀକିଙ୍କୁ ମାତ୍ର 17 ବର୍ଷ ବୟସ ହୋଇଥିଲା ।

ଏହାପରେ 2001 ମସିହାରେ ହିମନ୍ତ ଆସାମ ବିଧାନସଭାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେମାନେ ଜୁନ 7 ତାରିଖରେ ବିବାହ କରିଥିଲେ । ମନ୍ତ୍ରୀ ମଣ୍ଡଳରେ ଅନେକ ବର୍ଷ ଧରି ହିମନ୍ତ କାର୍ଯ୍ୟ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବା ସମୟରେ ରିନୀକିଙ୍କ ପୁରୁଣା କଥା ମନେ ପଡିଥିଲା ଏବଂ ସେ ଏହାକୁ ବିଶ୍ବାସ କରିପାରୁନାହାନ୍ତି ବୋଲି କହିଥିଲେ ।

ହିମନ୍ତ ଦଳ ଦ୍ବାରା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ସେ ତାଙ୍କ ପତ୍ନୀଙ୍କୁ କହିବା ପରେ ମଧ୍ୟ ଏହାକୁ ସହଜରେ ବିଶ୍ବାସ କରିପାରିନଥିଲେ ରିନୀକି । ଏହି ସତ୍ୟକୁ ବିଶ୍ବାସ କରିବା ପାଇଁ ତାଙ୍କୁ କିଛି ସମୟ ଲାଗିବ ବୋଲି ସେ ଶପଥ ଗ୍ରହଣ ସମାରୋହରେ କହିଛନ୍ତି । ଏହି ପଦବୀର ଭାର ସମ୍ଭାଳିବା ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ସମ୍ମୁଖରେ ଅନେକ ସମସ୍ୟା ଆସିଲେ ମଧ୍ୟ ସେ ଏହାକୁ ସହଜରେ ସମାଧାନ କରିପାରିବେ ବୋଲି ରିନୀକି କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.