ETV Bharat / bharat

ସମ୍ପତ୍ତି ପାଇଁ ବନ୍ଧୁର ପରିବାର ନିପାତ କରିଦେଲା ବନ୍ଧୁ: ସପ୍ତାହକ ମଧ୍ୟରେ 6 ଜଣଙ୍କୁ ହତ୍ୟା

author img

By ETV Bharat Odisha Team

Published : Dec 18, 2023, 7:22 PM IST

Six members of a family murdered in Telangana: ସପ୍ତାହକ ମଧ୍ୟରେ ତେଲେଙ୍ଗାନାରେ ଗୋଟିଏ ପରିବାର 6 ସଦସ୍ୟଙ୍କୁ ନିର୍ମମ ହତ୍ୟା । ସମ୍ପତ୍ତି ପାଇଁ ବନ୍ଧୁ ସିରିଜ ହତ୍ୟାକାଣ୍ଡ ଭିଆଇଥିବା ତଦନ୍ତରୁ ସ୍ପଷ୍ଟ । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ଗୋଟିଏ ପରିବାର 6 ସଦସ୍ୟଙ୍କୁ ନିର୍ମମ ହତ୍ୟା

ହାଇଦ୍ରାବାଦ: ସମ୍ପତ୍ତି ପାଇଁ ବନ୍ଧୁର ପରିବାର ନିପାତ କରିଦେଲା ବନ୍ଧୁ । ବନ୍ଧୁ ସମେତ ପତ୍ନୀ ଓ ଶିଶୁଙ୍କୁ ମିଶାଇ ପରିବାରର 6 ସଦସ୍ୟଙ୍କୁ ହତ୍ୟା କଲା । ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଗୋଟିଏ ପରିବାର 6 ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କରାଯାଇଥିବାର ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହି ସିରିଜ ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ମୃତକ ଓ ଅଭିଯୁକ୍ତ ଦୁଇ ବନ୍ଧୁ । ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡକୁ ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ପୋଲିସ ସୂତ୍ର ଅନୁସାରେ, ଡିଚାପାଲ୍ଲୀ ମଣ୍ଡଳ ମାଲଟୁର ଗ୍ରାମରେ 9 ତାରିଖରୁ ଆଜି ମଧ୍ୟରେ ଏହି ସିରିଜ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ପ୍ରସାଦ ଓ ତାଙ୍କ ପତ୍ନୀ, ଶିଶୁ ଓ ଭଉଣୀଙ୍କ ସମେତ ପରିବାର 6 ସଦସ୍ୟ । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ପ୍ରଶାନ୍ତ ପ୍ରସାଦର ବନ୍ଧୁ । 9 ତାରିଖରେ ପ୍ରଶାନ୍ତ ପ୍ରଥମେ ପ୍ରଶାନ୍ତ ପ୍ରସାଦଙ୍କୁ ହତ୍ୟା କରିଥିଲା । ଡିଚାପାଲ୍ଲୀ ନିକଟରେ ଜାତୀୟ ରାଜପଥ କଡରେ ମୃତଦେହ ପୋତି ଦେଇଥିଲା । ସମସ୍ତେ ପ୍ରସାଦଙ୍କୁ ନିଖୋଜ ବୋଲି ଭାବି ନେଇଥିଲେ । ଏହା ପରେ ଅଭିଯୁକ୍ତ ପ୍ରସାଦଙ୍କ ଘରେ ପହଞ୍ଚି ପ୍ରସାଦଙ୍କ ସ୍ତ୍ରୀକୁ ହତ୍ୟା କରିଥିଲା । ମୃତଦେହକୁ ବାସରା ନିକଟରେ ଗୋଦାବରୀ ନଦୀରେ ଫିଙ୍ଗି ଦେଇଥିଲା ।

ଏହା ପରେ ପ୍ରସାଦଙ୍କ ଦୁଇ ଭଉଣୀ ଓ ଦୁଇ ଶିଶୁଙ୍କୁ ମଧ୍ୟ ସମାନ ତରିକାରେ ପ୍ରର୍ଯ୍ୟାୟ କ୍ରମେ ହତ୍ୟା କରିଥିଲା ଅଭିଯୁକ୍ତ ପ୍ରଶାନ୍ତ । ଏହି 4 ମୃତଦେହକୁ କେନାଲରେ ଓ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ଶେଷ ମୃତଦେହକୁ ସେ ପୋଡିବାକୁ ଉଦ୍ୟମ କରିଥିଲା । ମୃତଦେହର ଅବଶେଷ ଠାବ ହେବା ପରେ ସେମାନେ ନିଖୋଜ ନଥିବା ଓ ହତ୍ୟାର ଶିକାର ହୋଇଥିବା ସନ୍ଦେହ ଉପୁଜିଥିଲା । ପ୍ରସାଦଙ୍କ ବନ୍ଧୁ ପ୍ରଶାନ୍ତକୁ ପୋଲିସ ସନ୍ଦେହରେ ଗିରଫ କରି ଜେରା କରିବା ପରେ ଏହି ସିରିଜ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି । ସମ୍ପତ୍ତି ହାତେଇବା ପାଇଁ ପ୍ରସାଦର ବନ୍ଧୁ ପ୍ରଶାନ୍ତ ହିଁ ଏହି ନାରକୀୟ କାଣ୍ଡ ଘଟାଇଥିବା ପୋଲିସ ନିକଟରେ ସ୍ବୀକାର କରିଛି ।

ଏହା ମଧ୍ୟ ପଢନ୍ତୁ :- ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: କୋର୍ଟରେ ରିପୋର୍ଟ ଦାଖଲ କଲା ASI

ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ପ୍ରଶାନ୍ତ ପ୍ରଥମ ତିନିଟି ହତ୍ୟାକାଣ୍ଡ ଏକାକୀ କରିଥିବା ବେଳେ ପରବର୍ତ୍ତୀ 3 ହତ୍ୟାକାଣ୍ଡ କିଛି ସହଯୋଗୀଙ୍କ ସହ ମିଶି କରିଛି । ସମ୍ପତ୍ତି ଲୋଭରେ ତାର କିଛି ବନ୍ଧୁ ତାକୁ ହତ୍ୟାକାଣ୍ଡରେ ସହଯୋଗ ମଧ୍ୟ କରିଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୁବଶିଘ୍ର ଗିରଫ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.