ETV Bharat / bharat

କାଠରେ ଟ୍ରେଡମିଲ ତିଆରି କଲେ ଆନ୍ଧ୍ରର ଶ୍ରୀନିବାସ, ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ମେସିନ ଭଳି ଟ୍ରେଡମିଲ ଯାହା ଇଲେକ୍ଟି ଦ୍ବାରା ଚାଲିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ମେସିନ ଭଳି ଜିନିଷକୁ କାଠରେ ତିଆରି କରିଛନ୍ତି ଅନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି । ଅଧିକ ପଢନ୍ତୁ

author img

By

Published : Mar 25, 2022, 9:15 AM IST

କାଠରେ ଟ୍ରେଡମିଲ ତିଆରି କଲେ ଆନ୍ଧ୍ରର ଶ୍ରୀନିବାସ

ଅମରାବତୀ: ଟ୍ରେଡମିଲ ବିଷୟରେ ତ ସମସ୍ତେ ଜାଣିଥିବେ । ବ୍ୟାୟାମ ପାଇଁ ଏହାର ବ୍ୟବହାର ହୋଇଥାଏ । ବଡ ବଡ ଜିମ୍ ମାନଙ୍କରେ ଏହା ଥାଏ । ମେସିନ ଭଳି ଏହି ଟ୍ରେଡମିଲ ଇଲେକ୍ଟି ଦ୍ବାରା ଚାଲିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ମେସିନ ଭଳି ଜିନିଷକୁ କାଠରେ ତିଆରି କରିଛନ୍ତି ଅନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି । ଯାହା ବିନା ବିଦ୍ୟୁତରେ ଚାଲୁଛି । ବ୍ୟକ୍ତିଜଣଙ୍କ ଏହି ଉଦ୍ଭାବନକୁ ଟ୍ବିଟ କରି ପ୍ରଶଂସା କରିଛନ୍ତି ବିଜନେସ ଟାଇକୁନ ତଥା ମହିନ୍ଦ୍ରା ଗ୍ରୁପ ଅଧକ୍ଷ ଆନନ୍ଦ ମହିନ୍ଦ୍ରା ।

କାଠରେ ନିର୍ମିତ ଟ୍ରେଡମିଲଟିକୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି କେ. ଶ୍ରୀନିବାସ ପ୍ରସ୍ତୁତ କରିଛନ୍ତି । ଦିନେ ତାଙ୍କର ଜଣେ ସମ୍ପର୍କୀୟ ଟ୍ରେଡମିଲ ବ୍ୟବହାର କରୁଥିବାର ଦେଖିଥିଲେ । ଏହାପରେ ସେ ତା ଉପରେ ଗବେଷଣା ଆରମ୍ଭ କରି ଦେଇଥିଲେ । ୧୦ ହଜାର ସ୍ବଳ୍ପ ଖର୍ଚ୍ଚରେ ଟ୍ରେଡମିଲ ତିଆରି କରିବା ଆରମ୍ଭ କଲେ । ଯାହା ଜଣେ ସାଧାରଣ ଲୋକଙ୍କ ପାଇଁ କିଣିବା ସହଜ ହେବ । ଏହାପରେ ସେ ଟ୍ରେଡମିଲଟିକୁ ତିଆରି କରିବାରେ ସଫଳ ହୋଇଥିଲେ । ଏହାର ବିଶେଷତ୍ବ ହେଉଛି ଏହା ମାନୁଆଲ ମୋଡରେ କାର୍ଯ୍ୟ କରିଥାଏ । ଏଥିରେ ଆଦୌ ବିଦ୍ୟୁତ ଖର୍ଚ୍ଚ ହୁଏ ନାହିଁ । ଏଥିରେ ଦୌଡିବା ଦ୍ବାରା ଶରୀର ସୁସ୍ଥ ରହିବା ସହ ପକେଟ ଖର୍ଚ୍ଚ ମଧ୍ୟ ବଢିବନି । ଶ୍ରୀନିବାସଙ୍କ ଏହି କାର୍ଯ୍ୟକୁ ତେଲେଙ୍ଗାନା ଆଇଟି ମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏହା ସହିତ ମହିନ୍ଦ୍ରା ଗ୍ରୁପ ଅଧକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶ୍ରୀନିବାସଙ୍କୁ ପ୍ରଶଂସା କରିଛନ୍ତି । ଏହି ଟ୍ରେଡମିଲଟି ଆନନ୍ଦଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଲା ଯେ ସେ ଏହାର ଏକ ସେଟ ମଗାଇଛନ୍ତି । ଟ୍ବିଟ କରି ଟ୍ରେଡମିଲର ପ୍ରଶଂସା କରି ସେ କହିଛନ୍ତି, ଏହା କେବଳ ଏକ ଟ୍ରେଡମିଲ ନୁହେଁ କଳାକାରୀର ଉଦାହରଣ । ସେ ବି ଏଭଳି ଏକ ଟ୍ରେଡମିଲ ଚାହୁଁଥିବା ପ୍ରକାଶ କରିଛନ୍ତି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.