ହାଇଦ୍ରାବାଦ: ଆଉ ଦିନ କେଇଟା ପରେ ଦଶହରା, ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ଦେଶର ସମସ୍ତ ଶକ୍ତିପୀଠ । ତେବେ ତେଲେଙ୍ଗାନାରେ ଶକ୍ତିପୀଠ ଗୁଡିରେ ମାଙ୍କୁ ନବରାତ୍ରୀ ଅବସରରେ ପୂଜାର୍ଚ୍ଚନା କରାଯାଉଛି, ଏଥି ସହ ମନ୍ଦିର ଗୁଡିକୁ ସାଜସଜ୍ଜା କରାଯାଉଛି । ନବରାତ୍ରୀ ଅବସରରେ ତେଲେଙ୍ଗାନାର ମେହେବୁବନଗର ଜିଲ୍ଲା ଶ୍ରୀଭାସାଭି କନ୍ୟାକା ପରମେଶ୍ୱରୀଙ୍କ ମନ୍ଦିର(Srivasavi Kanyaka Parameshwari Temple )ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ପାଞ୍ଚ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ମା’ ଆମ୍ମାଭାରୁ(Goddess Ammavaaru)ଙ୍କୁ ମହାଲକ୍ଷ୍ମୀ ରୂପ(Goddess Mahalakshmi )ରେ ସଜ୍ଜା ଯାଇଛି । ମା'ଙ୍କ ସହ ମନ୍ଦିରକୁ ମଧ୍ୟ ଟଙ୍କା ସାଜସଜ୍ଜା କରାଯାଇଛି । ପ୍ରାୟ ୫କୋଟି ୫୫ ଲକ୍ଷ ୫୫ ହଜାର ୫୫୫ ଟଙ୍କାରେ ମା'ଙ୍କ ଏହି ବେଶ କରାଯାଇଛି । ଏହି ବେଶ ଦେଖିବାକୁ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ-IAF ପୂର୍ବାଞ୍ଚଳ ଏୟାର କମାଣ୍ଡର ମୁଖ୍ୟ ହେଲେ ଏସପି ଧଡ଼କର
ପାଞ୍ଚ ଶହ ଟଙ୍କିଆ ଦୁଇ ହଜାର ଟଙ୍କିଆ, ଶହେ ଟଙ୍କିଆ ଦୁଇ ଶହ ଟଙ୍କିଆ ନୋଟରେ ମନ୍ଦିରକୁ ସଜ୍ଜା ଯାଇଛି । ମା’ଙ୍କୁ ସୁନା ଅଳଙ୍କାର ସହ ଟଙ୍କାରେ ସଜ୍ଜା ଯାଇଥିବା ବେଳେ ଚତୁଃପାର୍ଶ୍ବକୁ ମଧ୍ୟ ଟଙ୍କାରେ ସଜାଯାଇଛି । ଯାହା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନଲୋଭା ମଧ୍ୟ ।