ETV Bharat / bharat

ମଝି ଆକାଶରେ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା କଲେ ତେଲେଙ୍ଗାନା ରାଜ୍ୟପାଳ

ଦିଲ୍ଲୀ-ହାଇଦ୍ରାବାଦ ବିମାନରେ ଜଣେ ଅସୁସ୍ଥ ସହଯାତ୍ରୀଙ୍କୁ ଚିକିତ୍ସା କଲେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାହି ସୁନ୍ଦରରାଜନ । ରାଜନୀତିରେ ପ୍ରବେଶ ପୂର୍ବରୁ ଥିଲେ ବୃତ୍ତିଗତ ଡାକ୍ତର । ଜରୁରୀ ସମୟରେ କାର୍ଯ୍ୟରେ ଆସିଲା ପୂର୍ବ ଅଭିଜ୍ଞତା । ରାଜ୍ୟପାଳଙ୍କୁ ସବୁଠି ପ୍ରଶଂସା । ଅଧିକ ପଢନ୍ତୁ

author img

By

Published : Jul 23, 2022, 5:31 PM IST

ମଝି ଆକାଶରେ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା କଲେ ତେଲେଙ୍ଗାନା ରାଜ୍ୟପାଳ
ମଝି ଆକାଶରେ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା କଲେ ତେଲେଙ୍ଗାନା ରାଜ୍ୟପାଳ

ହାଇଦ୍ରାବାଦ: ବିମାନ ଯାତ୍ରା ବେଳେ ମଝି ଆକାଶରେ ଅସୁସ୍ଥ ହୋଇପଡିଥିବା ଜଣେ ସହଯାତ୍ରୀଙ୍କୁ ଚିକିତ୍ସା କରି ଚର୍ଚ୍ଚାରେ ତେଲେଙ୍ଗାନା ରାଜ୍ୟପାଳ । ନୂଆଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଜଣେ ସହଯାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଉକ୍ତ ବିମାନରେ ଯାତ୍ରା କରୁଥିବା ତେଲେଙ୍ଗାନା ରାଜ୍ୟପାଳ ତାମିଲିସାହି ସୁନ୍ଦରରାଜନ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଦେଖିବାକୁ ମିଳିଥିଲା ।

ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିବା ବିମାନ କ୍ର୍ୟୁ ସଦସ୍ୟଙ୍କ ଠାରୁ ଖବର ପାଇଥିଲେ ରାଜ୍ୟପାଳ ସୁନ୍ଦରରାଜନ । ତେବେ ସୂଚନା ପାଇବା ମାତ୍ରେ ସେ ଉକ୍ତ ଯାତ୍ରୀଙ୍କ ସିଟ୍‌ ନିକଟକୁ ଯାଇ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ଯାତ୍ରୀଜଣଙ୍କ ସୁସ୍ଥ ଅନୁଭବ କରିଥିବା ମଧ୍ୟ ସୂଚନା ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜନୀତିରେ ଯୋଗ ଦେବା ପୂର୍ବରୁ ସୁନ୍ଦରରାଜନ ବୃତ୍ତିରେ ଜଣେ ଡାକ୍ତର ଥିଲେ । ରାଜ୍ୟପାଳଙ୍କ ଏପରି ମହାନତା ଦେଖି ବିମାନର ଅନ୍ୟ ଯାତ୍ରୀମାନେ ଫଟୋ ଓ ସେଲ୍ଫି ଉଠାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ତେବେ ରାଜ୍ୟପାଳଙ୍କ ଏପରି କାର୍ଯ୍ୟ ତାଙ୍କୁ ସାଧାରଣରେ ପ୍ରଂଶସିତ କରିଛି ।

ଡ.ସୁନ୍ଦରରାଜନ ବର୍ତ୍ତମାନ ତେଲେଙ୍ଗାନା ସହ ପୁଡୁଚେରୀର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ବରେ ରହିଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଗାଇନୋଲୋଜି ଡାକ୍ତର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରି DMK ପ୍ରାର୍ଥିନୀ ଏମ.କେ କାନିମୋଝିଙ୍କୁ ପରାଜିତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ତାଙ୍କୁ ରାଜ୍ୟପାଳ ଭାବେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବସ୍ଥାପିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.