ହାଇଦ୍ରବାଦ: ଥମୁନି ଲଜ୍ଜା । ସମାଜରେ ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ମହିଳା । ହସପିଟାଲ ରୁମ ମଧ୍ୟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ତେଲେଙ୍ଗାନାର ନିଜାମବାଦ ହସପିଟାଲରେ । ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଚାରିଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କୁ ମଦ ପିଆଇ ମେଡିକାଲର ଏକ କୋଠରୀକୁ ନେଇଯାଇଥିଲେ । ପରେ ସେଠାରେ ୪ ଜଣ ଦୁବୃର୍ତ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାସହ ଘଟଣାସ୍ଥଳରୁ ଛାଡି ତାଙ୍କୁ ପଳାଇଥିଲେ । ଘଟଣାଟି ଜଣାପଡିବା ପରେ ପୋଲିସ ପହଞ୍ଚି ଯୁବତୀଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ