ETV Bharat / bharat

Telangana Formation Day: ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେନି କେସିଆର

author img

By

Published : Jun 2, 2023, 10:46 AM IST

ପୁଣି ପଦାରେ ପଡିଲା ତେଲେଙ୍ଗାନା ସରକାର ଓ ରାଜ୍ୟପାଳ ବିବାଦ । ରାଜ୍ୟ ପ୍ରତିଷ୍ଠା ଦିବସରେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେନି ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ

ତେଲେଙ୍ଗାନା ପ୍ରତିଷ୍ଠା ଦିବସ
ତେଲେଙ୍ଗାନା ପ୍ରତିଷ୍ଠା ଦିବସ

ହାଇଦ୍ରାବାଦ: ତେଲେଙ୍ଗାନାରେ କେସିଆର ସରକାର ଓ ରାଜ୍ୟପାଳ ମଧ୍ୟରେ ବିବାଦ ଲାଗି ରହିଛି । ଆଜି ରାଜ୍ୟ ପ୍ରତିଷ୍ଠା ଦିବସରେ ପୁଣି ଥରେ ଏହି ବିବାଦ ପଦାରେ ପଡିଛି । ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରାଜ୍ୟପାଳଙ୍କୁ ନିମନ୍ତ୍ରିତ କରିନଥିବା ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହାପୂର୍ବରୁ ରାଜଭବନ ପରିସରରେ ଆୟୋଜିତ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେସିଆର ନିଜକୁ ଦୂରେଇ ରଖିଥିଲେ । ଫଳରେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଏକାକୀ ପତାକା ଉତ୍ତୋଳନା କରିଥିଲେ । ସେହିପରି ରାଜ୍ୟର ଗତ ବିଧାନସଭା ବଜେଟ ଅଧିବେଶନରେ ମଧ୍ୟ ରାଜ୍ୟପାଳ ଉଦବୋଧନ ଦେବେ ନାହିଁ ବୋଲି ପ୍ରଥମେ ଖବର ଆସିଥିଲା । ପରେ କେସିଆର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦର ଆପୋଷ ସମାଧାନ ହୋଇଥିଲା ।

ପ୍ରତିବର୍ଷ ଭଳି ତେଲେଙ୍ଗାନା ରାଜଭବନରେ ଆୟୋଜିତ ହେଉଥିବା ରାଜ୍ୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲସାଇ ଅଂଶଗ୍ରହଣ କରିବାର ଥିଲା । ଦିନକ ପୂର୍ବରୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ୧୦ତମ ତେଲେଙ୍ଗାନା ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେସିଆର ରାଜ୍ୟପାଳଙ୍କୁ ନିମନ୍ତ୍ରିତ କରିନଥିବା ସୂଚନା ମିଳିଛି ।

ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ତେଲେଙ୍ଗାନା ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ କରିଛନ୍ତି । ଆଜି ଠାରୁ ଆସନ୍ତା ୨୧ ଦିନ ବ୍ୟାପୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯିବାର ଯୋଜନା କରାଯାଇଛି । ଆଜି ରାଜ୍ୟର ନୂଆ ସଚିବାଳୟରେ ଏହି ୨୧ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେସିଆର ଦୀର୍ଘ ୬ ଦଶନ୍ଧି ଧରି ତେଲେଙ୍ଗାନାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ହୋଇଥିବା ଆନ୍ଦୋଳନ, ଲଢେଇ ଓ ବଳିଦାନକୁ ମନେ ପକାଇଛନ୍ତି ।

ପ୍ରକାଶଥାଉ କି, ତେଲେଙ୍ଗାନା ରାଜ୍ୟରୁ ୨୦୧୪ ଜୁନ ୨ରେ ଆନୁଷ୍ଠାନିକ ଭାବେ ଗଠନ କରାଯାଇଥିଲା । ୨୦୧୪ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ଅଧିନରେ ତେଲେଙ୍ଗାନାରୁ ରାଜ୍ୟର ମାନ୍ୟତା ମିଳିଥିଲା । ସେହିବର୍ଷ ଫେବୃୟାରୀରେ କଂଗ୍ରେସ ଓ ବିଜେପିର ସହଯୋଗରେ ତେଲେଙ୍ଗାନା ବିଲ୍ ସଂସଦରେ ପାରିତ ହୋଇଥିଲା । ପରେ ବିଲ୍ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କରିଥିଲା ଏବଂ ମାର୍ଚ୍ଚ ୧ରେ ଆଇନରେ ପରିଣତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାବାସୀଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.