ETV Bharat / bharat

ତେଲେଙ୍ଗାନା ନିର୍ବାଚନ: ସମୃଦ୍ଧ ଲୋକତନ୍ତ୍ର ପାଇଁ ସମସ୍ତେ ମତଦାନ କରିବାକୁ ଆଝାରୁଦ୍ଦିନଙ୍କ ଅପିଲ୍ - କଂଗ୍ରେସ ପ୍ରାର୍ଥୀ

Telangana elections: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭୋଟ୍ ଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ଜୁବିଲି ହିଲ୍ସ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଆଝାରୁଦ୍ଦିନ। ସମୃଦ୍ଧ ଲୋକତନ୍ତ୍ର ପାଇଁ ଭୋଟ୍ ଦେବାକୁ ମତଦାତାମାନଙ୍କୁ ଅପିଲ୍ କରିଛନ୍ତି ଆଝାରୁଦ୍ଦିନ। ଅଧିକ ପଢ଼ନ୍ତୁ,

ତେଲେଙ୍ଗାନା ନିର୍ବାଚନ: ସମୃଦ୍ଧ ଲୋକତନ୍ତ୍ର ପାଇଁ ସମସ୍ତେ ମତଦାନ କରିବାକୁ ଆଝାରୁଦ୍ଦିନଙ୍କ ଅପିଲ୍

author img

By ETV Bharat Odisha Team

Published : Nov 30, 2023, 12:49 PM IST

ହାଇଦ୍ରାବାଦ: ଆଜି ଭୋଟ୍ ଦେଉଛି ତେଲଙ୍ଗନା। ରାଜ୍ୟର 119 ଆସନରେ ମତଦାନ ହେଉଥିବା ବେଳେ, ହାଇଦ୍ରାବାଦର ହାଇପ୍ରୋଫାଇଲ୍ ସିଟ୍ ଜୁବିଲି ହିଲ୍ସରୁ କଂଗ୍ରେସ ଟିକେଟରେ ଲଢୁଛନ୍ତି, ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ। ସକାଳ 7ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ, ପ୍ରାରମ୍ଭରୁ ମଦତାନ କରିଛନ୍ତି ଆଝାରୁଦ୍ଦିନ। ସେ ପରିବାର ସଦସ୍ୟଙ୍କ ସହ ପୁଲିଂ ବୁଥରେ ପହଞ୍ଚିଥିଲେ। ମତଦାନ କରିବା ପରେ, ଆଝାରୁଦ୍ଦିନ କହିଛନ୍ତି ଯେ, ଗଣତନ୍ତ୍ରକୁ ଅଧିକ ସଶକ୍ତ ଏବଂ ସମୃଦ୍ଧ କରିବା ପାଇଁ ସମସ୍ତେ ଭୋଟ୍ ଦେବା ଉଚିତ। ତେଲେଙ୍ଗାନାରେ ଲୋକତନ୍ତ୍ରକୁ ଅଧିକ ସତେଜ( vibrant) ରଖିବା ପାଇଁ ସବୁ ମତଦାତା ମତ ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି ଆଝାରୁଦ୍ଦିନ।

ଆଝାରୁଦ୍ଦିନ ଅପିଲ୍ କରିଛନ୍ତି ଯେ, ଗଣତନ୍ତ୍ରକୁ ଜୀବନ୍ତ ରଖିବା ପାଇଁ ଭୋଟ୍ ଦେବା ଜରୁରୀ । ଯଦି ଆପଣ ନିଜର ଭୋଟ୍ ନ ଦିଅନ୍ତି, ତେବେ ଆପଣଙ୍କର ପ୍ରଶ୍ନ କରିବାର କୌଣସି ଅଧିକାର ରହିବ ନାହିଁ । ଭାରତୀୟ କ୍ରିକେଟ ଦଳ ପୂର୍ବତନ ଅଧିନାୟକ ଜୁବିଲି ହିଲ୍ସ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ଆମ ଲୋକଙ୍କ ସହିତ ଆମ ଡିଏନଏ ମ୍ୟାଚ୍‌ କରୁଛି: କେ କବିତା

2018 ନିର୍ବାଚନରେ, ଜୁବିଲି ହିଲ୍ସ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିଲେ ତେଲେଙ୍ଗାନା ତେଲେଙ୍ଗାନା ରାଷ୍ଟ୍ର ସମିତି (TRS), ଯାହାକି ବର୍ତ୍ତମାନର ଭାରତ ରାଷ୍ଟ୍ର ସମିତି ବା BRS। 2018ରେ ଏଠାରୁ ବିଧାୟକ ନିର୍ବାଚିତ ହୋଇଥିଲେ ଏମ୍. ଗୋପିନାଥ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ପି. ବିଷ୍ଣୁବର୍ଦ୍ଧନଙ୍କୁ 16,004 ଭୋଟରେ ହରାଇଥିଲେ। ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଜିଲ୍ଲା ଅଧୀନରେ ଥିବା ସିକନ୍ଦରାବାଦ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି ଜୁବିଲି ହିଲ୍ସ ବିଧାନସଭା ଆସନ।

ଏହା ମଧ୍ଯ ପଢ଼ନ୍ତୁ: ଘରେ ବସି ଛୁଟି ମନାଅ ନାହିଁ ପସନ୍ଦ ନାପସନ୍ଦ ବାଛ: ଆସାଦୁଦ୍ଦିନ ଓଓ୍ବେସୀ

2023 ନିର୍ବାଚନରେ ବିଆରଏସ୍ ଏମ୍. ଗୋପିନାଥଙ୍କୁ ପୁଣିଥରେ ଛିଡ଼ା କରିଥିବା ବେଳେ, ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଆଝାରୁଦ୍ଦିନ। ସେହିପରି ବିଜେପିରୁ ପ୍ରାର୍ଥୀ ହଇଛନ୍ତି ଏଲ୍. ଦୀପକ କୁମାର। ଏମଆଇଏମ୍ ପକ୍ଷରୁ ଛିଡ଼ା ହୋଇଛନ୍ତି ଜିଏଚଏମସିର କର୍ପୋରେଟର ମହମ୍ମଦ ରସିଦ ଫରାଜୁଦ୍ଦିନ।

ଏହା ମଧ୍ଯ ପଢ଼ନ୍ତୁ: ତେଲେଙ୍ଗାନା ବିଧାନସଭା ଭୋଟିଂ ଆରମ୍ଭ; ମୈଦାନରେ ୨୨୯୦ ପ୍ରାର୍ଥୀ

ତେଲେଙ୍ଗାନା ବିଧାନସଭାର ମୋଟ 119ଟି ଆସନରେ ଆଜି (ନଭେମ୍ବର 30) ଭୋଟ୍ ନିଆଯାଉଛି। ଏଥିରେ ମୋଟ 2290 ପ୍ରାର୍ଥୀ ମୈଦାନରେ ଥିବା ବେଳେ, 221 ଜଣ ମହିଳା ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଡିସେମ୍ବର 3 ତାରିଖରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.