ETV Bharat / bharat

Telangana Congress Crisis: 12 ପିସିସି ସଦସ୍ୟଙ୍କ ଇସ୍ତଫା

author img

By

Published : Dec 19, 2022, 8:45 AM IST

Updated : Dec 19, 2022, 9:25 AM IST

ତେଲେଙ୍ଗାନା କଂଗ୍ରେସ ଦଳ ମଧ୍ୟରେ ଦେଖାଦେଇଛି ରାଜନୈତିକ ସଂକଟ । କିଛି ବରିଷ୍ଠ ନେତାଙ୍କ ଟିପ୍ପଣୀ ପରେ କଂଗ୍ରେସର 12 ସଦସ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Telangana Congress Crisis
ତେଲେଙ୍ଗାନାରେ କଂଗ୍ରେସ ସଂକଟ

ହାଇଦ୍ରାବାଦ: ତେଲେଙ୍ଗାନାରେ ଦେଖାଦେଇଛି ରାଜନୈତିକ ସଂକଟ, ଯାହା କ୍ରମଶଃ ଜଟିଳ ହେବାରେ ଲାଗିଛି । ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ଦେଖାଦେଇ ଥିବାବେଳେ କିଛି ବରିଷ୍ଠ ନେତାଙ୍କ ଟିପ୍ପଣୀକୁ ବିରୋଧ କରି ରବିବାର 12 ପିସିସି ସଦସ୍ୟ ଇସ୍ତଫା ଦେଇଛନ୍ତି । ଯେଉଁଥିରେ କିଛି ବରିଷ୍ଠ ନେତାଙ୍କ ସମେତ କଂଗ୍ରେସ ବିଧାୟକ ଡି.ଅନସୁୟା ଏବଂ ପୂର୍ବତନ ବିଧାୟକ ଭି.ନରେନ୍ଦ୍ର ରେଡ୍ଡୀ ମଧ୍ୟ ଅଛନ୍ତି ।

ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦାମୋଦର ରାଜନରସିଂହ ଗତ ଶନିବାର ତେଲୁଗୁ ଦେଶମ ପାର୍ଟି (TDP)ର କିଛି ପୂର୍ବତନ ନେତା କଂଗ୍ରେସରେ ଯୋଗ ଦେବା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ‘‘ଯଦି ଅନ୍ୟ ଦଳରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଗୁରୁତ୍ବ ଦିଆଯାଏ ତେବେ ଏଠାରେ 'ମୂଳ କଂଗ୍ରେସ କର୍ମୀ'ଙ୍କୁ କିପରି ବାର୍ତ୍ତା ଦେବ ।" ଏହି ସମୟରେ ଉପସ୍ଥିତ ବିଧାୟକ ଦଳ ନେତା ମଲ୍ଲୁ ଭଟ୍ଟି ବିକ୍ରମାର୍କ କହିଛନ୍ତି, " ବରିଷ୍ଠ ନେତାଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଉଥିବା ପୋଷ୍ଟ କେବଳ ସମ୍ପୃକ୍ତ ନେତାଙ୍କୁ ନୁହେଁ ବରଂ ଦଳର ମଧ୍ୟ କ୍ଷତି ପହଞ୍ଚାଇଥାଏ । ଶକ୍ତିଶାଳୀ ନେତାଙ୍କୁ ଦୁର୍ବଳ କରି କଂଗ୍ରେସ ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି କିଛି ଲୋକ ମତ ଦେଇଛନ୍ତି । "

ଅନ୍ୟପଟେ ପୂର୍ବତନ ବିଧାୟକ ଇ.ଅନିଲ ରବିବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ମିଳିତ ଭାବେ ଦଳ ପାଇଁ କାମ କରିବାକୁ ବରିଷ୍ଠ ନେତାଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ସମ୍ମାନ କରନ୍ତି । ଦଳର କିଛି ନେତାଙ୍କୁ 'ପ୍ରବାସୀ' କୁହାଯିବା ନେଇ ସେ ଆପତ୍ତି କରିଛନ୍ତି । ନିକଟରେ ମୁନୁଗୋଡ଼େ ବିଧାନସଭା ଉପନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି ।

Last Updated : Dec 19, 2022, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.