ହାଇଦ୍ରାବାଦ: "ହର ଘର ତ୍ରିରଙ୍ଗା ସମାରୋହ" ଦ୍ବାରା ଦେଶର ଦିନ ରାତି ତ୍ରିରଙ୍ଗା ଉଡ଼ାଇବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ସ୍ବାଧିନତାର 75 ବର୍ଷ ଉପଲକ୍ଷେ ଶନିବାର ତେଲେଙ୍ଗାନା ସରକାର ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଏଥିରେ ସ୍ବାଧିନତା ଦିବସର 7 ଦିନ ପୂର୍ବରୁ ଏବଂ 7 ଦିନ ପର ( 15 ଅଗଷ୍ଟ) ପର୍ଯ୍ୟନ୍ତ "ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଡାଇମଣ୍ଡ ପଖୱାଡା" ( india independence diamond festival fortnight) କାର୍ଯ୍ୟକ୍ରମର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, "ବର୍ତ୍ତମାନର ଯୁବପିଢ଼ିଙ୍କୁ ଦେଶ ତଥା ତେଲେଙ୍ଗାନାର ସଂଘର୍ଷ, ବଳିଦାନ, ଜାତୀୟ ନେତା ଏବଂ ବୀର ଶହୀଦଙ୍କ ବିଷୟରେ ଜାଣିବା ଆବଶ୍ୟକ ରହିଛି । ସ୍ବାଧୀନତାର 75 ବର୍ଷ ମଧ୍ୟରେ ସ୍ବତନ୍ତ୍ର ଭାରତ ଅନେକ ସଫଳତା ହାସଲ କରିଛି । ବିଶ୍ବରେ ସର୍ବବୃହତ ଗଣତନ୍ତ୍ର ଦେଶ ହେଉଛି ଭାରତ । ଦେଶର ସ୍ବାଧୀନତା ସଂଗ୍ରାମୀ ଓ ସମ୍ବିଧାନ ନିର୍ମାତାଙ୍କ ଦ୍ବାରା ବିକଶିତ ହୋଇଥିବା ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସଂଘବାଦକୁ ସୁରକ୍ଷା ଦେବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଦାୟିତ୍ବ ଅଟେ । ଭାରତ ବିଭିନ୍ନ ସଂସ୍କୃତି, ଭାଷା, ଧର୍ମ, ରୀତିନୀତି, ପରମ୍ପରା ସହିତ ବିବିଧତା ମଧ୍ୟରେ ଏକତା ବଜାୟ ରଖିଛି । ବିଶ୍ବସ୍ତରରେ ଭାରତର ଏକ ଅନନ୍ୟ ସାଂସ୍କୃତିକ ଶୈଳୀ ରହିଛି ।