ETV Bharat / bharat

ନୂଆ ଜାତୀୟ ରାଜନୈତିକ ଦଳ ‘BRS’ ଗଠନ କରିବେ KCR

author img

By

Published : Jun 11, 2022, 10:50 PM IST

ଜାତୀୟ ଦଳ ‘ଭାରତ ରାଷ୍ଟ୍ରୀୟ ସମିିତି’ (BRS) ଗଠନ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର । ଚଳିତ ମାସ ଶେଷ ସୁଦ୍ଧା ହୋଇପାରେ ଆନୁଷ୍ଠାନିକ ଘୋଷଣା । କାର ଚିହ୍ନ ହେବ ନିର୍ବାଚନୀ ସଙ୍କେତ । ଅଧିକ ପଢନ୍ତୁ

ନୂଆ ଜାତୀୟ ରାଜନୈତିକ ଦଳ BRS ଗଠନ କରିବେ KCR
ନୂଆ ଜାତୀୟ ରାଜନୈତିକ ଦଳ BRS ଗଠନ କରିବେ KCR

ହାଇଦ୍ରାବାଦ: ନୂଆ ତଥା ଜାତୀୟ ରାଜନୈତିକ ଦଳ ଗଠନ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟ କେ.ଚନ୍ଦ୍ର ଶେଖର ରାଓ । ଆଜି ଏନେଇ କେସିଆର ନିଜେ ସୂଚନା ଦେଇଛନ୍ତି । ଏହି ନୂତନ ଦଳର ନାମ ଭାରତ ରାଷ୍ଟ୍ରୀୟ ସମିତି (BRS) ଭାବେ ପଞ୍ଜୀକରଣ ହେବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା କେସିଆର ଦିଲ୍ଲୀରେ ଏହି ନୂତନ ଜାତୀୟ ଦଳ ଘୋଷଣା କରିପାରନ୍ତି । ଏହି ଜାତୀୟ ଦଳର ନର୍ବାଚନୀ ଚିହ୍ନ ‘କାର’ ରଖାଯାଇ ପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଗତକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ କେ.ସି.ଆର ଜରୁରୀକାଳୀନ ବୈଠକ ଆହୁତ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ, ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଓ ରାଜ୍ୟରେ ରାଜନୈତିକ ତଥା ସାମ୍ପ୍ରତିକ ପରିବର୍ତ୍ତନ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ନୂଆ ଦଳ ନେଇ କେ.ସି.ଆର ସମ୍ୟକ ସୂଚନା ଦେଇଥିଲେ । ଚଳିତ ମାସ 19 ତାରିଖରେ ବସିବାକୁ ଯାଉଥିବା TRS ଓ୍ବାର୍କିଂ କମିଟିର ବୈଠକରେ ନୂଆ ଦଳର ରୂପରେଖ ନେଇ ଆଲୋଚନା ହେବ । ସେହି କ୍ରମରେ ମାସ ଶେଷ ଆଡକୁ ନୂଆ ଦଳ ନେଇ ବିଧିବଦ୍ଧ ଭାବେ କେସିଆର ରାଜଧାନୀ ଦିଲ୍ଲୀରେ ଘୋଷଣା କରିପାରନ୍ତି ।

ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପିକୁ ମାତ ଦେବା ପାଇଁ କେସିଆର ପୂର୍ବରୁ ମଧ୍ୟ ଅଭିଯାନ ଆରମ୍ଭ କରି ସାରିଛନ୍ତି । ଏକାଧିକ ରାଜ୍ୟ ଗସ୍ତ କରି ସେ ଅଣବିଜେପି ଦଳ ଗୁଡିକର ନେତା ଓ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ଜାରି ରଖିଛନ୍ତି କେସିଆର । ଗତ କିଛି ଦିନ ତଳେ ସେ ଦିଲ୍ଲୀ ଗସ୍ତ କରି ଆପ ମୁଖ୍ୟ କେଜ୍ରିଓ୍ବାଲ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଏକାଧିକ ନେତାଙ୍କୁ ଭେଟି ଆଲୋଚନା କରିଥିଲେ । ଆଞ୍ଚଳିକ ଦଳମାନଙ୍କୁ ନେଇ ବିଜେପି ବିରୋଧୀ ମେଣ୍ଟ ଗଠନ ପ୍ରୟାସରେ ଥିବା କେସିଆରଙ୍କର ଜାତୀୟ ରାଜନୀତିରେ ପ୍ରବେଶ ନିଷ୍ପତ୍ତି କେତେ ସଫଳ ହେଉଛି ତାକୁ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.