ETV Bharat / bharat

ଦିଲ୍ଲୀ ଯିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ଏନଡିଏ ସରକାର ବିରୋଧରେ ଆକ୍ରମଣକୁ ତ୍ବରାନ୍ବିତ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଦିଲ୍ଲୀ ଯିବାକୁ ସ୍ଥିର କରିଛନ୍ତି । ଏନେଇ ଏକ ବୈଠକ ଡକାଇଛନ୍ତି କେସିଆର । ଅଧିକ ପଢ଼ନ୍ତୁ

author img

By

Published : Mar 20, 2022, 11:19 AM IST

Telangana Chief Minister K. Chandrasekhar Rao to visit Delhi

ହାଇଦ୍ରାବାଦ: ଏନଡିଏ ସରକାର ବିରୋଧରେ ଆକ୍ରମଣକୁ ତ୍ବରାନ୍ବିତ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ରାଜ୍ୟ ମନ୍ତ୍ରୀଙ୍କ ସହ ଦିଲ୍ଲୀ ଯିବାକୁ ସ୍ଥିର କରିଛନ୍ତି । ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 21 ତାରିଖରେ ଟିଆରଏସ୍ ବିଧାୟକ, ଏମଏଲସି ଏବଂ ଅନ୍ୟ ଦଳର ନେତାଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି ବୋଲି ବିଜ୍ଞପ୍ତିରେ ଜାରି କରାଯାଇଛି ।

ରାଜ୍ୟରେ 'ୟାସାଙ୍ଗି' (ଗ୍ରୀଷ୍ମ ଫସଲ) ଧାନ କିଣିବାକୁ କେନ୍ଦ୍ର ନିକଟରେ ଦାବି କରି ଧାରଣା ଏବଂ ଅନ୍ୟାନ୍ୟ ବିକ୍ଷୋଭ ପ୍ରଦର୍ଶନ ପାଇଁ ବୈଠକରେ ଏକ ଯୋଜନା ପ୍ରସ୍ତୁତ ହେବ ବୋଲି କେସିଆର କହିଛନ୍ତି । ବୈଠକ ପରେ କେସିଆର ଏବଂ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରର ଧାନ କିଣିବା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ । ତେଲେଙ୍ଗାନାରେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟିଆରଏସ ସଦସ୍ୟ ଲୋକସଭା ଓ ରାଜ୍ୟସଭାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ପ୍ରକାଶ।

ସୂଚନାନୁସାରେ କେନ୍ଦ୍ର "ପଞ୍ଜାବରୁ ଶତପ୍ରତିଶତ ଧାନ କିଣୁଛି" ବୋଲି ଦାବି କରି କେସିଆର କହିଛନ୍ତି ଯେ ତେଲେଙ୍ଗାନାରୁ ଶତ ପ୍ରତିଶତ ଧାନ କ୍ରୟ କରିବାକୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଦାବି ଜାରି ରଖିବ । ତେଲେଙ୍ଗାନା ଚାଷୀଙ୍କ ପାଇଁ ଧାନ କ୍ରୟକୁ ଏକ ଜୀବନ ଏବଂ ମୃତ୍ୟୁ ପ୍ରସଙ୍ଗ ବୋଲି ବର୍ଣ୍ଣନା କରି ଟିଆରଏସ ତୀବ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି।

ଗତ ବର୍ଷ ବର୍ଷା ଋତୁରେ ରାଜ୍ୟରେ ଧାନ କ୍ରୟକୁ ନେଇ ଟିଆରଏସ ଏବଂ ବିଜେପି ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଖୋଦ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ଟିଆରଏସ ନେତାଙ୍କ ସହ ଗତବର୍ଷ ନଭେମ୍ବରରେ ଏକ ଧର୍ମଘଟ କରିଥିଲେ । ତେଲେଙ୍ଗାନାରୁ ଏକ ବର୍ଷ ମଧ୍ୟରେ ଧାନ କ୍ରୟ ପାଇଁ ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ସେ ଦାବି କରିଥିଲେ। ସେପଟେ ରାଜ୍ୟ ସରକାର ଏବଂ କେନ୍ଦ୍ର ଏଜେନ୍ସି ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ କେନ୍ଦ୍ର ରାଜ୍ୟରୁ ଧାନ କ୍ରୟ କରିବ ବୋଲି ବିଜେପି ନେତା ତଥା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଶାନ ରେଡ୍ଡୀ କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.