ETV Bharat / bharat

ଆଜି ତେଲେଙ୍ଗାନା କ୍ୟାବିନେଟ ବୈଠକ, ଲକଡାଉନ ସ୍ଥିତି ନେଇ ହେବ ଆଲୋଚନା

author img

By

Published : Jun 8, 2021, 12:18 PM IST

ଆଜି ବସିବ ତେଲେଙ୍ଗାନାର କ୍ୟାବିନେଟ ବୈଠକ । ଲକଡାଉନ ସ୍ଥିତି ନେଇ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅଧିକ ପଢନ୍ତୁ...

Telangana cabinet meeting
ଆଜି ତେଲେଙ୍ଗାନାର କ୍ୟାବିନେଟ ବୈଠକ, ଲକଡାଉନ ସ୍ଥିତି ନେଇ ହେବ ଆଲୋଚନା

ହାଇଦ୍ରାବାଦ: ଆଜି (ମଙ୍ଗଳବାର) ବସିବ ତେଲେଙ୍ଗାନାର କ୍ୟାବିନେଟ ବୈଠକ । ଲକଡାଉନ ସ୍ଥିତି ନେଇ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଜ୍ୟରେ ଲକଡାଉନ ଉଠାଇ କଟକଣା କୋହଳ କରାଯିବା ସମ୍ଭାବନ ରହିଛି ।

ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରୋକିବା ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ଅପରାହ୍ନ 2 ଟାରେ ବସିବ ବୈଠକ ଏହି ବୈଠକରେ ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ ଥିବା ସଂକ୍ରମଣ ଓ ଲକଡାଉନ ସ୍ଥିତିକୁ ନେଇ ଆଲୋଚନା କରାଯିବ। ଏହା ସହ ରାଜ୍ୟରେ ଅର୍ଥନୈତିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ । ରାଜ୍ୟରେ କୋରନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜୁନ 9 ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । ତେବେ ରାଜ୍ୟର ସଂକ୍ରମଣ ସ୍ତର ହ୍ରାସ ପାଇଥିବା ଯୋଗୁଁ କିଛି ମାତ୍ରାରେ କୋରୋନା କଟକଣା କୋହଳ କରାଯିବା ସମ୍ଭାବନା ରହିଛି ।

ସୂଚନାଥାଉକି ସାରା ଭାରତରେ ଆଜି କୋରୋନା ଗ୍ରାଫ ତଳକୁ ଖସିଛି । ଆଜି ଦେଶରେ 86, 498 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଦେଶରେ ଦୀର୍ଘ 3 ମାସ ପରେ ଏକ ଲକ୍ଷ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବର୍ତ୍ତମାନ ଟୀକକରଣ ପ୍ରକ୍ରିୟାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୋର ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.