ହାଇଦ୍ରାବାଦ: AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଖୋଲାଖୋଲି ଆହ୍ବାନ କରିଛନ୍ତି ତେଲେଙ୍ଗାନା ରାଜ୍ୟ ବିଜେପି ସଭାପତି(Telangana BJP chief ) ବନ୍ଦୀ ସଞ୍ଜୟ କୁମାର । ସେ କହିଛନ୍ତି "ତେଲେଙ୍ଗାନାରେ ଥିବା ସମସ୍ତ ସମଜିଦକୁ ଖନନ କରାଯାଉ(Excavate All Mosques), ଯଦି ଶିବଲିଙ୍ଗ ବାହାରେ ହିନ୍ଦୁମାନଙ୍କୁ ସମର୍ପଣ ଦିଆଯାଉ, ଯଦି ମୃତଦେହ ମିଳେ ତେବେ ମୁସଲିମମାନେ ନେଇଯିବେ ।"
ଗତକାଲି(ବୁଧବାର) ହିନ୍ଦୁ ଏକତା ଯାତ୍ରାରେ ଉଦବୋଧନ ଦେବାବେଳେ ବିଜେପି ନେତା ଓଓ୍ବେସୀଙ୍କୁ ଟାର୍ଗେଟ କରିଛନ୍ତି । ସଞ୍ଜୟ କୁମାର କହିଛନ୍ତି ଯେ, "ଓଓ୍ବେସୀଙ୍କୁ ମୁଁ ଆହ୍ବାନ କରୁଛି । ରାଜ୍ୟରେ ଥିବା ସମସ୍ତ ମସଜିଦକୁ ଖନନ କରାଯାଉ । ଯଦି ମୃତଦେହ ବାହାରେ ତେବେ ମସଜିଦ ଆପଣଙ୍କର ବୋଲି ଦାବି କରିବେ । ଯଦି ଶିବଲିଙ୍ଗ ବାହାରେ ତେବେ ତାହା ଆମକୁ ହସ୍ତାନ୍ତର କରିବେ । ଆପଣ ଏହି ଆହ୍ବାନକୁ ଗ୍ରହଣ କରିବେ କି ?"
ତେଲେଙ୍ଗାନାରେ ବିଜେପି ସରକାର କ୍ଷମତାକୁ ଆସିଲେ ଉର୍ଦ୍ଦୁ ଭାଷା ବ୍ୟାନ୍ କରାଯିବ ଏବଂ ସଂଖ୍ୟାଲଘୁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯିବ । ଏହାସହ ଲଭ ଜିହାଦ ବନ୍ଦ କରାଯିବ ବୋଲି ସଞ୍ଜୟ କୁମାର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଲଭ୍ ଜିହାଦ ନାଁରେ ମୋ ଭଉଣୀକି ଚିଟ୍ କରି ଫସାଯାଇଛି । ଗରିବ ଲୋକାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଗଲେ ହିନ୍ଦୁ ସମାଜ ସହ୍ୟ କରିବ ନାହିଁ । ଧର୍ମ ପରିବର୍ତ୍ତନକାରୀଙ୍କ ବିରୋଧରେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।
ଯଦି ରାମ ରାଜ୍ୟ ଆସେ ତେବେ ଆମେ ଉର୍ଦ୍ଦୁ ଭାଷାକୁ ବିରୋଧ କରିବୁ।" ବିବେକ ଅଗ୍ନିହୋତ୍ରୀଙ୍କ ଦ କଶ୍ମୀର ଫାଇଲ୍ସର ଦୃଷ୍ଟାନ୍ତ ଦେଇ ସଞ୍ଜୟ କୁମାର କହିଛନ୍ତି ଯେ, ମିଛ ଧର୍ମନିରପେକ୍ଷବାଦୀଙ୍କୁ ସତ୍ୟତା ବୁଝାଇବା ଲାଗି ଖୁବ୍ ଶୀଘ୍ର ରାଜକାର ଫାଇଲ୍ସ୍ ମୁକ୍ତିଲାଭ କରିବ ।