ହାଇଦ୍ରାବାଦ: ଅଡୁଆରେ ବିଜେପି ସାଂସଦ । କିଛି କଥା ମାନି ନିଜେ ଫସିଲେ ଦଳକୁ ବି ଫସାଇଲେ । ତେଲେଙ୍ଗାନା ବିଜେପି ସାଂସଦ ସୌମ୍ୟ ବାପୁରାଓ ତାଙ୍କର କିଛି ମନ୍ତବ୍ୟ ପାଇଁ ଆଡୁଆ ସୂତାରେ ଛନ୍ଦି ହୋଇଛନ୍ତି । ସାଂସଦ ପାଣ୍ଠିରେ ପୁଅ ବାହାଘର ଓ ଘର କରିଥିବା କରିଥିବା ମାନିଛନ୍ତି ତେଲେଙ୍ଗାନା ବିଜେପି ସାଂସଦ ସୌମ୍ୟ ବାପୁରାଓ । ଏହି କଥା ମାନିବାର ଏକ ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସାଂସଦ ସୌମ୍ୟ ବାପୁରାଓ ଦେଇଥିବା ମନ୍ତବ୍ୟ ଉଭୟ ଦଳ ଓ ନିଜ ପାଇଁ ବିବାଦ ସୃଷ୍ଟି କରିଛି । ସାଂସଦ ସୌମ୍ୟ ସ୍ବୀକାର କରିଛନ୍ତି ଯେ, ''ତାଙ୍କର ସାଂସଦ ଆଞ୍ଚଳିକ ଉନ୍ନୟନ ଯୋଜନା ପାଣ୍ଠିରେ (Members of Parliament Local Area Development) ବା ଏମପିଲ୍ୟାଡ ନିଜ ପୁଅ ବାହାଘର କରିଛନ୍ତି । ଖାଲି ପୁଅ ବାହାଘର ନୁହେଁ ଘର ତିଆରି କରିବାକୁ ମଧ୍ୟ ସେ ଏମପିଲ୍ୟାଡର ଟଙ୍କା ବ୍ୟବହାର କରିଛନ୍ତି ।''
ଭିଡିଓରେ ସାଂସଦ ଏହା କହୁଥିବା ଦେଖିବାକୁ ମିଳିଛି କି, ''ଦ୍ବିତୀୟ ବର୍ଷରେ ସାଂସଦ ପାଣ୍ଠିକୁ ଆସିଥିବା 2.5କୋଟି ଟଙ୍କାରୁ କିଛି ଅର୍ଥ ମଣ୍ଡଳ ପରିଷଦ ନିର୍ବାଚନମଣ୍ଡଳୀକୁ ଦାନ କରିଥିଲି । ଆଉ କିଛି ଅର୍ଥ ସମ୍ପୃକ୍ତ ଅଞ୍ଚଳ କାଉନସିଲକୁ ଦେଇଥିଲି । ଆଉ କିଛି ଅର୍ଥ ନିଜ ପାଇଁ ଘର କରିଥିଲି ଓ ପୁଅ ବାହାଘର କରିଥିଲି । ସାଂସଦ ପାଣ୍ଠିର କିଛି ଅର୍ଥ ନିଜ ପାଇଁ ଖର୍ଚ୍ଚ କରିଥିଲି । ଅତୀତରେ ଅନେକ ସାଂସଦ ଉନ୍ନୟନ ଯୋଜନା ପାଣ୍ଠିର ସମ୍ପୂର୍ଣ୍ଣ ଅର୍ଥକୁ ନିଜ ପାଇଁ ଖର୍ଚ୍ଚ କରିଛନ୍ତି । ଯୋଜନା ପାଣ୍ଠିକୁ ଉନ୍ନୟନ କାର୍ଯ୍ୟ ନିମନ୍ତେ ବ୍ୟବହାର କରିପାରିନାହିଁ । ମାତ୍ର ଉକ୍ତ ପାଣ୍ଠିକୁ ଅନ୍ୟଙ୍କ ପରି ଦୂରପଯୋଗ କରିନାହାନ୍ତି । 2019ରେ ବିଜେପିରେ ଯୋଗ ଦେବା ପୂର୍ବରୁ ଆଡିଲାବାଦରେ ଦଳର ଅସ୍ତିତ୍ବ ନଥିଲା । ମାତ୍ର ମୋର ବିଜୟ ପରେ ଦଳ ଶକ୍ତିଶାଳୀ ହୋଇଥିଲା ଦଳର କିଛି ଲୋକ ଏହାକୁ ହଜମ କରିପାରନଥିଲେ ।''
ଏହା ବି ପଢନ୍ତୁ...ଆଜିଠୁ ଆମେରିକା ଓ ଇଜିପ୍ଟ ଗସ୍ତରେ ଯିବେ ମୋଦି
ଏହା ବି ପଢନ୍ତୁ...ସବୁଠୁ ବଡ ଡିଲ, 500 ନୂଆ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ
ସୌମ୍ୟ ବାପୁରାଓ ନିଜ ଲୋକସଭା ଆସନ ଆଡିଲାବାଦରେ ବିଜେପି କର୍ମୀ ଓ ନେତାଙ୍କ ସମ୍ବୋଧନ କରିବା ସମୟରେ ଏହି କଥା ସ୍ବୀକାର କରିଛନ୍ତି । ତାଙ୍କର ଏହି ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ସାଂସଦଙ୍କ ଏହି କଥା ପରେ ତାଙ୍କ ସହ ଦଳ ଉପରେ ବିବାଦ ସୃଷ୍ଟି ହେବାରେ ଲାଗିଛି । ଜନସାଧାରଣ ଏହାକୁ ସମାଲୋଚନା କରିଛନ୍ତି ।