ETV Bharat / bharat

ଦୁଇ ଦିନ ତଳେ ପାଇଥିଲେ ଜାମିନ, ପୁଣି ଗିରଫ ହେଲେ ବିଜେପି ବିଧାୟକ ରାଜା ସିଂ

author img

By

Published : Aug 25, 2022, 5:16 PM IST

ଦୁଇ ଦିନ ତଳେ ଗିରଫ ହୋଇ ପାଇଥିଲେ ଜାମିନ । ଆଜି ପୁଣି ଉଠାଇ ନେଲା ପୋଲିସ । ବିବାଦୀୟ ତଥା ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂ (Telangana BJP mla Raja Singh)ଙ୍କ ପିଛା ଛାଡୁନି ବିବାଦ । ଅଧିକ ପଢନ୍ତୁ

ଗତକାଲି ଜାମିନ ପାଇଥିଲେ, ଆଜି ପୁଣି ଗିରଫ ହେଲେ ବିବାଦୀୟ ବିଜେପି ବିଧାୟକ ରାଜା ସିଂ

ହାଇଦ୍ରାବାଦ: ଦୁଇ ଦିନ ତଳେ ଗିରଫ ହୋଇ ବେଲ ପାଇଥିବା ତେଲେଙ୍ଗାନା ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂଙ୍କୁ (Telangana BJP mla Raja Singh) ଆଜି ପୁଣି ଗିରଫ କରିଛି ପୋଲିସ । ଆଜି ସେ ପୁଣି ଏକ ଭିଡିଓ ଜାରି କରିବାର କିଛି ଘଣ୍ଟା ପରେ ତାଙ୍କୁ ଗିରଫ କରାଯାଇଛି । ନୂଆ କରି ଜାରି କିରଥିବା ଭିଡିଓରେ ସେ ହାଇଦ୍ରାବାଦ ସାଂସଦ ଓଓ୍ବେସୀ, ମନ୍ତ୍ରୀ କେ.ଟି.ଆର, ହାସ୍ୟ ଅଭିନେତା ମୁନାୱାର ଫାରୁକିଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟରେ ଜାରି ରହିଥିବା ଏହି ସାମ୍ପ୍ରଦାୟିକ ଉତ୍ତେଜନକୁ ନେଇ ସେ ଏହିମାନଙ୍କୁ ଦାୟୀ କରି ଭିଡିଓ କରିଥିବା ଦେଖିବାକୁ ମିଳିଥିଲା । ଭିଡିଓ ଜାରି କରିବାର ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ଗିରଫ କରାଯାଇଛି ।

  • #WATCH | Telangana police arrests suspended BJP leader T Raja Singh from his residence in Hyderabad for his alleged remarks against Prophet Muhammad.

    Massive protests had taken place on August 23, against the leader for his alleged statement. pic.twitter.com/DvfrFAZE8Y

    — ANI (@ANI) August 25, 2022 " class="align-text-top noRightClick twitterSection" data=" ">

ଭିଡିଓରେ ରାଜା ସିଂ କହିଥିଲେ (Telangana BJP mla Raja Singh), ‘‘ତେଲେଙ୍ଗାନାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଉଛି । ମତେ ପୁରୁଣା ମାମଲାର ଗିରଫ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ ହୋଇସାରିଛି । ମୋ ଗିରଫଦାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ନିର୍ଦ୍ଦେଶ ଆସିଛି । ହାଇଦ୍ରାବାଦ ପୋଲିସ ସ୍ଥାନୀୟ ସାଂସଦ ଓଓ୍ବେସୀଙ୍କ ଇଙ୍ଗିତରେ କାର୍ଯ୍ୟ କରୁଛି । ତଥାପି ମୁଁ କାହାକୁ ଡରେ ନାହିଁ । ହିନ୍ଦୁ ଧର୍ମ ପାଇଁ ମୁଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ।’’

ତେଲେଙ୍ଗାନା ପୋଲିସର ଏକ ଟିମ ଆଜି ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଛି । ସେ ନିକଟରେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଗିରଫ ହୋଇଥିଲେ । ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଗିରଫର କିଛି ସମୟ ପରେ ତାଙ୍କୁ ଦଳ ମଧ୍ୟ ନିଲମ୍ବିତ କରିଥିଲା । ପ୍ରଥମେ ତାଙ୍କୁ କୋର୍ଟ ରିମାଣ୍ଡରେ ପଠାଇଥିବା ବେଳେ କିଛି ସମୟ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ରାଜାଙ୍କ ଜାମିନ ପରେ ହାଇଦ୍ରାବାଦ ସହରରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ରାଜାଙ୍କୁ ଗିରଫ କରିବା ଦାବିରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସହରରେ ପ୍ରତିବାଦ କରିଥିଲେ । ଅପରାହ୍ନରେ ସହରରେ ୧୪୪ ଧାରା ଜାରି ସହ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-ଦଳରୁ ନିଲମ୍ବିତ ହେଲେ ଗିରଫ ବିଜେପି ବିଧାୟକ

ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିଦାୟୀୟ ଟିପ୍ପଣୀ ନେଇ ବିବାଦ ଥମିନଥିବା ବେଳେ ତେଲେଙ୍ଗାନା ବିଜେପି ବିଧାୟକ ବିଜେପି ବିଧାୟକ ଟି.ରାଜା ସିଂଙ୍କ (BJP MLA Raja Singh)ଙ୍କ ମନ୍ତବ୍ୟ ପୁଣି ଥରେ ବିବାଦ ସୃଷ୍ଟି କରିଥିଲା । ସାମ୍ପ୍ରଦାୟିକ ବିବାଦୀୟ ବୟାନ ଦେଇ ଅସ୍ଥିରତା ସୃଷ୍ଟି କରିବା ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡିବଧି ଆଇନ (IPC) ଧାରା ୨୯୫(A), ୧୫୩(A) ଏବଂ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଥିଲା । ଗିରଫର କିଛି ସମୟ ପରେ ସେ ବେଲ ପାଇଥିଲେ । ତେବେ ଆଜି ପୁଣି ତାଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.