ETV Bharat / bharat

SSC question paper leak: ଜେଲରୁ ମୁକୁଳିଲେ ତେଲେଙ୍ଗାନା ବିଜେପି ମୁଖ୍ୟ - ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଲିକ୍ ମାମଲା

ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଲିକ୍ ମାମଲାରେ ଜାମିନରେ ଜେଲରୁ ମୁକୁଳିଲେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦି ସଞ୍ଜୟ କୁମାର । ଅଧିକ ପଢନ୍ତୁ

ଜାମିନ ପାଇଲେ ତେଲେଙ୍ଗାନା ବିଜେପି ମୁଖ୍ୟ
ଜାମିନ ପାଇଲେ ତେଲେଙ୍ଗାନା ବିଜେପି ମୁଖ୍ୟ
author img

By

Published : Apr 7, 2023, 9:25 AM IST

Updated : Apr 7, 2023, 10:32 AM IST

ହାଇଦ୍ରାବାଦ: ଗିରଫର ଦିନକ ପରେ ଜାମିନ ପାଇଲେ ତେଲେଙ୍ଗାନା ବିଜେପି ମୁଖ୍ୟ । ଏସଏସସି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ହୋଇଥିବା ରାଜ୍ୟ ବିଜେପି ସଭାପତି ବନ୍ଦି ସଞ୍ଜୟ କୁମାରଙ୍କୁ ଗତକାଲି(ଗୁରୁବାର) ରାତିରେ କୋର୍ଟରୁ ଜାମିନ ମିଳିଛି । ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକା ସହ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଆଜି ସେ ଜେଲ୍‌ରୁ ମୁକୁଳିଛନ୍ତି । ଜାମିନରେ ଜେଲରୁ ବାହାରିବା ପରେ ସଞ୍ଜୟ ଏକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିବାର ଦେଖାଯାଇଛି । ପ୍ରଶ୍ନପତ୍ର ଲିକ୍ ମାମଲାରେ ପୋଲିସ ବୁଧବାର ତାଙ୍କୁ ଗିରଫ କରି କରିମନଗର ଜେଲ୍ ପଠାଇଥିଲା ।

ହନୁମାକୋଣ୍ଡା କୋର୍ଟ ରାଜ୍ୟ ବିଜେପି ମୁଖ୍ୟ ବନ୍ଦି ସଞ୍ଜୟକୁ ଜାମିନ ଦେଇଛନ୍ତି । ତଦନ୍ତରେ ସହଯୋଗ କରିବା ସହ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା ନକରିବାକୁ ସଞ୍ଜୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କରିମନଗର ନିର୍ବାଚନ ମଣ୍ଡଳୀରୁ ଲୋକସଭା ସାଂସଦ ଥିବା ସଞ୍ଜୟ ଏକ ମେସେଜିଂ ଆପ୍‌ ଗ୍ରୁପରେ ଦଶମ ଶ୍ରେଣୀ (SSC) ହିନ୍ଦୀ ପ୍ରଶ୍ନପତ୍ର ଲିକ୍ କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ଏହି ଘଟଣାରେ ୱାରାଙ୍ଗଲ ପୋଲିସ ତାଙ୍କ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା । ଏହାପରେ କୋର୍ଟ ବିଜେପି ନେତାଙ୍କୁ ଏପ୍ରିଲ ୧୯ ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

ସୂଚନା ମୁତାବକ, ହନମକୋଣ୍ଡ ଅଞ୍ଚଳରେ ଜଣେ ନାବାଳକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ରର ଫଟୋ ଉଠାଇ ଛାଡିଥିଲେ । ପିଲାଟିକୁ ଏପରି କରିବାକୁ କହିଥିବା ଦୁଇ ଜଣ ବ୍ୟକ୍ତିଙ୍କ ଗିରଫ କରାଯାଇଥିଲା । ଏହି ଘଟଣାରେ ବିଜେପି ନେତା ସଞ୍ଜୟ ମୁଖ୍ୟ ଅଭିଯୁକ୍ତ ଥିଲେ । ତାଙ୍କୁ ଗିରଫ କରାଯିବା ପରେ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ । ତାଙ୍କୁ ଜାମିନ ମିଳିଲେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ୱାରାଙ୍ଗଲ ପୋଲିସ କୋର୍ଟରେ ଯୁକ୍ତି ବାଢିଥିଲା । ଏହାସହିତ ତଦନ୍ତ ପାଇଁ ବିଜେପି ନେତାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ତିନି ଦିନିଆ ହେପାଜତକୁ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଥିଲା ।

ପୋଲିସ କହିବା ଅନୁସାରେ, ଗତ ୪ ତାରିଖରେ ଗିରଫ ଅଭିଯୁକ୍ତ ମଧ୍ୟରୁ ଜଣେ ଗୋଟିଏ ମେସେଜିଂ ଗ୍ରୁପରେ SSC ହିନ୍ଦୀ ପ୍ରଶ୍ନପତ୍ର ପୋଷ୍ଟ କରିଥିଲା । ଦ୍ବିତୀୟ ଅଭିଯୁକ୍ତ ଯିଏକି ଜଣେ ପୂର୍ବତନ ସାମ୍ବାଦିକ ସେ ଏହି ଫଟୋକୁ ଅନ୍ୟ ଗ୍ରୁପରେ ସେୟାର କରିଥିଲେ । ଏହାସହିତ ସଞ୍ଜୟ କୁମାର, ବିଜେପି ବିଧାୟକ ଇ ରାଜେନ୍ଦର ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ପାଖକୁ ପଠାଇ ଥିଲେ । ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏସଏସସି ପରୀକ୍ଷା ସମୟରେ ଗୁଜବ ସୃଷ୍ଟି କରିବା ଏବଂ ଶାନ୍ତି ଭଙ୍ଗ କରିବା ପାଇଁ ବିଜେପି ନେତା ସଞ୍ଜୟ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଏହା ଷଡଯନ୍ତ୍ର ହୋଇଥିବା ପୋଲିସ ଅଭିଯୋଗ କରିଥିଲା ।

ଏହାପରେ ଏହି ଘଟଣାରେ ରାଜେନ୍ଦରଙ୍କ ବୟାନ ରେକର୍ଡ ପାଇଁ ପୋଲିସ ତାଙ୍କୁ ନୋଟିସ୍ ଜାରି କରିଥିଲା । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷନ ରେଡ୍ଡୀ ବିଜେପି ବିଧାୟକଙ୍କୁ ନୋଟିସ୍ ଜାରି କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ବିଜେପି ପ୍ରତି ପ୍ରତିଶୋଧ ପରାୟଣ ହୋଇ ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି ।

Last Updated : Apr 7, 2023, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.