ହାଇଦ୍ରାବାଦ: ୧୪ ଦିନିଆ ନ୍ୟାୟିକ ହେପାଜତରେ ତେଲେଙ୍ଗାନା ବିଜେପି ସାଂସଦ ତଥା ରାଜ୍ୟ ସଭାପତି ବଣ୍ଡି ସଞ୍ଜୟ କୁମାର (BJP MP Judicial Custody)। କୋଭିଡ ନିୟମ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ ସମୟରେ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ । ସଞ୍ଜୟଙ୍କ ସମେତ ୫ ଜଣଙ୍କ ନାମରେ ଆଇପିସି ଧାରା ୧୮୮, ୩୩୨, ୩୩୩, ୧୪୯, ୧୪୭ ଅଧୀନରେ ମାମଲା ରୁଜ୍ଜୁ ହୋଇଛି ।
ସଞ୍ଜୟଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖ୍ୟ ଜେପି ନଡ୍ଡା । ସେ କହିଛନ୍ତି ସଞ୍ଜୟ କୁମାରଙ୍କୁ ଗିରଫ କରିବା ଗଣତନ୍ତ୍ରର ହତ୍ୟା ସହ ସମାନ । ସେ ଶାନ୍ତିପୂର୍ଣ୍ଣ ଭାବରେ କୋଭିଡ ନିୟମ ମାନି ବିକ୍ଷୋଭ କରୁଥିଲେ ହେଲେ ପୋଲିସ ତାଙ୍କୁ ଜବରଦସ୍ତି ଗିରଫ କରିଛି ବୋଲି କହିଛନ୍ତି ନଡ୍ଡା । ସେ ଆହୁରି କହିଛନ୍ତି ତେଲେଙ୍ଗାନାରେ ସଦ୍ୟ ନିର୍ବାଚନରେ ବିଜେପିର ବିଜୟ ଦେଖି KCR ସରକାରଙ୍କ ମତିଭ୍ରମ ହୋଇଛି । ଆମ ଦଳର ସମର୍ଥନକୁ ସେ ଗ୍ରହଣ କରିପାରୁନାହାନ୍ତି । ପୋଲିସର ଏପରି କାର୍ଯ୍ୟ ଉପରେ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜେପି ନଡ୍ଡା ।
ଆହୁରି ପଢନ୍ତୁ...କୋଭିଡ ନିୟମ ଭାଙ୍ଗି ବିରୋଧ ପ୍ରଦର୍ଶନ କରୁଥିଲେ ସାଂସଦ, ବାନ୍ଧିଲା ପୋଲିସ
ସୂଚନାଅନୁସାରେ ତେଲେଙ୍ଗାନା ରାଜ୍ୟର କର୍ମଚାରୀ ଏବଂ ଶିକ୍ଷକ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି GO -317 ବିରୋଧରେ କରିମନଗରରେ ସାଂସଦ ସଞ୍ଜୟ କୁମାରଙ୍କ ନେତୃତ୍ବରେ 'ଜାଗରଣ ଦିକ୍ଷା' ନାମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଯାହାକୁ ତେଲେଙ୍ଗାନା ପୋଲିସ ବନ୍ଦ କରିଥିଲା । ବଣ୍ଡି ସଞ୍ଜୟଙ୍କ ସମର୍ଥନରେ ସେଠାକୁ ଆସିଥିବା ନେତା ତଥା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଥିଲା । ତାଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି ସାଂସଦ ଓ ମନ୍ତ୍ରୀ । ଏହା ସମୂର୍ଣ୍ଣ ରାଜନୈତିକ ଓ ଅଗଣତାନ୍ତ୍ରିକ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ।
@ANI