ETV Bharat / bharat

ଘୋଡ଼ା ବେପାରକୁ ଚେକ୍ ଦେବାକୁ କଂଗ୍ରେସର ପ୍ଲାନ, ବିଧାୟକଙ୍କୁ ବୋହି ନେବାକୁ ବସ୍‌-ଫ୍ଲାଇଟ୍‌ ତୟାର

author img

By ETV Bharat Odisha Team

Published : Dec 3, 2023, 3:29 PM IST

Telangana Assembly election results 2023: ତେଲେଙ୍ଗାନାରେ ଏକପ୍ରକାର ସ୍ପଷ୍ଟ ବହୁମତ ପାଇବା ଦିଗରେ ଆଗେଇ ଚାଲିଛି କଂଗ୍ରେସ ପାର୍ଟି । ହେଲେ ଦଳକୁ ଏବେ ଘୋଡ଼ା ବେପାର ଭୟ ଘାରିଛି । ଏଥିପାଇଁ ସ୍ବତନ୍ତ୍ର ବସ ଓ ଫ୍ଲାଇଟ୍‌ ଯୋଗେ ବିଧାୟକଙ୍କୁ କର୍ଣ୍ଣାଟକ ନେଇଯିବାକୁ ପ୍ରସ୍ତୁତ ହେଉଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ଅଧିକ ପଢ଼ନ୍ତୁ

ସ୍ପଷ୍ଟ ବହୁମତ ପରେ ବି ଘୋଡ଼ା ବେପାର ଭୟରେ କଂଗ୍ରେସ

ହାଇଦ୍ରାବାଦ: ଆସିବାରେ ଲାଗିଛି ଜନାଦେଶ । ତେଲେଙ୍ଗାନାରେ ପୂର୍ଣ୍ଣ ବହୁମତ ଆଡ଼କୁ ଆଗେଇ ଚାଲିଛି କଂଗ୍ରେସ । ହେଲେ ଏହା ସତ୍ତ୍ବେ ଦଳର କ୍ୟାମ୍ପରେ ଏବେ ଘୋଡ଼ା ବେପାର ଭୟ ବଢ଼ିବାରେ ଲାଗିଛି । ଯାହାକୁ ଚେକ୍‌ ଦେବାକୁ ପ୍ରସ୍ତୁତ ହୋଇଛି କଂଗ୍ରେସ । ଗୋଟିଏ ହୋଟେଲ୍‌ରେ ଦଳର ସମସ୍ତ ବିଧାୟକ ପ୍ରାର୍ଥୀ ରହିଥିବାବେଳେ ସେମାନଙ୍କୁ କର୍ଣ୍ଣାଟକ ଅଭିମୁଖେ ନେଇଯିବାକୁ ୨ଟି ସ୍ବତନ୍ତ୍ର ଫ୍ଲାଇଟ୍‌, ୪ଟି ହେଲିକପ୍ଟର ଓ ୨ ବସ୍‌ ପ୍ରସ୍ତୁତ ହୋଇରହିଥିବା ଜଣାପଡ଼ିଛି ।

ତେଲେଙ୍ଗାନାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ: ଏକ୍‌ଜାଟ୍ ହେବାକୁ ଯାଉଛି ତେଲେଙ୍ଗାନା ନିର୍ବାଚନ ଫଳାଫଳ ପାଇଁ ଆସିଥିବା ଏକଜିଟ୍ ପୋଲ୍ । ତେଲେଙ୍ଗାନାରେ ସରକାର ପରିବର୍ତ୍ତନର ସଂକେତ ମିଳିସାରିଛି । ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କ୍ଲିନବୋଲ୍ଡ କରିଛି କଂଗ୍ରେସ । ଶାସକ ବିଆର୍‌ଏସ୍‌ର ଦଳୀୟ ଚିହ୍ନ 'କାର୍'କୁ ପଙ୍କ୍‌ଚର୍‌ କରିଛି କଂଗ୍ରେସ ପାର୍ଟିର 'ହାତ' । ଦକ୍ଷିଣ ଭାରତରେ ବଢ଼ୁଛି କଂଗ୍ରେସର ଦବଦବା । କର୍ଣ୍ଣାଟକ ପରେ ତେଲେଙ୍ଗାନା ବିଜୟ ପଥରେ ଗ୍ରାଣ୍ଡ ଓଲ୍ଡ ପାର୍ଟି । ତେଲେଙ୍ଗାନାର ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳ ଏପରି କିଛି ସଂକେତ ଦେଉଛି । ହେଲେ ତେଲେଙ୍ଗାନାରେ ସର୍ବବୃହତ ଦଳ ଭାବେ ଉଭା ହେବାକୁ ଯାଉଥିବା କଂଗ୍ରେସକୁ ଏବେ ଘାରିଛି ଘୋଡ଼ା ବେପାର ଭୟ ।

ଏହା ମଧ୍ୟ ପଢ଼ନ୍ତୁ...ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ

ବିଧାୟକଙ୍କୁ କର୍ଣ୍ଣାଟକ ନେଇଯିବେ ଶିବକୁମାର: ପୂର୍ବରୁ ଦେଶର ଆଗ ଧାଡ଼ିର ଅଧିକାଂଶ ମିଡିଆ ତେଲେଙ୍ଗାନାରେ କଂଗ୍ରେସକୁ ପୂର୍ଣ୍ଣ ବହୁମତ ମିଳୁଥିବା ନିଜ ନିଜର ଏକ୍‌ଜିଟ୍‌ ପୋଲ୍‌ରେ ଦର୍ଶାଇଥିଲେ । କ୍ବଚିତ୍‌ ଗଣମାଧ୍ୟମ ଏହି ତେଲୁଗୁ ରାଜ୍ୟରେ ଝୁଲା ସରକାର ଗଠନ ହେବା ଆକଳନ କରିଥିଲେ । ହେଲେ ସବୁ ଆଲୋଚନାର ଅନ୍ତ ଘଟାଇ ଶେଷରେ ଏକାକୀ ପୂର୍ଣ୍ଣ ବହୁମତ ହାସଲ କରିବା ଦିଗରେ ଆଗେଇ ଚାଲିଛି କଂଗ୍ରେସ । ଏପର୍ଯ୍ୟନ୍ତ ତେଲେଙ୍ଗାନାର ଅଧିକାଂଶ ସିଟ୍‌ରେ କଂଗ୍ରେସ ପ୍ରାର୍ଥୀମାନେ ଆଗୁଆ ଅଛନ୍ତି । ଏଥିପାଇଁ ପୂର୍ବରୁ ଦଳର ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କୁ ଏକ ପଞ୍ଚତାରକା ହୋଟେଲ୍‌ରେ ରଖାଯାଇଛି । ଘୋଡ଼ା ବେପାରରୁ ଏହି କ୍ୟାମ୍ପକୁ ରକ୍ଷା କରିବା ଦାୟିତ୍ବ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦିଆଯାଇଛି । ଏବେ ଏହି କ୍ୟାମ୍ପକୁ ଘୋଡ଼ା ବେପାରରୁ ରକ୍ଷା କରିବା ପାଇଁ ବିଜୟୀ ବିଧାୟକମାନଙ୍କୁ କର୍ଣ୍ଣାଟକ ନେଇଯିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଏଥିପାଇଁ ୨ଟି ସ୍ବତନ୍ତ୍ର ଫ୍ଲାଇଟ୍‌, ୪ଟି ହେଲିକପ୍ଟର ଓ ୨ ବସ୍‌ ପ୍ରସ୍ତୁତ ହୋଇରହିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ଜନାଦେଶ ପୂର୍ବରୁ ଘାରିଲାଣି ଘୋଡ଼ା ବେପାର ଡର: କଂଗ୍ରେସ କ୍ୟାମ୍ପ ଛାନିଆ, ସାହା ହେବେ କି ଶିବକୁମାର !

ତେଲେଙ୍ଗାନାରେ ଘୋଡ଼ା ବେପାର ଇତିହାସ: ୨୦୧୨ରେ ଆନ୍ଧ୍ରପ୍ରଦେଶଠାରୁ ଭିନ୍ନ ହୋଇ ତେଲେଙ୍ଗାନା ଏକ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ ୨୦୧୪ରେ ପ୍ରଥମ ନିର୍ବାଚନ ହୋଇଥିଲା । ଏହି ପ୍ରଥମ ନିର୍ବାଚନରେ କେସିଆର୍‌ଙ୍କ ଟିଆର୍‌ଏସ୍‌ (ଏବେର ବିଆର୍‌ଏସ୍‌) ୬୩ ସିଟ୍‌ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଏହା ସତ୍ତ୍ବେ ଘୋଡ଼ା ବେପାର ଦେଖିବାକୁ ମିଳିଥିଲା । ତେଲୁଗୁ ଦେଶମ ପାର୍ଟିର ୧୨ ଜଣ ବିଧାୟକ, କଂଗ୍ରେସର ୮ ଜଣ ବିଧାୟକ, YSRCPରୁ ଦୁଇ ଜଣ ବିଧାୟକ, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଦୁଇ ଜଣ ବିଧାୟକ ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ଜଣେ ବିଧାୟକଙ୍କ ସମେତ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଘୋଡ଼ା ବେପାର ମାଧ୍ୟମରେ ନିଜ ନିଜ ଦଳ ଛାଡ଼ି କେସିଆର୍‌ଙ୍କ ଟିଆର୍‌ଏସ୍‌ରେ ଯୋଗ ଦେଇଥିଲେ । ଏହାପରେ ୨୦୧୮ ନିର୍ବାଚନରେ ୧୧୯ ସିଟ୍‌ରୁ ୮୮ ସିଟ୍‌ ପାଇ ୨ୟ ଥର ପାଇଁ କ୍ଷମତାକୁ ଫେରିଥିଲା ବିଆର୍‌ଏସ୍‌ । ଏହା ସତ୍ତ୍ବେ ଘୋଡ଼ା ବେପାରର କୌଣସି ସୁଯୋଗ ହାତଛଡ଼ା କରିନଥିଲେ କେସିଆର୍‌ । କଂଗ୍ରେସରୁ ଜିତିଥିବା ୧୯ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକଙ୍କୁ ନିଜ ପାର୍ଟିରେ ସାମିଲ କରାଇଥିଲେ । ଏହା ସହିତ ଜଣେ ଟିଡିପି ଓ ଜଣେ ସ୍ବାଧୀନ ବିଧାୟକଙ୍କୁ ମଧ୍ୟ ସେ ବିଆର୍‌ଏସ୍‌ରେ ସାମିଲ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.