ETV Bharat / bharat

ହନିଟ୍ରାପର ଶିକାର ହେଲେ ଭାରତୀୟ ସେନା ମେଜର, ଥାନାରେ ଏତଲା - ARMY OFFICER POSTED IN LUCKNOW FALLS IN HONEYTRAP

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲେ ଭାରତୀୟ ସେନାର ମେଜର । ହନିଟ୍ରାପ୍‌ର ଶିକାର ହେବା ପରେ ଥାନାରେ କଲେ ଅଭିଯୋଗ । ଅଧିକ ପଢନ୍ତୁ

TELANGANA ARMY OFFICER POSTED IN LUCKNOW FALLS IN HONEYTRAP PROBE BEGINS
ହନିଟ୍ରାପର ଶିକାର ହେଲ ଭାରତୀୟ ସେନାର ମେଜର
author img

By

Published : Dec 16, 2022, 3:34 PM IST

Updated : Dec 17, 2022, 10:31 AM IST

ଲକ୍ଷ୍ନୌ: ହନିଟ୍ରାପର ଶିକାର ହେଲେ ଭାରାତୀୟ ସେନାର ମେଜର(Army major falls for honey trap in lucknow) । ପ୍ରଥମେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ଆରମ୍ଭ କରିବା ପରେ ଉଭୟଙ୍କ ମଧ୍ୟରେ ବଢିଥିଲା ସମ୍ପର୍କ । ହନିଟ୍ରାପରେ ଫସିଯାଇ ଅନେକ ବ୍ୟକ୍ତିଗତ ତଥ୍ୟ ଦେଇଥିଲେ ମେଜର । ଶେଷରେ ଯୁବତୀ ଜଣଙ୍କ ବ୍ଲାକମେଲ କରି ଟଙ୍କା ମାଗିବା ଆରମ୍ଭ କରି ଦେଇଥିଲେ । ଟଙ୍କା ଦେବାକୁ ମନା କରିବାରୁ ମହିଳା ବନ୍ଧୁ ମେଜରଙ୍କ ସହ ଥିବା ବ୍ୟକ୍ତିଗତ କଥାବାର୍ତ୍ତା ବିଷୟରେ ଭାରତୀୟ ସେନାର ଅଫିସିଆଲ୍ ମେଲ୍ ଆଇଡି ଏବଂ ଅନ୍ୟ କେତେକ ଲୋକଙ୍କୁ ପଠାଇଥିଲେ । ଏନେଇ ମେଜର ଲକ୍ଷ୍ନୌ କ୍ୟାଣ୍ଟ ପୋଲିସ ଷ୍ଟେସନରେ ଏକ ମାମଲା ଦାଖଲ କରିଛନ୍ତି । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ ହୋଇଛି । ସେନାର ଉଚ୍ଚ ପଦାଧିକାରୀମାନଙ୍କୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ସୋସିଆଲ ମଡିଆରେ ଆରମ୍ଭ ହୋଇଥିଲା ବନ୍ଧୁତା

ତେଲେଙ୍ଗାନାର ବାଚପାଲେ ଅଞ୍ଚଳର ବାସିନ୍ଦା ଲକ୍ଷ୍ନୌ ଜୋନ୍‌ରେ ଭାରତୀୟ ସେନାର ମେଜର ଭାବେ ନିୟୋଜିତ ଅଛନ୍ତି । ୨୦୨୦ରେ ସେ NEET PG ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସୋସିଆଲ ମିଡିଆରେ ସାକ୍ଷୀ ବା ଚନ୍ଦନା ଜୈନ ନାମକ ଜଣେ ଯୁବତୀ ତାଙ୍କ ସହ କଥା ହୋଇଥିଲେ । ଏହାପରେ ଦୁହେଁ ଦୁହିଁଙ୍କୁ ନିଜର ପରିଚୟ ଦେଇଥିଲେ । ସମ୍ପର୍କ ନିବିଡ ହେବା ପରେ ମେଜର NEET ପାଇଁ ପ୍ରସ୍ତୁତ ହେଉଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ଯୁବତୀ ଜଣଙ୍କ ନ୍ୟାସନାଲ ଏଜୁକେସନ୍ ବୋର୍ଡର କିଛି ଅଧିକାରୀଙ୍କୁ ଜାଣିଥିବା କଥା କହିଥିଲେ । ସେମାନଙ୍କୁ କହି ପରୀକ୍ଷାରେ ଭଲ ସ୍କୋର୍‌ କରାଇଦେବେ ବୋଲି ମେଜର୍‌ଙ୍କୁ କହିଥିଲେ । କିନ୍ତୁ ଏଥିରେ ମେଜର ଅରାଜି ହୋଇ କଥା ବାର୍ତ୍ତା ବନ୍ଦ କରିଦେଇଥିଲେ ।

ମହିଳାଙ୍କ ଠାରୁ ଗୋପନୀୟ ତଥ୍ୟ ହାସଲ କରିଥିଲେ ଯୁବତୀ

ମେଜରଙ୍କ କହିବା ମୁତାବକ, ପ୍ରଥମେ ମହିଳାଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ଆରମ୍ଭ ହେଲା । ଏହାପରେ ଫୋନରେ ବାର୍ତ୍ତାଳପ ଆରମ୍ଭ ହୋଇଥିଲା । ସମ୍ପର୍କ ନିବିଡ ହେବାରୁ ମେଜର ତାଙ୍କ ପରିବାର ବିଷୟରେ ମଧ୍ୟ କହିଥିଲେ । ମେଜର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡପତ୍ର ମାମଲା ଚାଲିଥିବା କଥା କହିଥିଲେ। ଏଣୁ ସମ୍ପର୍କ ବନ୍ଧୁତାରେ ସୀମିତ ରଖିବାକୁ କହିଥିଲେ । ଏଥିସହ ଅନେକ ବ୍ୟକ୍ତିଗତ ଓ ଚାକିରି ସମ୍ବନ୍ଧୀୟ କଥା ମଧ୍ୟ ସେ ଯୁବତୀଙ୍କୁ କହିଥିଲେ । ଏହାର କିଛି ଦିନ ପରେ ସାକ୍ଷୀ ଟଙ୍କା ମାଗିବା ଆରମ୍ଭ କରିଥିଲେ । କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ମେଜରଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ ।

ମେଜରଙ୍କୁ ଯୁବତୀ କହିଥିଲେ ଦେଶଦ୍ରୋହୀ

ଏହାକୁ ନେଇ ମେଜର କହିଛନ୍ତି, "ଯେତେବେଳେ ମୁଁ ଯୁବତୀଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିଥିଲି, ସେତେବେଳେ ସେ ଅନ୍ୟ ଏକ ନାମରେ ଫେକ୍‌ ମେଲ୍‌ ଆଇଡି ଖୋଲି କିଛି ଗୁପ୍ତ ତଥ୍ୟ ସମସ୍ତଙ୍କୁ ପଠାଇବା ଆରମ୍ଭ କରିଥିଲା । ମୁଁ ଜଣେ ଦେଶଦ୍ରୋହୀ ଏବଂ ସୋସିଆଲ ମିଡିଆରେ ଜଣେ ମହିଳା ବନ୍ଧୁଙ୍କ ସହ ଭାରତୀୟ ସେନା ତଥା ସୁରକ୍ଷା ସମ୍ବନ୍ଧୀୟ ଅନେକ ତଥ୍ୟ ସେୟାର କରିଥିବା ନେଇ ବଦାନାମ କରିବାକୁ ଚେଷ୍ଟା କରିଥିଲେ । ଏଥିସହ ମୋ ଉପରେ ୮୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ମଧ୍ୟ କରାଯାଇଥିଲା । ଏନେଇ ମୁଁ କ୍ୟାଣ୍ଟ ପୋଲିସ ଷ୍ଟେସନରେ ଜଣାଇବା ପରେ ବୁଧବାର ଦିନ କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।"

Last Updated : Dec 17, 2022, 10:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.