ETV Bharat / bharat

DMK ସାଂସଦଙ୍କ ବିବାଦୀୟ ମନ୍ତବ୍ୟ: ନିନ୍ଦା କଲେ ତେଜସ୍ବୀ, କଂଗ୍ରେସକୁ ଜବାବ ମାଗିଲା ବିଜେପି - ବିହାର ରାଜନୀତି

Tejashwi Yadav reacts to DMK MP remark: DMK ସାଂସଦ ଦୟାନିଧି ମାରନଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କଲେ ତେଜସ୍ବୀ ଯାଦବ । ଭିଡିଓ ସେୟାର କରି କଂଗ୍ରେସ ଓ ନୀତିଶଙ୍କଠାରୁ ଜବାବ ମାଗିଲା ବିଜେପି । ଅଧିକ ପଢ଼ନ୍ତୁ

DMK ସାଂସଦଙ୍କ ଶୌଚାଳୟ ସଫେଇ ମନ୍ତବ୍ୟ: ନିନ୍ଦା କଲେ ତେଜସ୍ବୀ, କଂଗ୍ରେସକୁ ଜବାବ ମାଗିଲା ବିଜେପି

author img

By ETV Bharat Odisha Team

Published : Dec 24, 2023, 6:30 PM IST

ପାଟନା: ବିବାଦ ମଧ୍ୟକୁ କ୍ରମାଗତ ଆସିବାରେ ଲାଗିଛନ୍ତି ଜଣେ ପରେ ଜଣେ ତାମିଲ ରାଜନେତା । ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ବିବାଦ ଥମିନଥିବା ବେଳେ ଏବେ ଶାସକ ଡିଏମକେର ଆଉ ଜଣେ ବରିଷ୍ଠ ନେତା ତଥା ସାଂସଦ ଦୟାନିଧି ମାରନଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଦୟାନିଧି ବିହାର ଓ ଉତ୍ତର ଭାରତୀୟଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ବିହାରର ଶ୍ରମିକମାନେ ତାମିଲନାଡୁରେ ରାସ୍ତା ଓ ଶୌଚାଳୟ ସଫେଇ କରନ୍ତି ବୋଲି ସେ କହିଥିବା ଅଭିଯୋଗ ହୋଇଛି । ହେଲେ ଭାଇରାଲ ହେଉଥିବା ସାଂସଦ ଦାୟିନିଧିଙ୍କ ଏହି ଭିଡିଓକୁ ଏକ ପୁରୁଣା ଭିଡିଓ ବୋଲି ଦଳ ଡିଏମକେ କହିଛି । ଏହାକୁ ଏବେ ଭାରତୀୟ ଜନତା ପାର୍ଟି ଦ୍ବାରା ଭାଇରାଲ କରାଯାଉଥିବା ଅଭିଯୋଗ କରିଛି ଡିଏମକେ ।

  • I.N.D.I Alliance leader and DMK MP Dayanidhi Maran says Hindi speakers from UP and Bihar come and clean toilets in TN.
    Rahul Gandhi and Nitish Kumar must clarify, if this is the stated position of the Congress and JDU too.
    I.N.D.I Alliance’s divisive agenda is out in full force… pic.twitter.com/i4wwLbYisW

    — Amit Malviya (@amitmalviya) December 24, 2023 " class="align-text-top noRightClick twitterSection" data=" ">

ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ । କରୁଣାନିଧିଙ୍କ ଦ୍ବାରା ପ୍ରତିଷ୍ଠିତ ଡିଏମ୍‌କେ ଦଳ ସାମାଜିକ ସମାନତାର ବିଚାରଧାରାରେ ବିଶ୍ବାସ କରୁଥିବା ବେଳେ ଦଳର ଜଣେ ବରିଷ୍ଠ ନେତାଙ୍କ ଏପରି ମନ୍ତବ୍ୟ ଅତି ନିନ୍ଦନୀୟ । ଆମ ରାଜ୍ୟରୁ ଯାଉଥିବା ଲୋକମାନେ ସେଠାରେ କାର୍ଯ୍ୟ ନକଲେ ସେହି ରାଜ୍ୟମାନେ ସମସ୍ୟାର ସମ୍ମୁଖୀନ ହେବେ । ଆମର ଦେଶ ଗୋଟିଏ । ସବୁ ରାଜ୍ୟର ଲୋକେ ସବୁ ରାଜ୍ୟକୁ ଯାଇପାରିବେ, ଏକଥା ସାଂସଦ ଦୟାନିଧି ମନେ ରଖିବା ଉଚିତ । ଆମେ ସମସ୍ତ ରାଜ୍ୟର ଅଧିବାସୀଙ୍କୁ ସମ୍ମାନ ଦେବା ଉଚିତ ବୋଲି ତେଜସ୍ବୀ କହିଛନ୍ତି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାଂସଦ ଦୟାନିଧି ତାମିଲ ଭାଷାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି । ସେ ନିଯୁକ୍ତି ପ୍ରସଙ୍ଗରେ ଉତ୍ତର ଓ ଦକ୍ଷିଣ ଭାରତକୁ ତୂଳନା କରିବାକୁ ପ୍ରୟାସ କରିବାକୁ ଯାଇ ଏପରି ମନ୍ତବ୍ୟ ଦେଇଛନ୍ତି । ତାମିଲନାଡୁର ଯୁବପିଢି ଇଂରାଜୀ ପଢୁଥିବାରୁ ସେମାନେ ଆଇଟି କମ୍ପାନୀ ଓ ଅନ୍ୟ ପ୍ରତିଷ୍ଠିତ ସଂସ୍ଥାରେ ଭଲ ବେତନରେ କାମ କରିବାର ଅବସର ପାଉଛନ୍ତି । ହେଲେ ହିନ୍ଦୀ ପଢ଼ୁଥିବା ବିହାରର ଯୁବକ ବିଲ୍ଡିଂ ନିର୍ମାଣ କାମରେ ନିୟୋଜିତ ହେଉଛନ୍ତି । ବିହାରୀ ଶ୍ରମିକମାନେ ତାମିଲନାଡୁରେ ରାସ୍ତା ଓ ଶୌଚାଳୟ ସଫେଇ କାମରେ ନିୟୋଜିତ ହୋଉଛନ୍ତି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 4 ଶହୀଦଙ୍କୁ ଶେଷ ସମ୍ମାନ ଦେଲା ସେନା, ଦେଖନ୍ତୁ ଭିଡିଓ

ତେବେ ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ମାସ ଥିବା ବେଳେ ଏହି ପ୍ରସଙ୍ଗରେ ସିଧା କଂଗ୍ରେସ ଓ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ସମାଲୋଚନା କରିଛି ବିଜେପି । କାରଣ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେ ଏକ ପ୍ରମୁଖ ସହଯୋଗୀ ଦଳ । ତେଣୁ ଏହି ଉତ୍ତର ପ୍ରଦେଶ ଓ ବିହାରବାସୀଙ୍କ ବିରୋଧରେ ଏହି ବିବାଦୀୟ ମନ୍ତବ୍ୟର ସ୍ପଷ୍ଟୀକରଣ କଂଗ୍ରେସ ଓ ନୀତିଶ କୁମାର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ । ଏହାସହ ଅମିତ ମାଲବ୍ୟ, ସାଂସଦ ଦୟାନିଧିଙ୍କର ସେହି ମନ୍ତବ୍ୟ ସମ୍ପର୍କିତ ଏକ ଭିଡିଓ କ୍ଲିପ୍‌ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି । ହେଲେ ଏ ସମ୍ପର୍କରେ ସଂସାଦ ଦୟାନିଧିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସନି । ଏହି ଭାଇରାଲ ଭିଡିଓର ସତ୍ୟତା ମଧ୍ୟ ‘ଇଟିଭି ଭାରତ’ ସ୍ପଷ୍ଟ କରୁନାହିଁ । କେବଳ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆଧାରରେ ଏହି ଖବର ପ୍ରସାରିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.