ମୁମ୍ବାଇ: ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜୁରାଟ ATS ଟିମ । ଆଜି ଗୁଜୁରାଟ ATSର ଟିମ ମୁମ୍ବାଇରେ ତିସ୍ତାଙ୍କୁ ତାଙ୍କ ବାସଭବନରେ ଅଟକ ରଖି ପଚରାଉଚରା କରିଥିଲା । କିଛି ସମୟର ଅଟକ ପରେ ତାଙ୍କୁ ଗିରଫ କରାଯାଇ ସ୍ଥାନୀୟ ସାନ୍ତାକ୍ରୁଜ ଥାନାକୁ ନିଆଯାଇଛି । ସେ ଚଳାଉଥିବା NGOରେ ବିଦେଶୀ ପାଣ୍ଠି ସମ୍ପର୍କିତ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।
-
Gujarat ATS team reaches Teesta Setalvad's residence in Mumbai related to a case on her NGO pic.twitter.com/N2hkuqPG00
— ANI (@ANI) June 25, 2022 " class="align-text-top noRightClick twitterSection" data="
">Gujarat ATS team reaches Teesta Setalvad's residence in Mumbai related to a case on her NGO pic.twitter.com/N2hkuqPG00
— ANI (@ANI) June 25, 2022Gujarat ATS team reaches Teesta Setalvad's residence in Mumbai related to a case on her NGO pic.twitter.com/N2hkuqPG00
— ANI (@ANI) June 25, 2022
ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଧ୍ରା ମାମଲାରେ କ୍ଲିନଚିଟ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦାଖଲ ହୋଇଥିବା ମାମଲା ଖାରଜ ହେବାର ଗୋଟିଏ ଦିନ ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଛି ଗୁଜୁରାଟ ଏଟିଏସ । ତିସ୍ତାଙ୍କ ଦ୍ବାରା ପରିଚାଳିତ NGO ସଂସ୍ଥା ସହାୟତା ଆକାରରେ ବିଦେଶୀ ପାଣ୍ଠି ଗ୍ରହଣ କରିଥିବା ଅଭିଯୋଗରେ ଆଜି ତାଙ୍କ ବାସଭବନରେ ଚଢାଉ କରିଥିଲା ଏଟିଏସ । କିଛି ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ଖବର ସରବରାହ ସଂସ୍ଥା ANI କୁ ଦେଇଥିବା ସାକ୍ଷାତକାରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣା ଉଲ୍ଲେଖ କରିଥିଲେ । ତିସ୍ତା ଚଳାଉଥିବା NGO ଦ୍ବାରା ଗୋଧ୍ରା ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଥିବା କହିଥିଲେ ଗୃହମନ୍ତ୍ରୀ ଶାହ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ