ETV Bharat / bharat

ନାବାଳିକା ସହାୟିକାକୁ ତାଲିବାନୀ ନିର୍ଯାତନା, ଅକଥନୀୟ ଅତ୍ୟାଚାର ସହ କରୁଥିଲେ ଅଶ୍ଲୀଳ ଭିଡିଓ - ଚଣ୍ଡିଗଡରେ ନାବାଳିକାକୁ ଦୁର୍ବ୍ୟବହାର

Gurugram Horror: ଚଣ୍ଡିଗଡର ଗୁରୁଗ୍ରାମରେ ୧୩ ବର୍ଷୀୟା ଝିଅକୁ ଘରୋଇ ସହାୟିକା ଭାବେ ରଖି ତାକୁ ଶାରୀରିକ ନିର୍ଯାତନା । ଅଧିକ ପଢନ୍ତୁ

inhuman torture of minor domestic help
inhuman torture of minor domestic help
author img

By ETV Bharat Odisha Team

Published : Dec 10, 2023, 3:19 PM IST

ନୂଆଦିଲ୍ଲୀ: ନାବାଳିକା ଘରୋଇ ସହାୟିକାଙ୍କ ସହ ଅମାନବୀୟ ଅତ୍ୟାଚାର । ୧୩ ବର୍ଷୀୟା ଝିଅକୁ ଘରୋଇ ସହାୟିକା ଭାବେ ରଖି ତାକୁ ଶାରୀରିକ ନିର୍ଯାତନା । ନାବାଳିକାଙ୍କୁ ମାଡ ମାରିବା ଏବଂ ଦୁର୍ବ୍ୟବହାର ସହ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଅଭିଯୁକ୍ତ ମହିଳା ଓ ତାଙ୍କର ଦୁଇ ପୁଅଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିଛି । ଏପରି ଏକ ଅଭାବନୀୟ ଘଟଣା ଗୁରୁଗ୍ରାମରୁ ସାମ୍ନାକୁ ଆସିଛି ।

ଗୁରୁଗ୍ରାମରେ 13 ବର୍ଷୀୟ ନାବାଳିକା ଶଶୀ ଶର୍ମା ନାମକ ଜଣେ ମହିଳାଙ୍କ ଘରେ ଘରୋଇ ସହାୟିକା ଭାବରେ କାମ କରୁଥିଲେ । ସେଠାରେ ଘରର ମାଲିକାଣୀ ତାଙ୍କୁ ବାରମ୍ବାର ଲୁହା ବାଡିରେ ମାଡ ମାରିବା ବେଳେ ତାଙ୍କର ଦୁଇ ପୁଅ ନାବାଳିକାଙ୍କୁ ଦୁର୍ବ୍ୟବହାର କରି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ । ଏଥିସହ ନାବାଳିକାଙ୍କ ୪୮ ଘଣ୍ଟାକୁ ଥରେ ଖାଇବାକୁ ଦିଆଯାଉଥିଲା ଏବଂ ପାଟି ନ ଖୋଲିବା ପାଇଁ ତାଙ୍କ ପାଟି ବାନ୍ଧି ଦେଇଥିଲେ । ନାବାଳିକାଙ୍କ ହାତରେ ଏସିଡ୍‌ ଢାଳି ଯଦି ସେ ଏହି ଅସୁବିଧାକୁ କାହାକୁ ପ୍ରକାଶ କରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ । ଏହାରି ମଧ୍ୟରେ ଗତକାଲି ପୀଡିତାଙ୍କ ମାଆ ତାଙ୍କୁ ଦେଖା କରିବାକୁ ଯାଇଥିବା ସମୟରେ ସମସ୍ତ ଘଟଣା ବିଷୟରେ ଜାଣିପାରି ଥାନାରେ ଅଭିଯୋଗ କରିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ- Assam: ନାବାଳିକା ସହାୟିକାକୁ ଅମାନବୀୟ ନିର୍ଯାତନା, ସେନାଧିକାରୀ ଓ ପତ୍ନୀ ଗିରଫ

ତେବେ ପୀଡିତାଙ୍କ ମାଆ ବିହାରର ବାସିନ୍ଦା ହୋଇଥିବା ବେଳେ ଜୁନ୍ 27ରେ ଜଣେ ଗାଡି ସଫା କରୁଥିବା ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ଝିଅ ପାଇଁ ଏହି ଚାକିରି ବୁଝି ଦେଇଥିଲେ । ନାବାଳିକାକୁ ରହିବା ଏବଂ ମାସିକ 9,000 ଟଙ୍କା ଦରମା ଦିଆଯିବାକୁ ପ୍ରତିଶୃତି ଦିଆଯାଇଥିଲା । ଏନେଇ ପୀଡିତାଙ୍କ ମାଆ କହିଛନ୍ତି ଯେ, "ମୁଁ ମୋ ଝିଅକୁ ଅନେକ ଥର ଭେଟିବାକୁ ଯାଇଥିଲି । କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ କିମ୍ବା ଫୋନରେ କଥାବାର୍ତ୍ତା କରିବାକୁ ଅନୁମତି ଦେଉ ନ ଥିଲେ ଘରର ମାଲିକ ।" ଏହି ଅଭିଯୋଗରେ ଶଶି ଶର୍ମା ଏବଂ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ପୋକସୋ ଆକ୍ଟ ଧାରା 10 ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା 75 ଅନୁଯାୟୀ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.