ETV Bharat / bharat

ଉତ୍ତରପ୍ରଦେଶର 6 ହଜାର କେନ୍ଦ୍ରରେ ଚାଲିଛି ‘ଟିକା ଉତ୍ସବ’, ଟିକା ନେବାକୁ ଅପିଲ କଲେ ଯୋଗୀ

author img

By

Published : Apr 11, 2021, 4:39 PM IST

ଦେଶବ୍ୟାପୀ ଆରମ୍ଭ ହୋଇଛି ‘ଟିକା ଉତ୍ସବ’। କଣ ରହିଛି ଉତ୍ତର ପ୍ରଦେଶରେ ବ୍ୟବସ୍ଥା, ଅଧିକ ପଢନ୍ତୁ...

ଉତ୍ତର ପ୍ରଦେଶର 6 ହଜାର କେନ୍ଦ୍ରରେ ଚାଲିଛି ‘ଟିକା ଉତ୍ସବ’ , ଟିକା ନେବାକୁ ଅପିଲ କଲେ ଯୋଗୀ

ଲକ୍ଷ୍ନୌ : ଦେଶରେ ଟୀକାକରଣ ଅଭିଯାନକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ଦେଶ ବ୍ୟାପୀ ଆରମ୍ଭ କରିଛନ୍ତି ‘ଟିକା ଉତ୍ସବ’ । ଏହି କ୍ରମରେ ଉତ୍ତର ପ୍ରଦେଶର 6000 ହଜାର କେନ୍ଦ୍ରରେ ଟୀକାକରଣ ଚାଲିଛି । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଏହାସହ ଯୋଗ୍ଯ ବ୍ୟକ୍ତିମାନେ ଦ୍ବନ୍ଦମୁକ୍ତ ଭାବେ ଟୀକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମଧ୍ୟ କିଛି ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । 4 ଦିନିଆ ଟୀକାକରଣ ଉତ୍ସବରେ 45 ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ଗ୍ରହଣ କରିପାରିବେ । ତେବେ ଏନେଇ ମାପଦଣ୍ଡ ପୂରଣ କରୁଥିବା ବ୍ୟକ୍ତି ବିଶେଷମାନେ ନିକଟସ୍ଥ ଟୀକାକରଣ କେନ୍ଦ୍ରରେ ପଞ୍ଜିକରଣ କରିପାରିବା ନେଇ ବ୍ୟବସ୍ଥା ହୋଇଛି।

ଆଜିଠୁ ଆରମ୍ଭ ହୋଇଥିବା ‘ଟିକା ଉତ୍ସବ’ ଆସନ୍ତା 4 ଦିନ ଅର୍ଥାତ 14 ତାରିଖ ଯାଏଁ ଚାଲିବ । ଏହି ଟୀକାକରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ 4ଟି ଅନୁରୋଧ କରିଛନ୍ତି । କୋଭିଡ ଗାଇଡ ଲାଇନ ଅନୁପାଳନ କରିବା ସଂକ୍ରମିତ ହୋଇଥିବା ଅନ୍ୟକୁ ସାହାଯ୍ୟ କରିବା, ମାସ୍କ ପିନ୍ଧିବା ସହ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଭଳି କିଛି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.