ETV Bharat / bharat

ଆଜିଠୁ ଚାରି ଦିନିଆ ଟିକା ଉତ୍ସବ

ଆଜିଠୁ 14 ତାରିଖ ପର୍ଯ୍ୟନ୍ତ ଦେଶରେ ଟିକା ଉତ୍ସବ ପାଳନ ହେବ । ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ହେଲେ ଅଧିକରୁ ଅଧିକ ଟିକା ପ୍ରଦାନ କରିବା । ଅଧିକ ପଢନ୍ତୁ...

ଚାରି ଦିନିଆ ଟିକା ଉତ୍ସବ
ଚାରି ଦିନିଆ ଟିକା ଉତ୍ସବ
author img

By

Published : Apr 11, 2021, 10:13 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଦିନକୁ ଦିନ ରେର୍କଡ ସୃଷ୍ଚି କରୁଛି । ଏ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ । ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିଠାରୁ 14 ତାରିଖ ପର୍ଯ୍ୟନ୍ତ ଦେଶରେ ଟିକା ଉତ୍ସବ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ଟିକା ଉତ୍ସବ ମାଧ୍ୟମରେ ଦେଶରେ 45 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଟୀକାକରଣ କରାଯିବ । ଏହି ଉତ୍ସବର ଉଦ୍ଦେଶ୍ୟ ହେଲା ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରିବା । ଟିକା ଉତ୍ସବ ଜରିଆରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରେ ଯୋଗ୍ୟ ଲୋକଙ୍କୁ ଟିକା ଦେବା । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବହୁ ସଂଖ୍ୟାରେ ଟିକା ନେବାରୁ ଅନୁରୋଧ କରିଛନ୍ତି ।

ଭାରତରେ 85ଦିନରେ 10 କୋଟି ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି ବୋଲି ଶନିବାର କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଭାରତ ସବୁଠୁ ଶୀଘ୍ର ଟୀକାକରଣ ଅଭିଯାନ କରୁଥିବା ଦେଶ ହୋଇଛି । ଆମେରିକାକୁ 10କୋଟି ଲୋକଙ୍କୁ ଟିକା ଦେବାକୁ 89ଦିନ ଲାଗିଥିଲା ଏବଂ ଚୀନକୁ 102ଦିନ ଲାଗିଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆମକୁ ବିଶ୍ବାସ ଅଛି ଏହି ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କୁ ଟିକା ପ୍ରଦାନ କରାଯାଇ ପାରିବ । ଟିକା ଯେପରି ବର୍ବାଦ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଦରକାର । ଯଦି ଏହି ଚାରିଦିନିଆ ଟିକା ଉତ୍ସବରେ ଟିକା ବର୍ବାଦ ନ ହୁଏ ତେବେ ଏଥିରେ ଆମ ଟୀକାକରଣର କ୍ଷମତା ବଢିବ ବୋଲି କହିଛନ୍ତି ମୋଦି । ଟିକାର ଅଭାବ ନେଇ କିଛି ରାଜ୍ୟ ପ୍ରଶ୍ନ ଉଠାଇଥିଲାବେଳେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉ କି, ସାରା ଦେଶରେ ଜାନୁଆରୀ 16ରୁ କୋରୋନା ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଛି । ଏହା ପରେ ମାର୍ଚ୍ଚ 1ରୁ ଦେଶର ବରିଷ୍ଠ ନାଗରିକଙ୍କୁ ଟୀକାକରଣ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.