ETV Bharat / bharat

Teddy Day 2023: ସମ୍ପର୍କକୁ ମଜଭୁତ କରିଥାଏ ଟେଡି ବିୟର

ଆରମ୍ଭ ହୋଇଯାଇଛି ପ୍ରେମର ଋତୁ । ରୋଜ ଡେ ଠାରୁ ଆରମ୍ଭ ହୋଇଥିବା ପ୍ରେମର ସପ୍ତାହରେ ଆଜି ହେଉଛି ଚତୁର୍ଥ ଦିବସ । ଆଜିର ଦିନରେ ଟେଡି ବିୟର ଦେଇ ମନ କଥା କହିବେ ପ୍ରେମୀ ଯୁଗଳ । ଅଧିକ ପଢନ୍ତୁ

author img

By

Published : Feb 10, 2023, 8:51 AM IST

Updated : Feb 10, 2023, 8:58 AM IST

happy teddy day
happy teddy day

ହାଇଦ୍ରାବାଦ: ପ୍ରେମ...ଏହାକୁ ନେଇ କେତେ କାହାଣୀ କେତେ କବିତା । ଭିନ୍ନ ଲୋକଙ୍କ ମତରେ ଏହା ସଂଜ୍ଞା ମଧ୍ୟ ଭିନ୍ନ ଭିନ୍ନ । ପ୍ରେମ ଶାଶ୍ବତ ,ଚିରନ୍ତନ ଓ ସତ୍ୟ । ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ ସମ୍ପର୍କ । ଆଉ ପ୍ରେମର ସପ୍ତାହରେ ନିଜର ମନର କଥାକୁ ପରିପ୍ରକାଶ କରିଥାନ୍ତି ପ୍ରେମ ପକ୍ଷୀ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ପ୍ରେମର ଋତୁ ବା ଭାଲେଣ୍ଟାଇନ ସପ୍ତାହ । ରୋଜ ଡେ ଠାରୁ ଆରମ୍ଭ ହୋଇଥିବା ପ୍ରେମର ସପ୍ତାହରେ ଡେ ପରେ ଡେ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ରୋଜ ଡେରେ ପ୍ରେମ ଆଭାସ, ପ୍ରପୋଜ ଡେରେ ପ୍ରେମ ନିବେଦନ ଓ ଚକୋଲେଟ ଡେ ପରେ ଆଜି ହେଉଛି ଟେଡି ଡେ ।

ପ୍ରେମର ସପ୍ତାହର ତୃତୀୟ ଦିନ ମିଠା ମିଠାରେ ଶେଷ ହୋଇଥିବା ବେଳେ ଆଜି ପରସ୍ପରକୁ ଟେଡି ଦିଆ ନିଆ ହେବେ ପ୍ରେମୀ ଯୁଗଳ । ମନର ମଣିଷ ସହ ସମ୍ପର୍କକୁ ସୁଦୃଢ କରିବାକୁ ଟେଡି ଡେ ଏକ ମାଧ୍ୟମ ଯେପରି । ଏହି ଟେଡି ଉପହାରକୁ ପାଇବା ପରେ ଏହାକୁ ଜୀବନ ସାରା ସାଇତି ରଖିଥାନ୍ତି ପ୍ରେମୀ ଯୁଗଳ । ଖାସ୍‌କରି ଝିଅ ମାନଙ୍କୁ ଟେଡି ବିଅର ଅଧିକ ପସନ୍ଦ ଥାଏ । କିନ୍ତୁ ଆଜିର ଦିନରେ ପରସ୍ପରକୁ ଟେଡି ଗିପ୍ଟ କରିଥାନ୍ତି ଯୁବକ ଓ ଯୁବତୀ । ମନର ମଣିଷକୁ ଟେଡି ଟିଏ ଦେଇ ପରସ୍ପର ମଧ୍ୟରେ ସଂପର୍କକୁ ଗାଢ଼ କରିଥାନ୍ତି ।

ଯୁବପିଢିଙ୍କ ଚାହିଦାକୁ ନେଇ ବଜାରରେ ବିଭିନ୍ନ ପ୍ରକାରର ଟେଡି ବିକ୍ରି କରାଯାଉଛି । ସାଥୀର ମନକୁ ଛୁଇଁଲା ପରି ଟେଡି ବିୟର, ହାର୍ଟସେପ ଟେଡି, ଫ୍ରି ଟେଡି ଷ୍ଟିକ, ଟେଡି ବାକ୍ସ, ଟେଡି ରୋଜ, ଟେଡି ବୁକେ ଦି ବଜାରରେ ଉପଲବ୍ଧ ରହିଛି । ଏହାକୁ କିଣିବାପରେ ଏଥିରେ ମନ କଥା ଲେଖି ମନର ମଣିଷକୁ ଉପହାର ଦିଆଯାଇଥାଏ । ଏହି ଉପହାର ପ୍ରେମର ଗାଡିକୁ ଆଗକୁ ନେବାରେ ବେସ ସହାୟକ ହୋଇଥାଏ।

ଟେଡି ଦୋକାନରେ ଯୁବପିଢିଙ୍କ ଭିଡ: ଆଜି ଟେଡି ଡେ ଥିବାରୁ ବିଭିନ୍ନ ଦୋକାନରେ ସକାଳୁ ସକାଳୁ ଭିଡ ଆରମ୍ଭ ହୋଇଯାଇଛି । ନିଜ ମନ ମଣିଷ ପାଇଁ ମନ ପସନ୍ଦର ଟେଡି କିଣୁଛନ୍ତି ପ୍ରେମୀ ଯୁଗଳ । ଛୋଟ ଟେଡି ଠାରୁ ଆରମ୍ଭ କରି ବଡ ବଡ ଟେଡି ମଧ୍ୟ ବିକ୍ରୟ କରାଯାଉଛି । ହଳଦିଆ, କମଳା, ବ୍ଲୁ ରଙ୍ଗର ଟେଡି ବିକ୍ରି ହେଉଥିବା ବେଳେ ଲାଲ ରଙ୍ଗର କିନ୍ତୁ ଅଧିକ ଚାହିଦା ରହିଛି । କାହିଁକିନା ଏହି ରଙ୍ଗ ହେଉଛି ପ୍ରେମର ପ୍ରତୀକ। ଏହି ରଙ୍ଗର ଟେଡିକୁ ମନର ମଣିଷକୁ ଦେଲେ ସମ୍ପର୍କ ମଜଭୁତ ହୋଇଥାଏ ।

Last Updated : Feb 10, 2023, 8:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.