ETV Bharat / bharat

Teddy Day2022: ପ୍ରେମ ସମ୍ପର୍କର ଡୋରକୁ ମଜଭୁତ କରିଥାଏ ଟେଡି

author img

By

Published : Feb 10, 2022, 8:51 AM IST

ପ୍ରେମୀ ଯୁଗଳଙ୍କ ପାଇଁ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ଚତୁର୍ଥ ଦିନ ହେଉଛି ଟେଡି ଡେ । ମନର ମଣିଷକୁ ଟେଡି ଟିଏ ଦେଇ ପରସ୍ପର ମଧ୍ୟରେ ସଂପର୍କକୁ ଗାଢ଼ କରିଥାନ୍ତି ପ୍ରେମୀ ଯୁଗଳ । ଅଧିକ ପଢନ୍ତୁ

Teddy Day2022: ପ୍ରେମ ସମ୍ପର୍କର ଡୋରକୁ ମଜଭୁତ କରିଥାଏ ଟେଡି
Teddy Day2022: ପ୍ରେମ ସମ୍ପର୍କର ଡୋରକୁ ମଜଭୁତ କରିଥାଏ ଟେଡି

ହାଇଦ୍ରାବାଦ: ପ୍ରେମ ଅଢେଇ ଅକ୍ଷର । ଆଉ ଏଇ ଶବ୍ଦ ଜୀବନକୁ କରିଦିଏ ରଙ୍ଗିନ । ପ୍ରେମ ସପ୍ତାହର ପ୍ରଥମ ଦିନ ଗୋଲାପ ଫୁଲ ଦିଆନିଆରୁ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ଦିନ ପ୍ରେମ ନିବେଦନରେ ଶେଷ ହୋଇଥିଲା । ସେହିପରି ତୃତୀୟ ଦିନରେ ପ୍ରେମ ପକ୍ଷୀ ଚକୋଲେଟ ଖୁଆଇ ମୁହଁ ମିଠା କରିଥିବା ବେଳେ ଆଜି ହେଉଛି ସବୁଠାରୁ କ୍ୟୁଟ ଡେ ଟେଡି ବିୟର ଡେ । ଖାସ୍‌କରି ଝିଅ ମାନଙ୍କୁ ଟେଡି ଅଧିକ ପସନ୍ଦ ଥାଏ । ଝିଅ ମାନଙ୍କୁ ଅଧିକ ପସନ୍ଦ ଥାଏ ସତ କିନ୍ତୁ ପୁଅ ମାନଙ୍କୁ ମଧ୍ୟ ଟେଡି ଗିଫ୍ଟ କରାଯାଇଥାଏ । ତେଣୁ ମନର ମଣିଷକୁ ଟେଡି ଟିଏ ଦେଇ ପରସ୍ପର ମଧ୍ୟରେ ସଂପର୍କକୁ ଗାଢ଼ କରିଥାନ୍ତି ପ୍ରେମୀ ଯୁଗଳ ।

କାସ୍‌ ମେରି ଜିନ୍ଦେଗୀ ମେଁ ଭି, ଭୋ ଖୁବସୁରତ ପଲ ଆ ଜାଏ

ମେରା ଟେଡି ମିଲତେ ହି, କିସି କୋ ମୁଝସେ ପ୍ୟାର ହୋ ଯାଏ

ପ୍ରେମୀ ଯୁଗଳଙ୍କ ପାଇଁ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ । ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଏହି ଦିନଟିକୁ କେବଳ ପ୍ରେମିକ/ପ୍ରେମିକାଙ୍କ ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟ ତଥା ଛୋଟ ପିଲାମାନେ ପାଳନ କରିଥାନ୍ତି । କାରଣ ଆଜିର ଟେଡ଼ି ହୃଦୟକୁ ଛୁଇଁବା ପରେ କାଲି ମିଳିବ ଲଙ୍ଗଟର୍ମ ପ୍ରତିଶୃତି । କଥାରେ ଅଛି ଟେଡି କୁଆଡେ ଯେତେ ଦିନ ପାଖରେ ଥିବ, ସେତେ ଦିନ ଯାଏ ପ୍ରେମ ଅକ୍ଷୁର୍ଣ୍ଣ ରହିବ ।

ତେବେ କିଛି ପ୍ରେମିକ ଓ ପ୍ରେମିକାଙ୍କ ମତରେ ଟେଡ଼ି ଜଷ୍ଟ ଏ ସିମ୍ବଲ ଅଫ୍ ଲଭ୍ । ନିଜ ସାଥୀ ପାଇଁ ମନ ପସନ୍ଦର ଟେଡ଼ି ଟିଏ ନେବା ପାଇଁ ମଲ୍, ସପିଂ କମ୍ପଲେକ୍ସରେ ବେଶ ଭିଡ଼ । ସେପଟେ କିଛି ଅଭିଭାବକଙ୍କ ମତରେ ଏହା ଆମ ସଂସ୍କୃତି ଓ ପରମ୍ପରା ନୁହେଁ । ଏହି ଟେଡି ଡେ ପାଳନ ପଛରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଓଡୋର ଟେଡି ରୁଜଭେଲ୍ଟ ଥିବା ନେଇ ବିଶ୍ବାସ କରାଯାଏ । ରୁଜଭେଲ୍ଟଙ୍କୁ ଏକ ସୁନ୍ଦର ଟେଡି ଗିଫ୍ଟ ମିଳିଥିଲା । ଯାହା ତାଙ୍କର ଏକ ଶିକାର ଯାତ୍ରା ସମୟରେ ପଶୁକୁ ହତ୍ୟା ନକରିବାକୁ ନିଷ୍ପତ୍ତିକୁ ସମ୍ମାନିତ କରାଯାଇ ଡିଜାଇନ କରାଯାଇଥିଲା ।

କେଉଁ ରଙ୍ଗର ଟେଡି କଣ ସୂଚାଇଥାଏ ଜାଣନ୍ତୁ

ଲାଲରଙ୍ଗ ହେଉଛି ପ୍ରେମର ପ୍ରତୀକ । ଲାଲ ରଙ୍ଗର ଟେଡି ଦେଲେ ପ୍ରେମ ସମ୍ପର୍କ ଆହୁରି ମଜଭୁତ ହୋଇଥୀଏ ।

ଗୋଲାପି ରଙ୍ଗର ଟେଡି ସୂଚାଏ ଯେ ଆପଣ ନିଜ ସାଥିକୁ ବହୁତ ଭଲ ପାଆନ୍ତି । ଜଣକ ବିନା ଅନ୍ୟ ଜଣେ ଯେମିତି ଅଧୁରା ।

ନୀଳ ରଙ୍ଗର ଟେଡି ପ୍ରମର ଗଭୀରତକୁ ପ୍ରତିପାଦିତ କରିଥାଏ ।

ଏଥିପାଇଁ ବଜାରରେ ଅନେକ ଡିଜାଇନ୍‌ର ଟେଡି ବିୟର ବିକ୍ରି ହୋଇଥାଏ। ପିଙ୍କ୍‌, ରେଡ୍, ମେରୁନ୍‌ ଓ ଧଳା ରଙ୍ଗ ଭଳି ବିଭିନ୍ନ ଟେଡି ବିୟର ବଜାରରେ ମିଳିଥାଏ। ଆଜିକାଲି କେତେକ ପ୍ରେମିକ-ପ୍ରେମିକା ଅନ୍‌ଲାଇନ୍‌ରେ ଟେଡି ବୁକିଂ କରି ନିଜ ପାଟର୍ନର ପାଖକୁ ପଠାଇଥାନ୍ତି। ପରସ୍ପରକୁ ଟେଡି ଉପହାର ଦେଇ ସମ୍ପର୍କକୁ ଆହୁରି ସୁଦୃଢ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.