ETV Bharat / bharat

ରନୱେରେ ଜଳିଲାନି ଲାଇଟ, ମାଙ୍ଗାଲୋର ପରିବର୍ତ୍ତେ କେରଳରେ ଅବତରଣ କଲା ବିମାନ - ରନଓ୍ବେରେ ଜଳିଲାନି ଲାଇଟ

ମାଙ୍ଗାଲୋର ବିମାନବନ୍ଦରରେ ଦେଖାଗଲା ଟେକ୍ନିକାଲ ସମସ୍ୟା । କେରଳକୁ ଗତି ପରିବର୍ତ୍ତନ କଲା ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

Technical problem on airport runway
Technical problem on airport runway
author img

By

Published : May 29, 2023, 12:41 PM IST

ବେଙ୍ଗାଲୁରୁ: ବିମାନବନ୍ଦରରେ ପାୱାରକଟ୍‌ ଯୋଗୁଁ ଜଳିଲାନି ରନୱେ ଲାଇଟ । ମାଙ୍ଗାଲୋର ବିମାନବନ୍ଦରରେ ଅବତରଣ କରିବା ପରିବର୍ତ୍ତେ କେରଳରେ ଅବତରଣ କଲା ଇଣ୍ଡିଗୋ ବିମାନ । ରନଓ୍ବେର ଟେକ୍ନିକାଲ ସମସ୍ୟା ଦେଖା ଦେବାରୁ ମୁମ୍ବାଇରୁ ମାଙ୍ଗାଲୋର ଅଭିମୁଖେ ଉଡାଣ କରିଥିବା ବିମାନକୁ କେରଳର କନ୍ନୁର ଏୟାରପୋର୍ଟକୁ ଦିଗ ପରିବର୍ତ୍ତନ କରାଯାଇଥିଲା । ତେବେ କିଛି ସମୟ ପରେ ମାଙ୍ଗାଲୋର ଏୟାରପୋର୍ଟରେ ଟେକ୍ନାକାଲ ସମସ୍ୟା ଦୂର ହୋଇଥିଲା । ଏହାପରେ ବିମାନ ଉଡାଣ ଓ ଅବତରଣ ସ୍ବାଭାବିକ ହୋଇଥିଲା ।

ତେବେ ଟେକ୍ନିକାଲ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାଙ୍ଗାଲୋର ବିମାନବନ୍ଦରରେ ବିମାନ ଅବତରଣ ଏବଂ ଉଡ଼ାଣ ସ୍ଥଗିତ ରଖାଯାଇଥିଲା । ଅଳ୍ପ ସମୟ ପରେ ସମସ୍ୟାର ସମାଧାନ ପରେ ପୁଣି ଥରେ ବିମାନ ଉଡାଣ ଓ ଅବତରଣ ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିଲା । ବାହାରିନ ଯିବାକୁ ଥିବା ଏୟାର ଇଣ୍ଡିଆ IX 789 ମଧ୍ୟ ବିଳମ୍ବ ହୋଇଥିଲା । ବର୍ତ୍ତମାନ ବିମାନବନ୍ଦର ରନୱେ ସ୍ୱାଭାବିକ ଅବସ୍ଥାକୁ ଆସିଛି । ଇଞ୍ଜିନିୟର୍ସ ମାନଙ୍କର ଏକ ଟିମ୍ ଟେକ୍ନିକାଲ ସମସ୍ୟାକୁ ଯାଞ୍ଚ କରିଥିଲେ । ଏହାପରେ ରନଓ୍ବେର ଲାଇଟ ଜଳିଥିଲା । ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିମାନବନ୍ଦର ରନୱେର ଲାଇଟ ବନ୍ଦ ରହିଥିଲା । ରବିବାର ରାତିରେ 7.30 ରୁ 9.30 ମଧ୍ୟରେ ବିମାନବନ୍ଦର ରନୱେରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି ଉତ୍ତର-ପୂର୍ବରୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ମେ 27 ତାରିଖରେ ଖରାପ ପାଗ ପାଇଁ ଦିଲ୍ଲୀ ଆସୁଥିବା ବିମାନର ଗତିପଥ ପରିବର୍ତ୍ତନ ହୋଇଥିଲା । ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁରରେ ଅବତରଣ କରିଥିଲା ଚାରୋଟି ବିମାନ । ବିଭିନ୍ନ ସହରରୁ ସକାଳେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ୪ଟି ବିମାନ ପ୍ରବଳ ବର୍ଷା ପବନ ଯୋଗୁଁ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା । ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ କେବଳ ବିମାନ ନୁହେଁ, ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା ।

ସେହିପରି ମେ 26 ତାରିଖରେ ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଭରିଥିଲା ସ୍ପାଇସ ଜେଟ ବିମାନ ବାରଣାସୀରେ ଅବତରଣ କରିଥିଲା । ଖରାପ ପାଗ ଯୋଗୁଁ ପାଟନା ପରିବର୍ତ୍ତେ ବାରାଣାସୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ସ୍ପାଇସ ଜେଟ ବିମାନ । ଫଳରେ ଗୋଟିଏ ଦିନ ପରେ ଅନ୍ୟ ଏକ ବିମାନରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ଯାତ୍ରୀ । ଯାହାକୁ ନେଇ ପାଟନା ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.