ମୁମ୍ବାଇ: କୋରୋନା ସମୟରେ ଅସୁବିଧାର ସମ୍ମୁଖିନ ହେଉଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଶିକ୍ଷକ । କୋରୋନା ରୋଗୀଙ୍କୁ ସାହାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷକରୁ ସାଜିଲେ ଡ୍ରାଇଭର । ମୁମ୍ବାଇର ଜଣେ ଶିକ୍ଷକ କୋରୋନା ରୋଗୀଙ୍କୁ ନିଜ ଘର ଓ ଡାକ୍ତରଖାନାକୁ ମାଗଣାରେ ପଠାଇବା ପାଇଁ ନିଜେ ଅଟୋ ଡ୍ରାଇଭରରେ ପରିଣତ ହୋଇଛନ୍ତି ।
ଦୟନସାଗର ବିଦ୍ୟା ମାଣ୍ଡି ସ୍କୁଲର ଇଂରାଜୀ ଶିକ୍ଷକ ଦତ୍ତ୍ରାୟା ସାଓ୍ବନ୍ତ ଗରିବା କୋରୋନା ରୋଗୀଙ୍କୁ ଘରୁ ଡାକ୍ତରଖାନାକୁ ମାଗଣାରେ ପହଞ୍ଚାଇବା ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଏପର୍ଯ୍ୟନ୍ତ 26 କୋରୋନା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସାହାର୍ଯ୍ୟ କରିସାରିଲେଣି ।
ଏନେଇ ଇଂରାଜୀ ଶିକ୍ଷକ କହିଛନ୍ତି କି ମୁଁ କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ନେବାଠୁ ଆରମ୍ଭ କରି ଡାକ୍ତରଖାନାରୁ ଡିସଚାର୍ଜ ରୋଗୀଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ମୁଁ ସାହାର୍ଯ୍ୟ କରେ ଓ ମୁଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରେ ।
ସଂକ୍ରମଣ ବୃଦ୍ଧି ହେତୁ ଲୋକଙ୍କୁ ଆମ୍ବୁଲାନ୍ସ ମିଳିବା କଷ୍ଟକର ହୋଇ ପଡୁଛି । ଠିକ୍ ସମୟରେ ଚିକିତ୍ସା ନପାଇ ଅନେକଙ୍କ ଜୀବନ ଗଲାଣି । ତେଣୁ ମୁଁ ସେହି ମାନଙ୍କୁ ସାହାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ମହାମାରୀ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ମୁଁ ଲୋକଙ୍କୁ ସେବା ଯୋଗାଇବି ବୋଲି କହିଛନ୍ତି ଇଂରାଜୀ ଶିକ୍ଷକ ଦତ୍ତ୍ରାୟା ସାଓ୍ବନ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ