ETV Bharat / bharat

ବିଶ୍ବର ସର୍ବବୃହତ ପେନ୍‌ ତିଆରି କଲେ ହିମାଚଳ ପ୍ରଦେଶର ଜଣେ ସ୍କୁଲ ଶିକ୍ଷକ

author img

By

Published : Sep 4, 2022, 3:16 PM IST

ବିରାଟକାୟ ଇଙ୍କ୍ ପେନ୍ (ink pen) ତିଆରି କରି ଚର୍ଚ୍ଚାରେ ହିମାଚଳ ସିରମୋର ଜିଲ୍ଲା ନୌରଙ୍ଗାବାଦ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୀବ ଅଟ୍ରି। ସେ ଦାବି କରିଛନ୍ତି ଯେ, ବିଶ୍ବର ଏହା ହେଉଛି ସବୁଠୁ ବିଶାଳକାୟ ଇଙ୍କ୍ ପେନ୍ ।

୨୦ ଫୁଟ ଲମ୍ବର Ink Pen ତିଆରି କଲେ ସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷାଦାନରେ ହେବ ସହାୟକ

ନାହାନ(ହିମାଚଳ ପ୍ରଦେଶ): ବିରାଟକାୟ ଇଙ୍କ୍ ପେନ୍ (Ink pen) ତିଆରି କରି ଚର୍ଚ୍ଚାରେ ହିମାଚଳ ସିରମୋର ଜିଲ୍ଲା ନୌରଙ୍ଗାବାଦ(Naurangabad) ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୀବ ଅଟ୍ରି । ସେ ଦାବି କରିଛନ୍ତି ଯେ, ବିଶ୍ବର ଏହା ହେଉଛି ସବୁଠୁ ବିଶାଳକାୟ ଇଙ୍କ୍ ପେନ୍ । ଯାହାର ଲମ୍ବ ୨୦ ଫୁଟ ଥିବାବେଳେ ଓଜନ ୪୨ କେଜି ରହିଛି । ଏ ପେନରେ ସାଉଣ୍ତ ରେକର୍ଡର ଓ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ତେବେ ଏହାକୁ ଶନିବାର ଦିନ ସ୍କଲ ପିଲାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଯାହାକୁ ନାହାନ ବିଧାୟକ ଡକ୍ଟର ରାଜୀବ ବିନ୍ଧାଲ ଉଦ୍‌ଘାଟନ କରିଛନ୍ତି ।

ତେବେ ଏ କଲମଟି ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ବେଶ ସହାୟକ ହେବ । ଯଦି ଜଣେ ଶିକ୍ଷକ ଛୁଟିରେ ରୁହନ୍ତି ତେବେ । ସେ ନିଜ ପାଠ୍ୟ ଖସଡାକୁ ମୋବାଇଲରେ ରେକର୍ଡ କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଠାଇ ପାରିବେ । ପରେ ସ୍କୁଲ କର୍ତ୍ତୃପକ୍ଷ ପଠାଯାଇଥିବା ରେର୍କଡ ଅଡିଓଟିକୁ 20 ଫୁଟିଆ ପେନ୍ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରିପାରିବେ । ପେନଟିରେ ସାଉଣ୍ତ ସେନସର (Sound Sensor) ଥିବାରୁ ପାଠ ପଢାରେ ସହାୟକ ହେବ ।

କେବଳ ସେତିକି ନୁହେଁ ପେନ୍‌ଟିରେ ଲାଗିଥିବା କ୍ୟାମେରା ମଧ୍ୟ ସ୍କୁଲକୁ ସୁରକ୍ଷା ଦେବାରେ ସହାୟକ ହେବ । ପେନ୍‌ଟି ପ୍ରାର୍ଥନା ସମୟରେ ଆଲାରାମ ଦେବା ସହ ସୂର୍ଯ୍ୟକିରଣରେ ଚାର୍ଜ ହେବ । ତେବେ ପେନ୍‌ଟି କାଠ ଓ ଲୁହାରେ ତିଆରି ହୋଇଥିବାବେଳେ, ଏହାର ଦାମ ରହିଛି ୪୫ ହଜାର ଟଙ୍କା । ଏ ପେନ୍‌କୁ ତିଆରି କରିବା ପାଇଁ ୬ ଜଣ ଶିକ୍ଷକଙ୍କ ସହାୟତା ନ ନେଇଥିଲେ ପ୍ରଧାନ ଶିକ୍ଷକ ।

କଲମ ଭିତରେ କାଳି ଭରିବା ପାଇଁ ଏକ ପାଇପ୍ ମାଧ୍ୟମରେ ନିବ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏକ ସୁବିଧା ରହିଛି । ପ୍ରଧାନ ଶିକ୍ଷକ ସଞ୍ଜିବ ବିଦ୍ୟାଳୟ ପରିସରରେ ଏକ ମିନି ସିନେମା ଘର(mini-cinema house) ନିର୍ମାଣ କରିଛନ୍ତି । କ୍ଷୁତ୍ର ଚଳଚିଚ୍ଚ୍ର ଦେଖି ପିଲାମାନେ ଜ୍ଞାନ ଆହୋରଣ କରିବେ ବୋଲି ସେ କହିଛନ୍ତି । ଯାହା ଦ୍ବାର ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢିଛି ବୋଲି ସେ କହିଛନ୍ତି ।

ଗତ ବର୍ଷ ସ୍କୁଲରେ ୬୪ ଜଣ ପିଲା ଥିବା ବେଳେ ଏବର୍ଷ ୧୧୫ ଜଣ ପିଲା ନାମ ଲେଖାଇଛନ୍ତି । ତେବେ, ଏହା ପୂର୍ବରୁ ହାଇଦ୍ରାବାଦ ବାସିନ୍ଦା ଆଚାର୍ଯ୍ୟ ମାକୁନୁରୀ ଶ୍ରୀନିବାସଙ୍କ ଦ୍ବାରା ଏକ ବିଦ୍ୟାଳୟରେ ଏକ ବିରାଟ ବଲ ପେନ୍ ତିଆରି କରିଥିଲେ । ଯାହା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା । ତେବେ, ଏହି ବଲ୍ ପେନ୍ (ball pen)ର ଲମ୍ବ 18 ଫୁଟ ହୋଇଥିବାବେଳେ ଓଜନ 37.23 କିଲୋଗ୍ରାମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.